ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୩ଜଣଙ୍କୁ ୩୦ ଲକ୍ଷ ଟଙ୍କାର ସହାୟତା

ବଲାଙ୍ଗୀର: ବଲାଙ୍ଗୀରରେ ଡୁଚେନ୍ ମାଂସପେଶୀ ଡିଷ୍ଟ୍ରୋଫି ବା ଡିଏମଡିରେ ଆକ୍ରାନ୍ତଙ୍କୁ ସହାୟତା ପ୍ରଦାନ କରିଛି ଜିଲ୍ଲା ପ୍ରଶାସନ । ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୩ଜଣଙ୍କୁ ୩୦ ଲକ୍ଷ ଟଙ୍କାର ସହାୟତା ପ୍ରଦାନ କରିଛନ୍ତି ଜିଲ୍ଲାପାଳ । ଅର୍ଚ୍ଚିତ ଅଭିଜ୍ଞାନ ସାହୁ , ସୁପ୍ରିୟାବନ୍ତ ସୁନା, ସାଇଗୌରବ ସାହୁଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । ସମସ୍ତଙ୍କ ଅଭିଭାବକଙ୍କ ଆକାଉଣ୍ଟରେ ଟଙ୍କା ଜମା କରାଯାଇଛି । ଡୁଚେନ୍ ମାଂସପେଶୀ ଡିଷ୍ଟ୍ରୋଫି କଙ୍କାଳ ଏବଂ ହୃଦୟ ମାଂସପେଶୀରେ ଦୁର୍ବଳତା ସୃଷ୍ଟି କରେ । ଏଯାଏ ଏହି ରୋଗର କୌଣସି ଉପଶମ ନାହିଁ | ବୈଦ୍ୟୁତିକ ହୁଇଲଚେୟାର, ଫିଜିଓଥେରାପି, ବ୍ୟାଧି ପରୀକ୍ଷା ଏବଂ ଚିକିତ୍ସା ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ଏକକାଳୀନ ସହାୟତା ପ୍ରଦାନ କରାଯାଇଛି ।