ବରଗଡ଼ ଓ ବଲାଙ୍ଗୀର ଜିଲ୍ଲର ୨ ଅସହାୟ ପରିବାର: ଦାରିଦ୍ର୍ୟର ଦୁଃଖ ସାଙ୍ଗକୁ ରୋଗ ଯନ୍ତ୍ରଣାରେ ଛଟପଟ ପରିବାର

ବରଗଡ଼/ବଲାଙ୍ଗୀର: ଦାଉ ସାଜିଛି ଭାଗ୍ୟ । ପିଲାଙ୍କ ପ୍ରତିପୋଷଣରେ ସର୍ବସ୍ୱାନ୍ତ ପରିବାର । ବୁଦ୍ଧ ଓ ବୃଦ୍ଧାଙ୍କ ମୁଣ୍ଡରେ ଏବେ ମାନସିକ ବିକାରଗ୍ରସ୍ତ ଓ ରୋଗଗ୍ରସ୍ତ ପୁଅ ଝିଅର ବୋଝ । ଚିକତ୍ସା ପାଇଁ ଅର୍ଥ ସାଜିଛି ବାଧକ । ଗରିବୀ ବି ବୋଝ ଉପରେ ଲଳିତାବିଡ଼ା ସାଜିଛି ।

ଶିକୁଳିରେ ବନ୍ଧା ଜୀବନ । ବୃଦ୍ଧା ମାଆ ଉପରେ ଏବେ ପୁଅର ବୋଝ । ମାନସିକ ବିକାରଗ୍ରସ୍ତ ପୁଅର ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ । ବଲାଙ୍ଗୀର ଖଲିଆପାଲି ଗାଁର ରେଖା ମନହୀରା । ରେଖାଙ୍କ ତିନି ପୁଅ । ହେଲେ ବି ସେ ସୁଖ ଠାରୁ ବହୁ ଦୂରରେ । ବଡ଼ ପୁଅ ବୋହୂ ଦୀର୍ଘ ଦିନ ହେଲା ଘରୁ ଅଲଗା ରହୁଛନ୍ତି, ଆଉ ମଝିଆ ପୁଅ ଜଗବନ୍ଧୁ କରୋନା କଟକଣା ପାଇଁ ଏବେ ଘରେ ହାତ ବାନ୍ଧି ବସିଛି । ଆଉ ୨୨ ବର୍ଷର ସାନ ପୁଅ ବିଟୁ । ସେ କିନ୍ତୁ ଜନ୍ମରୁ ମାନସିକ ବିକାରଗ୍ରସ୍ତ । ଏପରିକି ବିଟୁର ଆକ୍ରମଣରେ ସ୍ୱାମୀ ମଧ୍ୟ ବହୁଦିନରୁ ଆଖି ବୁଜି ସାରିଛନ୍ତି । ଏଭଳି ଅବସ୍ଥାରେ ପୁଅର ଚିକତ୍ସା ଖର୍ଚ୍ଚ ଏବଂ ଦିନକୁ ଦୁଇବୋଳା ପେଟକୁ ଆହାର ଯୋଗାଇବା ଏହି ବୁଦ୍ଧାଙ୍କ ପାଇଁ କଷ୍ଟକର ହୋଇ ପଡିଛି । ରେଖା ପାଉଥିବା ୫ଶହ ଭତ୍ତା ଏବେ ସମୁଦ୍ରକୁ ଶଙ୍ଖେ ।

ସେପଟେ ବରଗଡ ଜିଲ୍ଲା ବରପାଲି ବ୍ଲକ କୁମ୍ଭାରୀ ଗାଁର ଗୌର ଚରଣଙ୍କ ଦୁର୍ଦଶା ବି କିଛି କମନୁହଁ । ଗୌରଙ୍କ ପରିବାର କହିଲେ ସ୍ତ୍ରୀ ଓ ଗୋଟିଏ ପୁଅ, ଗୋଟିଏ ଝିଅ । ହେଲେ ଦୁଇ ଛଆ ଏବେ ଅଜଣା ରୋଗରେ ଆକ୍ରାନ୍ତ । ପିଲାଙ୍କ ଚିକତ୍ସା ଖର୍ଚ୍ଚରେ ସର୍ବସ୍ୱାନ୍ତ ହୋଇଛନ୍ତି ଗୌରଚରଣ । ଏବେ ଏକ ଝାରଟିମାଟି ଘରେ ମୁଣ୍ଡଗୁଞ୍ଜିଛନ୍ତି ପରିବାର । ଏବେ ଏହି ଦୁଇ ପିରିବାର ପାଇଁ ସରକାରୀ ସହାୟତା ହିଁ ଏକମାତ୍ର ସାହାଭରସା ।

ଏଥିସହିତ ପଢ଼ନ୍ତୁ: ରାଜ୍ୟରେ ୨୪ ଘଣ୍ଟାରେ ଆଖି ବୁଜିଲେ ଆଉ ୪୬ ଆକ୍ରାନ୍ତ

Leave a Reply