କରୋନା ନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷ ବର୍ଦ୍ଧନଙ୍କ ପ୍ରତିକ୍ରୟା

ନୂଆଦିଲ୍ଲୀ: କରୋନା ପାଇଁ ବିଶ୍ୱ ଏବେ ଭୟାବହ ସ୍ଥିତି ଦେଇ ଗତି କରୁଛି । ସବୁ ଦେଶରେ ହା ହାକାର ସୃଷ୍ଟି କରିଥିବା କରୋନା ଭାରତରେ ଏତେ ସଫଳ ହୋଇ ପାରିନାହିଁ । ଦେଶରେ କରୋନା ସ୍ଥିତିକୁ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ହର୍ଷବର୍ଦ୍ଧନ ଆଜି ପ୍ରତିକ୍ରିୟା ଦେଇଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ,  କରୋନା ଗ୍ରାଫରେ ଭରତର ସ୍ଥାନ ବହୁତ ତଳେ । ଅନ୍ୟଦେଶ ତୁଳନାରେ ଭାରତର ସ୍ଥିତି ଭଲ ଅଛି । ଯେକୌଣସି ସ୍ଥିତିର ମୁକାବିଲା ପାଇଁ ଭାରତ ପ୍ରସ୍ତୁତ  ।

ଏହାସହ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ  ଡାକ୍ତର ହର୍ଷ ବର୍ଦ୍ଧନ କହିଛନ୍ତି ଯେ, କରୋନା ମୃତ୍ୟୁ ହାର ଦେଶରେ କମ ରହିଛି  । ପ୍ରତି ଶହେ ଜଣରେ ସଂକ୍ରମଣ ଜନିତ ମୃତ୍ୟୁହାର ୩.୩ ପ୍ରତିଶତ ରହିଛି ।

କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାରଙ୍କ ବିଭିନ୍ନ ପଦକ୍ଷପ ପାଇଁ ଦେଶରେ କିଛି ମାତ୍ରାରେ ନିୟନ୍ତ୍ରୀତ ହୋଇଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ବର୍ତ୍ତମାନ ସୁଧା ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା  ୫୯୬୬୨ ଥିବାବେଳେ ୧୭୮୪୬ଜଣ ସୁସ୍ଥ ହୋଇଛିନ୍ତି  । ସେହିଭଳି ମୃତ୍ୟୁ ସଂଖ୍ୟା ୧୯୮୧ରେ ପହଞ୍ଚିଛି ।

 

Leave a Reply