କୋଭିସିଲ୍ଡ ଭ୍ୟାକ୍ସିନରେ ଏହି ବିପଦ, ଦୋଷ ସ୍ବୀକାର କଲା ଏଷ୍ଟ୍ରାଜେନେକା

1 min read

ନନ୍ଦିଘୋଷ ବ୍ୟୁରୋ: କୋରୋନା ଭ୍ୟାକ୍ସିନକୁ ନେଇ କୋଭିସିଲ୍ଡ ଟିକା କମ୍ପାନୀ ଏଷ୍ଟ୍ରାଜେନେକାର ବଡ ଖୁଲାସା  । କୋରୋନା ଭ୍ୟାକ୍ସିନର ସାଇଡ ଇଫେକ୍ଟ ଦସ୍ତାବିଜକୁ ନେଇ ପ୍ରଥମ ଥର କୋର୍ଟରେ ସ୍ବୀକାର କରିଛି କମ୍ପାନୀ  । କୋଭିଡ ୧୯ ଭ୍ୟାକ୍ସିନ କାରଣରୁ ରକ୍ତ ଜମାଟ ଭଳି ପ୍ରଭାବ ଶରୀରରେ ଦେଖାଦେଇଥାଏ  ।

ବ୍ରିଟିଶ ଖବରକାଗଜ ଦ ଡେଲି ମେଲ ଅନୁସାରେ ଅଧିକାଂଶ ପରିବାର କୋରୋନା ଭ୍ୟାକ୍ସିନରୁ ସ୍ବାସ୍ଥ୍ୟ ସମସ୍ୟା ଦେଖାଦେଉଥିବା ଅଭିଯୋଗ କରି କୋର୍ଟରେ ଆବେଦନ କରିଥିଲେ  । ଏହାପରେ ଏହି କମ୍ପାନୀ ଭ୍ୟାକ୍ସିନ କାରଣରୁ ସ୍ବାସ୍ଥ୍ୟଗତ ସମସ୍ୟା ହେଉଥିବା ନେଇ କୋର୍ଟରେ ସ୍ବୀକାର କରିଥିଲା  ।

ଜୈମି ସ୍କଟ ଏଷ୍ଟ୍ରାଜେନେକା ବିରୁଦ୍ଧରେ ମାମଲା ଦାଏର କରିଥିଲେ  । ଗତ ଏପ୍ରିଲ ୨୦୨୧ରେ ସେ କୋରୋନା ଭ୍ୟାକ୍ସିନ ନେଇଥିଲେ  । ଯାହାପରେ ତାଙ୍କୁ ମସ୍ତିଷ୍କ ଜନିତ ସମସ୍ୟା ଦେଇ ଗତି କରିବାକୁ ପଡିଥିଲା  । ସ୍କଟଙ୍କ ସମେତ ଅନ୍ୟ କେତେକ ରୋଗୀ TTS ଭଳି ରୋଗରେ ପୀଡିତ ହୋଇଥିଲେ  । ଏହି ସମସ୍ତ କମ୍ପାନୀ ବିରୁଦ୍ଧରେ କୋର୍ଟରେ ଆବେଦନ କରି କ୍ଷତିପୂରଣ ପାଇଁ ଦଗାବି କରିଥିଲେ ଆବେଦନକାରୀ  ।

କୋରୋନା ମହାମାରୀ ସମୟରେ ଭାଇରସର ମୁକାବିଲା ପାଇଁ ଏଷ୍ଟ୍ରାଜେନେକା ଅକ୍ସଫୋର୍ଡ ସହ ମିଶି କୋଭିଡ ଭ୍ୟାକ୍ସିନ ପ୍ରସ୍ତୁତ କରିଥିଲେ  । ସେହିପରି ଭାରତୀୟ କମ୍ପାନୀ ସିରମ ଇନଷ୍ଟିଚ୍ୟୁଟ ଏଷ୍ଟ୍ରାଜେନେକା ସହ ବୁଝାମଣା କରି କୋଭିସିଲ୍ଡ ଭ୍ୟାକ୍ସିନ ତିଆରି କରିଥିଲେ  ।