କୁମୁନି ବର୍ଷା ଜଟିଳ ହେଉଛି ସ୍ଥିତି, ଜଳାର୍ଣ୍ଣବ ଗାଁ

ନନ୍ଦିଘୋଷ ବ୍ୟୁରୋ : ଲାଗି ରହିଛି ବର୍ଷା । ସୁବର୍ଣ୍ଣରେଖା ଓ ବୈତରଣୀର ବନ୍ୟାରେ ଉବୁଟୁବୁ ଉତ୍ତର ଓଡ଼ିଶା। ଗାଁ ରାସ୍ତାରେ ଚାଲୁଛି ଅଣ୍ଡୁଏ ଆଣ୍ଠୁଏ ପାଣି । ଆଖୁଆପଦାରେ ବୈତରଣୀ ନଦୀର ଜଳସ୍ତର ବିପଦ ସଂକେତ ତଳେ ରହିଛି । ତେବେ ଜଳେଶ୍ଵର ରାଜଘାଟରେ ବୈତରଣୀର ଜଳସ୍ତର ବଢୁଛି। ବନ୍ୟା ପରିସ୍ଥିତି ଗମ୍ଭୀର ହେବାରେ ଲାଗିଛି । ସୁବର୍ଣ୍ଣରେଖାର ବନ୍ଯାରେ ବାଲିଆପାଳ ବ୍ଲକର ୧୫ରୁ ଅଧିକ ଗାଁ, ଭୋଗରାଇ ବ୍ଲକର ୨୦ ରୁ ଅଧିକ ଗାଁ ପାଣି ଘେରରେ ଅଛି। ଗାଲୁଡିହି ବ୍ଯାରେଜରୁ ୫  ହଜାର କ୍ଯୁସେକ ପାଣି ଛଡା ଯିବାରୁ ସୁବର୍ଣ୍ଣରେଖାରେ ପଞ୍ଚମ ଥର ପାଇଁ ବନ୍ଯା ଆସିଛି ।ବୈତରଣୀ ଯୋଗୁ ଭଦ୍ରକର ଧାମନଗର  ଓ ଚାନ୍ଦବାଲି ବ୍ଲକରେ ବନ୍ୟା ପରିସ୍ଥିତି ଉପୁଜିଛି।ସେହିଭଳି ବୈତରଣୀ ନଦୀର ବାମ ପାର୍ଶ୍ଵ  ମଲିମାହାରା  ଓ ଗୋରାଙ୍ଗ ଏସକେପ କର୍ଲଭଟର ଫାଟ ସୃଷ୍ଟି ହେବା ସହ ଘଳିଆ  ପଡ଼ି ବନ୍ୟାପାଣି ଗାଁ ଆଡକୁ ମାଡି ଚାଲିଛି। ଫଳରେ ଅର୍ଜୁନପୁର , ହସନାଵାଦ, ପଧାନି ପଞ୍ଚାୟତ ସମେତ ଅନେକ ଗାଁ ବାହ୍ୟଜଗତରୁ ବିଛିନ୍ନ ହୋଇଛି। ସେହିପରି ପଧାନି ପଞ୍ଚାୟତର ସଇଲୋ ଠାରେ କୋଚିଳା ନଦୀବନ୍ଧ ଧସିଯିଵାରୁ  ୫ ଗାଁରେ ଵନ୍ଯାପାଣି ପସିବା  ସହ ଶହଶହ ଲୋକ ବନ୍ୟା ଘେରରେ ଫସି ରହିଛନ୍ତି। ଏପଟେ ତଳମୁଣ୍ଡରେ  ଚାନ୍ଦବାଲି ବ୍ଲକର ଆରଡି ଅଞ୍ଚଳ ସହ ଓଳଗ, ନାନ୍ଦପୁର, ସୁନ୍ଦରପୁରରେ ବନ୍ୟା ସ୍ଥିତି ବଢିବା ସହ ବୋଡକ ନିକଟରେ ବୈତରଣୀ ନଦୀ କୂଳ ଲଘିଂବାରୁ ଆଖଣ୍ଡଳମଣି ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଛି । ସେହିଭଳି ବୈତରଣୀ ଯୋଗୁଁ ଯାଜପୁର ବ୍ଲକ, ଦଶରଥପୁର ବ୍ଲକ ପ୍ରଭାବିତ ହୋଇଛି । ଯାଜପୁର ଜିଲ୍ଲାର ସର୍ବାଧିକ ୧୪ ପଞ୍ଚାୟତର ୪୬ ଗାଁ ବନ୍ୟା ଘେରକୁ ଆସିଛି । କାଣୀ ନଦୀର ଘାଇକୁ ପାଣି କମିଲେ ଯାଇ ମରାମତି କାମ ଆରମ୍ଭ ହେବ ବୋଲି  କୁହାଯାଇଛି। ବନ୍ୟା ଯୋଗୁଁ ଲୋକେ ହନ୍ତସନ୍ତ ହେଉଛନ୍ତି ।