ନବ ବିବାହିତାଙ୍କ ଚିକିତ୍ସାରେ ଅର୍ଥ ସାଜିଛି ବାଧକ

ବାଲେଶ୍ବର: କିଡନୀ ରୋଗରେ ଆକ୍ରାନ୍ତ ହୋଇ ଜୀବନ ସହ ସଂଘର୍ଷ କରୁଛି ନବ ବିବାହିତା । ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ । ବାହାନଗା ବ୍ଲକ ତାଳକୁରୁଣିଆ ପଞ୍ଚାୟତ ରହାଣିଆଗଞ୍ଜ ଗାଁର ଶୁଭ୍ରାଲିନ କିଡନୀ ରୋଗରେ ଆକ୍ରାନ୍ତ । ଚଳିତ ବର୍ଷ ଫେବୃଆରୀରେ ତାଙ୍କର ବିବାହ ହୋଇଥିଲା । କିଡନୀ ଦେବାରୁ ମାଆ ପ୍ରସ୍ତୁତ । କିଡନୀ ପ୍ରତ୍ୟାରୋପଣ ପାଇଁ ୧୫ରୁ ୨୦ ଲକ୍ଷ ଟଙ୍କା ଖର୍ଚ୍ଚ ହେବାକୁ ଥିବା ବେଳେ ସହାୟତା ଅପେକ୍ଷାରେ ପରିବାର ।

କିଡିନୀ ରୋଗରେ ଆକ୍ରାନ୍ତ ନବବିବାହିତା। ରୋଗ ଯନ୍ତ୍ରଣା ପାଇଁ ଜୀବନ ହୋଇଯାଇଛି ସଂଘର୍ଷମୟ। ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ । ଏଭଳି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି ବାହାନଗା ତାଳକୁରୁଣିଆ ପଞ୍ଚାୟତ ରହାଣିଆଗଞ୍ଜ ଗାଁରେ। ଗଙ୍ଗାଧର ବେହେରାଙ୍କ ଝିଅ ଶୁଭ୍ରାଲିନ କିଡନୀ ରୋଗରେ ପୀଡିତ। ୨୦୨୩ ଫେବୃଆରୀ ମାସରେ ରେମୁଣା ବ୍ଲକ ଶ୍ରୀଜଙ୍ଗ ଗାଁର ଭାଗବତ ବିଶ୍ୱାଳକୁ ସେ ବିବାହ କରିଥିଲେ। ବିବାହର କିଛି ମାସ ପରେ ଶୁଭ୍ରାଲିନଙ୍କ ଦେହ ହଠାତ ଅସୁସ୍ଥ ହୋଇଥିଲା। ଶ୍ବଶୁର ଘର ଲୋକେ ନେଇ କଟକ ମେଡ଼ିକାଲରେ ଡାକ୍ତରଙ୍କୁ ଦେଖାଇଥିଲେ। ଡାକ୍ତର ପରୀକ୍ଷା କରିବା ପରେ ଦୁଇଟି କିଡିନୀ ନଷ୍ଟ ହୋଇଥିବାର ଜାଣିପଡିଥିଲା।

ଏବେ କିଡନୀ ପ୍ରତ୍ୟାରୋପଣ ପାଇଁ ହେବାକୁ ଥିବା ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ। ଝିଅର ମାଆ କିଡିନୀ ଦେବାକୁ ପ୍ରସ୍ତୁତ । ଏଥିପାଇଁ ସମ୍ପୂର୍ଣ୍ଣ ପରୀକ୍ଷା ସରିଥିଲେ ମଧ୍ୟ ଡାକ୍ତର ୧୫ଲକ୍ଷରୁ ୨୦ଲକ୍ଷ ଖର୍ଚ୍ଚ ହେବ ବୋଲି କହିଛନ୍ତି। ଏତେ ମୋଟା ଅଙ୍କର ଅର୍ଥ ରାଶିନଥିବାରୁ ସହାୟତାକୁ ଅପେକ୍ଷା କରିଛନ୍ତି ପରିବାର।