spot_img

Latest Posts

ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା କେନ୍ଦ୍ରାପଡ଼ାର ଭିତରକନିକାରେ ଜମୁଛି ପର୍ଯ୍ୟଟକଙ୍କ ଭିଡ଼

ପର୍ଯ୍ୟଟନ ଋତୁର ମଜା ନେଉଛନ୍ତି ପର୍ଯ୍ୟଟକ। ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା କେନ୍ଦ୍ରାପଡ଼ା ଭିତରକନିକାରେ ଜମୁଛି ଭିଡ଼। ପ୍ରକୃତି ରାଣୀର ଅପରୂପ ସୌନ୍ଦର୍ଯ୍ୟକୁ ମନଭରି ଉପଭୋଗ କରୁଛନ୍ତି ପର୍ଯ୍ୟଟକ। ବ୍ରାହ୍ମଣୀ, ବୈତରଣୀ ଓ ଖରସ୍ରୋତା ନଦୀ ସଙ୍ଗମ ସ୍ଥଳରେ ବିଶ୍ୱର ଅନନ୍ୟ ଆକର୍ଷଣସ୍ଥଳୀ । ବଉଳା କୁମ୍ଭୀର, ହରିଣ ଓ ବାରହା ପର୍ଯ୍ୟଟକ ମାନଙ୍କୁ ଆକୃଷ୍ଟ କରିଥାଏ । ଭିତରକନିକାକୁ ଭାରତର ମିନି ଆମାଜନ ବୋଲି କୁହାଯାଏ । ବୋଟରେ ନୌବିହାର ସମୟରେ ନଦୀ ପଠାରେ ପଡ଼ି ଖରା ଖାଉଥିବା ବଉଳା କୁମ୍ଭୀରଙ୍କୁ ଦେଖିବାର ମଜା ନିଆରା । ଏଠାରେ ବୋଟିଂ, ସ୍କାଏ ୱାକ, ମ୍ୟୁଜିୟମ, ହେନ୍ତାଳ ଜଙ୍ଗଲ ଭିତରେ ବୁଲିବାର ସୁନ୍ଦର ଅନୁଭୁତି ନେଉଛନ୍ତି ହଜାର ହଜାର ପର୍ଯ୍ୟଟକ ।

ବିଶ୍ଵ ପ୍ରସିଦ୍ଧ ଭିତରକନିକାକୁ ଦିନକୁ ଦିନ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଉଛି ।  ନୈାଯାତ୍ରା ପାଇଁ ସରକାରୀ ଓ ବେସରକାରୀ ବୋଟ୍ ର ବ୍ୟବସ୍ଥା ଥିବା ବେଳେ ରାତ୍ରୀଯାପନ ପାଇଁ ବନବିଭାଗ ପକ୍ଷରୁ ଡାଙ୍ଗମାଳ ଓ ଗୁପ୍ତିରେ ରହିବାର ବ୍ୟବସ୍ଥା କରାଯାଇଛି । ସୈାନ୍ଦର୍ଯ୍ୟର ଗନ୍ତାଘର ଭିତରକନିକାକୁ ବହୁ ସଂଖ୍ୟାରେ ପର୍ଯ୍ୟଟକ ପ୍ରତିଦିନ ଆସୁଥିବାରୁ ବନବିଭାଗ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡ଼ାକଡ଼ି କରାଯାଇଛି ।

Latest Posts

Don't Miss