ରାଉରକେଲା କଣ୍ଟେନମେଣ୍ଟ ଅଞ୍ଚଳରେ ସ୍ୱାସ୍ଥ୍ୟକର୍ମୀ ଓ ଅଙ୍ଗନୱାଡି କର୍ମୀଙ୍କୁ ଦୁର୍ବ୍ୟବହାର

ରାଉରକେଲା: ରାଉରକେଲା କଣ୍ଟେନମେଣ୍ଟ ଜୋନ୍‌ରେ ପୁଣି ବିଶୃଙ୍ଖଳା । ସ୍ୱାସ୍ଥ୍ୟକର୍ମୀ ଓ ଅଙ୍ଗନୱାଡି କର୍ମୀଙ୍କୁ ଲୋକେ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି । ଦୁର୍ବ୍ୟବହାରର ଶିକାର ହେବା ପରେ କାମ ନକରିବାକୁ ଅଙ୍ଗନୱାଡି କର୍ମୀମାନେ ନିଷ୍ପତ୍ତି ନେଇଛନ୍ତି ।

 

ଆରଏମ୍‌ସି ଅଫିସ ସାମନାରେ ଅଙ୍ଗନୱାଡି କର୍ମୀ ଏକାଠି ହୋଇଛନ୍ତି । ସୁରକ୍ଷା ଦିଆନଗଲେ କାମ ନକରିବାକୁ ସେମାନେ ଚେତାବନୀ ଦେଇଛନ୍ତି । ଗତକାଲି ମଧ୍ୟ ସମାନ ଚିତ୍ର ଆସିଥିଲା ଯେତେବେଳେ ପୋଲିସ ଉପରକୁ ଲୋକେ ଠେଲା ପଥର ମାରିଥିଲେ ଏବଂ ବ୍ୟାରିଗେଟ୍ ଭାଙ୍ଗି ଦେଇଥିବାର ମଧ୍ୟ ଅଭିଯୋଗ ହୋଇଥିଲା । କରୋନା ମହାମାରୀ ସମୟରେ କରୋନା ଯୋଦ୍ଧା ମାନେ ନିଜ ଜୀବନକୁ ବାଜି ଲଗେଇ ଘରୁ ବାହାରକୁ ଯାଇ ସର୍ଭେ କରୁଥିବାବେଳେ ତାଙ୍କୁ ଏଭଳି ଦୁର୍ବ୍ୟବହାର କରିବା ନିନ୍ଦନୀୟ ।

ରାଉରକେଲା କଣ୍ଟେନମେଣ୍ଟ ଜୋନରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମୋଟ ୮୫ଟି ଟିମ ନିଯୁକ୍ତ କରାଯାଇଥିଲା । ପ୍ରତିଦିନ ଏହି ଟିମର କର୍ମୀମାନେ ସର୍ଭେ ପାଇଁ ସେହି ସ୍ଥାନକୁ ଯାଆନ୍ତି । କିନ୍ତୁ ଆଜି ଯେଉଁଭଳି ପରିସ୍ଥିତି ଉପୁଜୁଛି ସ୍ୱାସ୍ଥ୍ୟକର୍ମା ଏବଂ ଅଙ୍ଗନୱାଡି କର୍ମା ମାନେ କାମ ନକରିବାକୁ ନିଷ୍ପତ୍ତି ନେଇଛନ୍ତି । ସ୍ୱାସ୍ଥ୍ୟକର୍ମୀ ମାନଙ୍କୁ ସୁରକ୍ଷା ଦିଆନଗଲା ସେମାନ କାମ କରିବାକୁ ଯିବେ ନାହିଁ ବୋଲି ଅଭିଯୋଗ କରିଛନ୍ତି ।

ଅନ୍ୟପଟେ ଆକ୍ରମଣକାରୀଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ହେବ ବୋଲି କହିଛନ୍ତି ରାଜ୍ୟ ମହିଳା ଓ ଶିଶୁ ବିକାଳ ମନ୍ତ୍ରୀ ଟୁକୁନି ସାହୁ । ଏ ସମୟରେ ସେମାନେ ମୁଖ୍ୟ କାମ କରୁଛନ୍ତି, ସେମାନେ କାମ ନକଲୋ ଅସୁବିଧା ହେବ ବୋଲି ମତ ଦେଇଛନ୍ତି ମନ୍ତ୍ରୀ ଟୁକୁନି ସାହୁ ।

Leave a Reply