ତ୍ରିଶୂଳିଆ ବ୍ରିଜରେ ଟ୍ରାଫିକ ଜାମ୍ । ଅଧା ବ୍ରିଜରେ ଖରାପ ହୋଇଗଲା ଆମ ବସ୍ । ଆମ ବସ୍ ପାଇଁ କଟକରୁ ଭୁବନେଶ୍ୱର ଯାତାୟାତ ସମ୍ପୂର୍ଣ୍ଣ ଠପ । ଅଟକି ରହିଛି ହଜାର ବାଇକ, କାର, ବସ୍ । ଏହା ମଧ୍ୟରେ ଆମ୍ବୁଲାନ୍ସ ମଧ୍ୟ ଫସି ରହିଛି । ୪୫ ମିନିଟ ହେବ ତ୍ରିଶୂଳିଆରୁ କଟକ ବେଲବ୍ୟୁ ଛକ ପର୍ଯ୍ୟନ୍ତ ଟ୍ରାଫିକ ଜାମ ରହିଛି । ଘଟଣାସ୍ଥଳରେ ପୋଲିସ ପହଁଚି ଟ୍ରାଫିକ କ୍ଲିୟର ଉଦ୍ୟମ ଜାରି ରଖିଛି । ଆମ ବସ୍ କଟକରୁ ଭୁବନେଶ୍ୱର ଯାଉଥିବା ବେଳେ ତ୍ରିଶୂଳିଆ ସୁବାଷ ସେତୁ ଉପରେ ହଠାତ ବସ୍ ଖରାପ ହୋଇ ଯାଇଥିଲା । ଫଳରେ ବସ୍ ଟି ରାସ୍ତା ମଝିରେ ଫସି ରହିଛି । ତେବେ ଆମ ବସ୍ ଟି ଖରାପ ହେଇଯିବା ଫଳରେ ତ୍ରିଶୂଳିଆ ସୁବାଷ ସେତୁ ଉପରେ ଟ୍ରାଫିକ ଜାମ ପରିସ୍ଥିତି ଦେଖାଦେଇଛି। ଘଟଣାସ୍ଥଳରେ ବାରଙ୍ଗ ଓ ମର୍କତନଗର ପୋଲିସ ପକ୍ଷରୁ ଟ୍ରାଫିକ କ୍ଲିୟର କରିବାକୁ ଉଦ୍ୟମ ଜାରି ରହିଛି ।

