ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ, ସୋନପୁରରେ ସର୍ବାଧିକ ୪୫.୭ ଡିଗ୍ରୀ ତାପମାତ୍ରା

ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ । ତାତି କମିବାର ନାଁ ନେଉ ନାହିଁ । ଦିନ ପ୍ରତିଦିନ ରାଜ୍ୟରେ ଗରମ ବଢ଼ିଚାଲିଛି । ଅନ୍ୟପକ୍ଷରେ ମୌସୁମୀ ଆସିଲେ ତାତିରୁ ଆଶ୍ୱସ୍ତି ମିଳିବ ବୋଲି ଆଶା କରାଯାଉଥିବା ବେଳେ ଏହା ବିଳମ୍ବ ହେଉଛିି । ରାଜ୍ୟର ସବୁଠୁ ଉତ୍ତପ୍ତ ସହର ହୋଇଛି ସୋନପୁର । ସୋନପୁରରେ ସର୍ବାଧିକ ୪୫.୭ ଡିଗ୍ରୀ ପାରଦ ରେକର୍ଡ ହୋଇଛି । ହୀରାକୁଦରେ ୪୫.୧ ଡିଗ୍ରୀ ତାତି ରେକର୍ଡ ହୋଇଥିବାବେଳେ ଭୁବନେଶ୍ବରରେ ବି ବର୍ଷିଛି ନିଆଁ । ରାଜଧାନୀ ଭୁବନେଶ୍ବରର ଆଜିର ତାପମାତ୍ରା ରହିଛି ୪୪.୩ ଡିଗ୍ରୀ । ସେହିପରି କଟକରେ ୪୨.୧ ଡିଗ୍ରୀ ତାତି ରୋକର୍ଡ ହୋଇଛି । ରାଜ୍ୟର ୧୦ ସହରର ତାପମାତ୍ରା ୪୪ ଡିଗ୍ରୀ ଉପରେ ରହିଛି । ୪୦ ଡିଗ୍ରୀ ଉପରେ ରହିଛି ୨୮ ସହରର ପାରଦ ।