spot_img

Latest Posts

ପରିତ୍ଯକ୍ତ ହେଲିକପ୍ଟରକୁ ନେବା ବେଳେ ଦୁର୍ଘଟଣା

ନନ୍ଦିଘୋଷ ବ୍ୟୁରୋ: ଏକ ପରିତ୍ଯକ୍ତ ହେଲିକପ୍ଟରକୁ ନେବା ବେଳେ ଦୁର୍ଘଟଣା। ଉତ୍ତରାଖଣ୍ଡ କେଦାରନାଥରୁ ଗୋଚରକୁ ଏକ ପରିତ୍ଯକ୍ତ ହେଲିକପ୍ଟରକୁ ଏମଆଇ-୧୭ରେ ନେବାବେଳେ ତାହା ଖସିପଡିଛି। ଏକ ଘରୋଇ କମ୍ପାନୀ ଦ୍ବାରା ପରିଚାଳିତ ହେଲିକପ୍ଟରଟି ଲିନଚୋଲି ନିକଟ ମନ୍ଦାକିନୀ ନଦୀ କୂଳେ ପଡିଥିଲା। ଏୟାରଲିଫ୍ଟ କରିବାବେଳେ ତାହା ଖସିପଡିଥିଲା।ଏହି ସୂଚନା ମିଳିବା ପରେ ରାଜ୍ଯ ବିପର୍ଯ୍ୟୟ ପ୍ରଶମନ ଫଣ୍ଡ ବା ଏସଡିଆରଏଫ ପକ୍ଷରୁ ସେଠାକୁ ଏକ ଟିମ ଯାଇ ରେସ୍କ୍ୟୁ ଅପରେସନ କରିଛନ୍ତି। ଏହି ଘଟଣାରେ କେହି ଆହତ ହୋଇ ନାହାନ୍ତି। ପୂର୍ବରୁ ସେହି ହେଲିକପ୍ଟରଟି କେଦାରନାଥ ମନ୍ଦିରୁ ଯାତ୍ରୀମାନଙ୍କୁ ନେବା ଆଣିବା କରୁଥିଲା। ଗତ ଜୁଲାଇ ୧୧ରୁ କେଦାରନାଥକୁ ଯାତ୍ରୀ ଯିବା ସଂଖ୍ଯା ହ୍ରାସ ପାଇଛି। ଗୌରୀକୁଣ୍ଡରୁ କେଦାରନାଥ ରୁଟରେ ଭୂସ୍ଖଳନ ହେବା ଯୋଗୁ ଅନେକ ତୀର୍ଥଯାତ୍ରୀ ଫସିରହିଥିଲେ। ସେମାନଙ୍କୁ ଉଦ୍ଧାର କରିବା ଲାଗି ଏୟାରଫୋର୍ସର ଚିନୁକ ଓ ଏମଆଇ-୧୭ ହେଲିକପ୍ଟର ନିୟୋଜିତ ରହିଛି।

Latest Posts

Don't Miss