ଭିଜୁଛି ଅଧା ଓଡ଼ିଶା: ୧୭ ତାରିଖରେ ବଙ୍ଗୋପସାଗରରେ ସୃଷ୍ଟି ହେବ ପୁଣି ଏକ ଘୂର୍ଣ୍ଣିବଳୟ

ଚଳିତ ମୌସୁମୀ ସିଜିନ୍‌ରେ ସବୁଠାରୁ ବଡ଼ ଲଘୁଚାପ। ପୁରୀ ସମେତ ରାଜଧାନୀ ଭୁବନେଶ୍ୱରରେ ଭାଙ୍ଗିଲା ରେକର୍ଡ। ଲଘୁଚାପ ଗଭୀର ଅବପାତରେ ପରିଣତ ହେବା ପରେ ଚାନ୍ଦବାଲି ଏବଂ କେନ୍ଦୁଝର ମଧ୍ୟ ଦେଇ ଉତ୍ତର ଛତିଶଗଡ଼ ଆଡକୁ ଗତି କରୁଛି । ପ୍ରଭାବରେ ପଶ୍ଚିମ ଓଡ଼ିଶା ସମେତ ଉତ୍ତର ଉପକୂଳ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ସେପଟେ ଆସନ୍ତା ୧୭ ତାରିଖରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ନେଇ ଆଇଏମ୍‌ଡି ସୂଚନା ଦେଇଛି ।

 

ସେପ୍ଟେମ୍ବରରେ ରେକର୍ଡ ବର୍ଷା। ୮୭ ବର୍ଷର ରେକର୍ଡ ଭାଙ୍ଗିଲା ପୁରୀ। ୨୪ ଘଣ୍ଟାରେ ଅସ୍ତରଙ୍ଗରେ ବର୍ଷିଲା ୫୩୦ ମିଲିମିଟର । ସେହିପରି ୧୯୫୮ର ୧୬୩ ମିଲିମିଟରକୁ ଅତିକ୍ରମ କରି ଭୁବନେଶ୍ୱରରେ ୧୯୫ ମିଲିମିଟର ବର୍ଷା ନୂଆ ରେକର୍ଡ କରିଛି । ଗୋଟିଏ ଦିନରେ ରାଜ୍ୟର ୫୭ଟି ସ୍ଥାନରେ ଶହେ ମିଲିମିଟରରୁ ୫ଶହ ମିଲିମିଟର ପର୍ଯ୍ୟନ୍ତ ବର୍ଷା ହୋଇଛି। ଲଘୁଚାପ ଗଭୀର ଅବପାତରେ ପରିଣତ ହେବା ପରେ ଏବେ ବି ଉତ୍ତର ଓଡ଼ିଶାରେ ସକ୍ରିୟ ରହିଛି ।

ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ସମ୍ବଲପୁର, ଦେବଗଡ଼, ଅନୁଗୁଳ, ସୋନପୁର, ଢେଙ୍କାନାଳ, ଝାରସୁଗୁଡା ଏବଂ ବରଗଡ଼ରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ଏଥିପାଇଁ ଏସବୁ ଜିଲ୍ଲାକୁ ରେଡ ଆଲର୍ଟ ଜାରି କରାଯାଇଛି। ବଲାଙ୍ଗୀର, ସୁନ୍ଦରଗଡ, ବୌଦ୍ଧ, କେନ୍ଦୁଝର, ଖୋର୍ଦ୍ଧା, ଜଗତସିଂହପୁର, ପୁରୀ, କେନ୍ଦ୍ରାପଡା, ବାଲେଶ୍ୱର, ଭଦ୍ରକ, ଯାଜପୁର ଏବଂ କଟକରେ ଅତି ପ୍ରବଳ ବର୍ଷା ପାଇଁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି।

ଗଞ୍ଜାମ ଜିଲ୍ଲା ବ୍ରହ୍ମପୁରରେ ଲଗାଣ ବର୍ଷା ଯୋଗୁଁ ଅଘଟଣ । କାମ୍ପ ସାହିରେ ଥିବା ଶହେବର୍ଷ ତଳର ଅତି ପୁରାତନ ଆନ୍ଧ୍ରା ମହିଳା ସମାଜମ୍ କୋଠା ଲଗାଣ ବର୍ଷାରେ ଭୁଷୁଡ଼ିଯାଇଛି । ଫଳରେ ପାଠଗାର ଥିବା ସମସ୍ତ ପୁସ୍ତକ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି ।

କେନ୍ଦ୍ରାପଡାରେ ଲଘୁଚାପ ବର୍ଷା ଯୋଗୁଁ ଅଘଟଣ । ଗରଦପୁର ବ୍ଲକ ବଡବେତରା ଗାଁରେ ଘର କାନ୍ଥ ପଡ଼ି ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟଜଣେ ଆହତ ହୋଇଛନ୍ତି । ମୃତକ ଅଭୟ କୁମାର ମହାପାତ୍ର ଓ ଆହତ ତାଙ୍କର ବୋହୁ କଳ୍ପନା ମହାପାତ୍ର । ସେହିପରି ଡେରାବିଶ ବ୍ଳକ ବେଣୀପୁର ପଞ୍ଚାୟତ ଢିଅସାହି ଗ୍ରାମରେ କାନ୍ଥ ପଡି ନର୍ମଦା ପୃଷ୍ଟି ନାମକ ଜଣେ ମହିଳାଙ୍କୁ ମୃତ୍ୟୁ ହୋଇଛି ।

ଏଥିସହିତ ପଢ଼ନ୍ତୁ: ପୁରୀ ଜିଲ୍ଲାରେ ସର୍ବାଧିକ ବର୍ଷା ରେକର୍ଡ: ଜାଣନ୍ତୁ କେଉଁ ଜିଲ୍ଲାରେ କେତେ ବର୍ଷା ହୋଇଛି

ଅମ୍ବାପାଲି ଓ ବରଗଡ଼ ସହରକୁ ସଂଯୋଗ କରୁଥିବା ବେଳେ ଜିରା ନଦୀ ଉପରେ ଅଘଟଣ । ପାଣି ସୂଅରେ ଅସ୍ଥାୟୀ ରାସ୍ତା ଧୋଇ ହୋଇ ଯାଉଛି । ବାଇକରେ ଆସୁଥିବା ଜଣେ ବ୍ୟକ୍ତି ଆସୁଥିବା ସମୟରେ ବାଇକ ସହ ଭାସିଯାଉଥିବା ବେଳେ ସ୍ଥାନୀୟ ଲୋକ ଉକ୍ତ ବ୍ୟକ୍ତି ଓ ବାଇକକୁ ଉଦ୍ଧାର କରିଛନ୍ତି ।

ଲଗାଣ ବର୍ଷାରେ ବେହାଲ ଯାଜପୁର । ଦୀର୍ଘ ତିନିଦିନ ଧରି ଲାଗିରହିଥିବା ଲଘୁଚାପ ଜନିତ ବର୍ଷା ଯୋଗୁ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି ଯାଜପୁରବାସୀ । ବର୍ଷା ହେବା ଫଳରେ ରାସ୍ତା ଘାଟ ଠୁ ଆରମ୍ଭ କରି ଅଫିସ କାର୍ଯ୍ୟାଳୟ ଏବଂ କୋର୍ଟ ପରିସରେ ଜମି ରହିଛି ଆଣ୍ଠୁଏ ଲେଖାଏଁ ପାଣି ଜମି ରହିଛି ।

ଢେଙ୍କାନାଳ ମଠକରଗୋଳା ପଞ୍ଚାୟତ ମୁକ୍ତାପଶି ଗାଁରେ ଲଗାଣ ବର୍ଷା ଫଳରେ ଘର କାନ୍ଥ ପଡି ଜଣେ ମହିଳା ଗୁରୁତର ହୋଇଛନ୍ତି । ଗୁରୁତର ମହିଳା ଜଣଙ୍କ ଗାଁର ନରେଶ ନାୟକଙ୍କ ସ୍ତ୍ରୀ ଚୁମି ନାୟକ । ଚୁମି ଘରେ ରୋଷେଇ କରୁଥିବା ସମୟରେ ଘରର ମାଟି କାନ୍ଥଟି ଭୁଶୁଡି ପଡିଥିଲା । ତାଙ୍କୁ ପ୍ରଥମେ ମଠକରଗୋ

Leave a Reply