spot_img

Latest Posts

ଆହୁରି ୪ ଦିନ ପ୍ରବଳ ତାତି ; ଦିନ ତାପମାତ୍ରା ୨ ରୁ ୩ ଡିଗ୍ରୀ ବଢ଼ିବ

ଭୁବନେଶ୍ବର : ଆହୁରି ୪ ଦିନ ପ୍ରବଳ ତାତି । ଆସନ୍ତା ୨୪ ଘଣ୍ଟାରେ ଦିନ ତାପମାତ୍ରା ୨ ରୁ ୩ ଡିଗ୍ରୀ ଆହୁରି ବୃଦ୍ଧି ହେବ ବୋଲି ଆକଳନ କରିଛି ପାଣିପାଗ ବିଭାଗ । ତେଣୁ ଆଶଙ୍କା କରାଯାଉଛି ରାଜ୍ୟର କେତେକ ସ୍ଥାନରେ ତାପମାତ୍ରା ୪୪ରୁ ୪୫ ଡିଗ୍ରୀ ବି ହୋଇପାରେ। ପ୍ରବଳ ଖରା ଓ ଗରମ ପାଇଁ ପଶ୍ଚିମ ଓଡିଶାର ୩ ଜିଲ୍ଲା ବଲାଙ୍ଗୀର, ସମ୍ବଲପୁର, ଝାରସୁଗୁଡ଼ାକୁ ହିଟ ୱେଭ ୱାର୍ଣ୍ଣିଂ ଜାରି କରାଯାଇଛି। ସେହିପରି ଉପକୂଳ ଓଡ଼ିଶାର ୮ ଜିଲ୍ଲା ସମେତ ଆଭ୍ୟନ୍ତରୀଣ ଓ ପଶ୍ଚିମ ଓଡିଶା, ଦକ୍ଷିଣ ଓଡ଼ିଶାକୁ ମିଶାଇ ମୋଟ ୨୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଛି। ଗତ ୨୪ ଘଣ୍ଚାରେ ୧୮ ଜିଲ୍ଲାରେ ତାତି ୪୦ ଡିଗ୍ରୀ ଟପିଥିଲା। ଏଥିରେ ଆଶ୍ଵସ୍ତି ଆଣିଛି କାଳବୈଶାଖୀ। ୨୦ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହିତ ବର୍ଷା ହୋଇପାରେ।

Latest Posts

Don't Miss