ଧଳା ଚାଦରରେ ଘୋଡେଇ ହୋଇଛି ରାଜଧାନୀ

ଭୁବନେଶ୍ୱର: କୁହୁଡ଼ିର ଚାଦରରେ ଘୋଡେଇ ହୋଇଛି ସାରା ରାଜ୍ୟ । ଭୁବନେଶ୍ୱର ସହ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଘନ କୁହୁଡ଼ି ଦେଖିବାକୁ ମିଳିଛି । ରାତିରୁ ସମଗ୍ର ରାଜ୍ୟକୁ ଘୋଡେଇ ରଖିଛି କୁହୁଡ଼ି । ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁପର, ଖୋର୍ଦ୍ଦା, ପୁରୀ, କନ୍ଧମାଳ, ଅନୁଗୁଳ କଟକରେ ସକାଳୁ ସକାଳୁ ଦେଖିବାକୁ ମିଳିଛି ଘନ କୁହୁଡ଼ି । ସର୍ବନିମ୍ନ ଦୃଶ୍ୟମାନ ଦୂରତା ୫୦ମିଟର ରହିଛି ।

ସେପଟେ ଗଜପତି ପାରଳାଖେମୁଣ୍ଡି ତଥା ଆଖପାଖ ଅଞ୍ଚଳରେ ଦେଖିବାକୁ ମିଳିଛି ଘନ କୁହୁଡିର ଦୃଶ୍ୟ । କୁହୁଡିରେ ଆଚ୍ଛାଦିତ ହୋଇଛି ସମସ୍ତ ସହର । ଏପରିକି ୫୦ମିଟର ଦୂର ମଧ୍ୟରେ ବି କିଛି ଦେଖାଯାଉନାହିଁ । ଫଳରେ ଯାତାୟତ ତଥା ସାଧାରଣ ଜୀବନଯାତ୍ରା ବାଧାପ୍ରାପ୍ତ ହୋଇଛି। ଢେଙ୍କାନାଳ କାମାକ୍ଷାନଗର ତଥା ଆଖପାଖ ଅଞ୍ଚଳରେ ସକାଳୁ ଘନ କୁହୁଡିର ଆସ୍ତରଣ ଦେଖିବାକୁ ମିଳିଛି ।

ଘନ କୁହୁଡିର ପ୍ରଭାବରେ ଜୀବନ ଯାତ୍ରା ଅସ୍ତବ୍ୟସ୍ତ ହୋଇଯାଇଥିବା ବେଳେ ଯାନ ବାହାନ ଚଳାଚଳରେ ମଧ୍ୟ ଅନେକ ବାଧା ସୃଷ୍ଟି ହୋଇଛି । କୁହୁଡି ପ୍ରଭାବ ଏତେ ଅଧିକ ଥିଲା ଯେ ରାସ୍ତାର ୩୦ମିଟର ସାମ୍ନା ମଧ୍ୟ ସ୍ପଷ୍ଟ ଭାବେ ଦୃଶ୍ୟମାନ ହେଉନଥିଲା । ଆଗାମୀ କିଛି ଦିନ ଏହି କୁହୁଡିର ପ୍ରଭାବ ଦେଖିବାକୁ ମିଳିବ ବୋଲି ପୂର୍ବାନୁମାନ କରିଛନ୍ତି ପାଣିପାଗ ବିଶେଷଜ୍ଞ ।

Leave a Reply