କରୋନା ସଙ୍କଟରେ ବି ନିଜ ଛବି ସଜାଡିବାରେ ବ୍ୟସ୍ତ ପ୍ରଧାନମନ୍ତ୍ରୀ: ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନିଶ ସିସୋଦିଆ

ନୂଆଦିଲ୍ଲୀ: ଦେଶରେ ଟିକାକରଣକୁ ନେଇ ମୋଦି ସରକାରଙ୍କୁ ଟାର୍ଗେଟ କଲେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନିଶ ସିସୋଦିଆ । ନିଜ ଦେଶରେ ଟିକାକରଣ ହୋଇନି, କିନ୍ତୁ ଅନ୍ୟ ଦେଶକୁ ଟିକା ରପ୍ତାନୀ କରି ନିଜ ଛବିକୁ ଚମକାଇବାକୁ ଚେଷ୍ଟା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ୯୩ଟି ଦେଶକୁ ୬ କୋଟି ୫୦ ଲକ୍ଷ ଡୋଜ କରୋନା ଟିକା ରପ୍ତାନୀ ହୋଇଥିବା ବେଳେ ଭାରତରେ ଦୁଇ ଲକ୍ଷରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି । ବାହାରକୁ ରପ୍ତାନୀ ହୋଇଥିବା ଟିକା ଜଦି ଭାରତରେ ବ୍ୟବହାର ହୋଇଥାନ୍ତା ଅନେକ ଲୋକଙ୍କ ଜୀବନ ବଞ୍ଚିଯାଇଥାନ୍ତା ବୋଲି ମନିଷ ସିସୋଦିଆ କହିଛନ୍ତି ।

ଅନ୍ତର୍ଜାତୀୟ ଜଗତର ଚିନ୍ତା କରିବା ଭଲ କଥା, ମାତ୍ର ଆମେରିକା, କାନାଡା, ୟୁରୋପ ଦେଶ ପ୍ରଥମରୁ ନିଜ ଲୋକଙ୍କ ପାଇଁ ଭ୍ୟାକ୍ସିନ ଯୋଗାଡ କରିବାରେ ଲାଗିଲେ । ଯେବେ ଏତେ ମାତ୍ରାରେ ଭ୍ୟାକ୍ସିନ ପ୍ରସ୍ତୁତ ହୋଇ ସାରିଥିଲା ତେବେ ଆମ ଦେଶର ଲୋକଙ୍କୁ ପ୍ରଥମେ ଦେଇ କରୋନା ପ୍ରବନ୍ଧନ ସଠିକ୍ ମାର୍ଗରେ ହୋଇ ପାରିଥାନ୍ତା । ମାତ୍ର କେନ୍ଦ୍ର ସରକାର ଅନ୍ତରାଷ୍ଟ୍ରୀୟସ୍ତରରେ ନିଜର ଛବି ଚମକାଇବା ରଖିବା ପାଇଁ ଟିକା ବାହାରକୁ ରପ୍ତାନୀ କଲେ ।

Leave a Reply