ସୁଖନିଦ୍ରାର ରହସ୍ୟ…

1 min read

ନିଦ, ଆଜିକାଲି ଅନେକଙ୍କ ପାଇଁ ଏକ ଚିନ୍ତାର କାରଣ  । ବୟସ୍କ ବ୍ୟକ୍ତି ହୁଅନ୍ତୁ ଅବା ଯୁବକ ଯୁବତୀ ଶାନ୍ତିରେ ନିଦ ଟିକେ ପାଇଁ ଏମାନେ ଯେମିତି ସଂଘର୍ଷ କରୁଛନ୍ତି  । ବିଜ୍ଞାନ କହେ ପ୍ରତ୍ୟେକ ବ୍ୟକ୍ତି ଅନ୍ତତଃ ୮ଘଣ୍ଟା ଭଲରେ ଶୋଇବା ଆବଶ୍ୟକ  । ହେଲେ ଅନେକଙ୍କ କ୍ଷେତ୍ରରେ ଏ ଅସୁବିଧା ହେଉଛି ଯେ ସଅଳ ଖଟକୁ ଗଲେ ମଧ୍ୟ ଘଣ୍ଟେ ଦୁଇ ଘଣ୍ଟା ପର୍ଯ୍ୟନ୍ତ ନିଦକୁ ଅପେକ୍ଷା କରିବାକୁ ହେଉଛି  ।

ତେବେ ଜାଣି ରଖିବା ଆବଶ୍ୟକ ଯେ ନିଦ ଭଲ ଭାବରେ ନ ହେଲେ ଅସୁସ୍ଥ ହେବା ସ୍ୱାଭାବିକ କଥା  । ଏଣୁ ସୁସ୍ଥ ଜୀବନ ଏବଂ ଭଲ ନିଦ ପାଇଁ ଏସବୁ ଟିପ୍ସ ଜାଣି ରଖନ୍ତୁ, ଯାହା ନିଶ୍ଚିତ ଭାବରେ ଆପଣଙ୍କ ପାଇଁ ସହାୟକ  ।

୧. ସବୁଦିନ ଗୋଟିଏ ନିର୍ଦ୍ଦିଷ୍ଟ ସମୟରେ ଶୋଇବାକୁ ଚେଷ୍ଟା କରନ୍ତୁ  ।

୨. ନିଜ ବେଡ଼୍ ରୁମରୁ ଟିଭି,ଓ୍ବାଇଫାଇ ହଟାଇ ଦେବା ହିଁ ଭଲ  । ନହେଲେ ଆପଣ ଏକ ଅନୁକୂଳ ବାତାବରଣରେ ଶୋଇବାର ମଜା ନେଇପାରିବେ ନାହିଁ  ।

୩. ଶୋଇବା ପୂର୍ବରୁ ଗୋଡ଼ ହାତ ଧୋଇବାକୁ ଭୁଲିବେ ନାହିଁ   ।

୪.  ଡ଼ିନରରେ ଗୁରୁପାକ ଖାଦ୍ୟ ନ ଖାଇ ଅଳ୍ପ ଖାଇଲେ ଆପଣ ହାଲକା ଅନୁଭବ କରିବେ  ।

୫. ଶୋଇବା ପୂବର୍ରୁ ଆବଶ୍ୟକ ମୁତାବକ ପାଣି ପିଇ ଶୋଇବେ  । ଏହାଦ୍ୱାରା ଖାଦ୍ୟ ସଠିକ ଭାବରେ ହଜମ ହୋଇଥାଏ  ।

 

  ')}

Leave a Reply