ଓମିକ୍ରନରୁ ପିଛା ଛଡ଼ାଇପାରେ ରୋଷେଇ ଘରର ଏହି ୫ଟି ଜିନିଷ

1 min read

ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିଚାଲିଥିବା ବେଳେ ଏବେ ଲୋକଙ୍କ ମୁଣ୍ଡ ଘାରିଲାଣି କରୋନାର ନୂଆ ଭାରିଆଣ୍ଟ୍ ଓମିକ୍ରନ୍ । ସେ ଡାକ୍ତୀର ଚିକିତ୍ସା ହେଉ କିମ୍ବା ଘରୋଇ । ଏସବୁରୁ ପିଛା ଛଡ଼ାଇବା ପାଇଁ ଲୋକେ ଭିନ୍ନ ଭିନ୍ନ ଉପାୟ ଅବଲମ୍ବନ କରୁଛନ୍ତି । ଗତ ଲକଡାଉନରେ କରୋନା ମହାମାରୀ ଖୁବ୍ ଶୀଘ୍ର ନିଜ କାୟା ବିସ୍ତାର କରିବା ଭଳି ବର୍ତ୍ତମାନ ଦେଶରେ ଓମିକ୍ରନ୍ ହୁ ହୁ ହୋଇ ବଢ଼ିଚାଲିଛି । ଏବେଠୁ ସତର୍କ ଅବଲମ୍ୱନ ନ କଲେ ଆଗକୁ ପରିସ୍ଥିତି ବିଗିଡ଼ିପାରେ ବୋଲି ବିଶେଷଜ୍ଞ ମତ ଦେଇଛନ୍ତି । ତେବେ ଏସବୁରୁ ନିସ୍ତାର ପାଇଁ ଆପଣଙ୍କୁ ମାତ୍ର କେତୋଟି ଜିନିଷ ଉପରେ ଧ୍ୟାନ ଦେବାକୁ ପଡ଼ିବ । ଶରୀରରେ ରୋଗପ୍ରତିରୋଧକ ବଢ଼ାଇବା ହିଁ ଏସବୁ ରୋଗକୁ ପ୍ରଶ୍ରୟ ନଦେବାର ଏକମାତ୍ର ଉପାୟ । ଏଥିପାଇଁ ଲୋକେ ମହଙ୍ଗା ଏନର୍ଜି ଡ୍ରିଙ୍କ୍ ସହ ଅନେକ ଦାମି ଔଷଧ ମଧ୍ୟ ଖାଉଛନ୍ତି । ମାତ୍ର ଏସବୁ ବ୍ୟତୀତ ରୋଷେଇଘରେ ଥିବା ମାତ୍ର କେତୋଟି ଘରୋଇ ଜିନିଷରେ ଆପଣ ନିଜର ରୋଗପ୍ରତିରୋଧକ ବଢ଼ାଇପାରିବେ ।

ରୋଷେଇ ଘରେ ଥିବା ଏହି ୫ଟି ଜିନିଷ ବିଷୟରେ ଜାଣନ୍ତୁ :-

ହଳଦୀ : ଘରେ ଘରେ ହଳଦୀ ଉପଲବ୍ଧ ଥିବାବେଳେ କେବଳ ରୋଷେଇରେ ନୁହଁ ହଳଦୀର ଅନେକ ଔଷଧୀୟ ଗୁଣ ଥିବା ସମସ୍ତେ ଜାଣନ୍ତି । ବିଶେଷଜ୍ଞଙ୍କ ମତରେ ହଳଦୀରେ ଆଣ୍ଟି ଇନଫ୍ଲାମେଟୋରି ଗୁଣ ରହିଥିବାରୁ ଏହା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାରେ ସହାୟ ହୁଏ । ହଳଦୀକୁ ଗରମ ପାଣି, କ୍ଷୀର କିମ୍ବା ଚା’ ସହ ସେବନ କରିପାରିବେ ।

ଡାଲଚିନି : ଭାରତରେ ମସଲା ଜାତୀୟ ଖାଦ୍ୟ ଲୋକେ ଅଧିକ ପସନ୍ଦ କରିଥାନ୍ତି । ମସଲା ମଧ୍ୟରୁ ଡାଲଚିନିରେ ଅନେକ ଔଷଧୀୟ ଗୁଣ ରହିଛି । ରୋଗପ୍ରତିରୋଧକ ଶକ୍ତି ବଢ଼ାଇବାରେ ଡାଲଚିନି ପ୍ରମୁଖ ଭୂମିକା ଗ୍ରହଣ କରେ । କରୋନା ମହାମାରୀ ପାଇଁ କାଢ଼ାରେ ଡାଲଚିନିର ପ୍ରୟୋଗ ଶରୀରରେ ରୋଗପ୍ରତିରୋଧକ ଶକ୍ତି ବଢ଼ାଇବାରେ ମୁଖ୍ୟ ସହାୟ ହୋଇଥାଏ ବୋଲି ଆୟୁଷ ମନ୍ତ୍ରାଳୟ ଭାରତ ସରକାର ପରାମର୍ଶ ଦେଇଥିଲେ । ଚା’, କାଢ଼ା କିମ୍ୱା ଖାଇବାରେ ଡାଲଚିନି ମିଶାଇ ଖାଇପାରିବେ ।

ଅଦା : ଅଦାରେ ଆଣ୍ଟି ବାୟୋଟିକ୍ ଏବଂ ଆଣ୍ଟି ଇନଫ୍ଲାମେଟୋରି ଗୁଣ ରହିଥାଏ । ଶରୀରରେ ରୋଗପ୍ରତିରୋଧକ ଶକ୍ତି ବଢ଼ାଇବାରେ ଅଦା ଅନେକ ମାତ୍ରାରେ ସହାୟ ହୁଏ । ମାତ୍ର ଆବଶ୍ୟକଠୁ ଅଧିକ ସେବନ କଲେ ଏହା ଶରୀରର ପ୍ରତି ବିପଦ ସୃଷ୍ଟି କରିପାରେ । କ୍ଷୀରରେ ଫୁଟାଇ ଏହାର ସେବନ କଲେ ଅଧିକ ଫଳପ୍ରଦ ହୋଇଥାଏ ଏଥିସହ ଏହାକୁ ଶୁଖାଇ ଏହାର ଗୁଣ୍ଡର ସେବନ କରିପାରିବେ । ଗ୍ରୀନ ଟିରେ ଏହାକୁ ଫୁଟାଇ ପିଇ ପାରିବେ ।

 

ପିପଳି : ପିପଳିରେ ବହୁ ଔଷଧୀୟ ଗୁଣ ରହିଥିବା ବେଳେ ଖାଇବାରେ ସ୍ୱାଦ ବଢ଼ାଇବା ପାଇଁ ଏହାକୁ ଅନେକ ଲୋକ ବ୍ୟବହାର କରିଥାନ୍ତି । ପିପଳି ଗୁଣ୍ଡକୁ ମହୁ, ଲୁଣ କିମ୍ୱା ମସଲା ଚା’ ସହ ଖାଇପାରିବେ । ଏଥିସହ ଏହାର ରସକୁ ସାଲାଡରେ ମଧ୍ୟ ବ୍ୟବହାର କରିପାରିବେ । ହଜମ ଶକ୍ତି ଏବଂ ରୋଗପ୍ରତିରୋଧକ ଶକ୍ତି ବଢ଼ାଇବାରେ ଏହା ସହାୟ ହୁଏ ।

ଅଁଳା : ଅଁଳା ଗୁଣ୍ଡରେ ଭିଟାମିନ୍-c ଭରପୁର ପରିମାଣରେ ରହିଥାଏ ଏବଂ ରୋଗପ୍ରତିରୋଧକ ଶକ୍ତି ବଢ଼ାଇବାରେ ଏହା ଅନେକ ସହାୟ ହୁଏ । ଅଁଳା ଆଚାର ବନାଇବା ସହ ଏହାର ଗୁଣ୍ଡ ଖାଇବାରେ ମିଶାଇ ଖାଇପାରିବେ ।

Leave a Reply