କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହେଲା ଇଣ୍ଟର-କଣ୍ଟିନେଟାଲ କପ୍ ଟୁର୍ଣ୍ଣାମେଣ୍ଟ

1 min read

ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମରେ ଫୁଟବଲ ଫାଇଟ୍। ଆରମ୍ଭ ହୋଇଛି ଇଣ୍ଟର-କଣ୍ଟିନେଟାଲ କପ ଟୁର୍ଣ୍ଣାମେଣ୍ଟ। ଟୁର୍ଣ୍ଣାମେଣ୍ଟକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଭାରତ ଓ ମଙ୍ଗୋଲିଆ ମଧ୍ୟରେ ଚାଲିଛି ଉଦଘାଟନୀ ମ୍ୟାଚ୍। ପ୍ରଥମ ମ୍ୟାଚରେ ଭଲ ପ୍ରଦର୍ଶନ କରି ବିଜୟ ଅଭିଯାନ ଆରମ୍ଭ କରିବାକୁ ଉଭୟ ଦଳ ଲକ୍ଷ୍ୟ ରଖିଛନ୍ତି। ଯୁବ ଏବଂ ଅଭିଜ୍ଞ ଖେଳାଳିଙ୍କୁ ନେଇ ଭାରତୀୟ ଦଳ ବେଶ୍ ସନ୍ତୁଳିତ ରହିଛି।

ହୋମ ଗ୍ରାଉଣ୍ଡ ଓ ହୋମ କ୍ରାଉଡ଼ଙ୍କ ସାମ୍ନାରେ ଦଳ ଭଲ ପ୍ରଦର୍ଶନ କରିବ ବୋଲି ଆଶା କରାଯାଉଛି। ମଙ୍ଗୋଲିଆ ପାଇଁ ଟୁର୍ଣ୍ଣାମେଣ୍ଟ ବେଶ ଚ୍ୟାଲେଞ୍ଜିଂ ହୋଇପାରେ। ଟୁର୍ଣ୍ଣାମେଣ୍ଟରେ ଆୟୋଜକ ଭାରତ ସମେତ ଲେବାନନ, ମଙ୍ଗୋଲିଆ ଏବଂ ଭାନୁଆଟୁ ଅଂଶଗ୍ରହଣ କରିଛନ୍ତି । ଅନ୍ୟପଟେ ଲେବାନନ ଓ ଭାନୁଆଟୁ ମଧ୍ୟରେ ଅପରାହ୍ନ ୪.୩୦ରେ ଖେଳାଯାଇଥିବା ମ୍ୟାଚ ଅନୁଷ୍ଠିତ ହୋଇଥିଲା ।

ମ୍ୟାଚ ଆରମ୍ଭରୁ ବାହାନଗା ରେଳ ଦୁର୍ଘଟଣାରେ ମୃତାହତଙ୍କ ପାଇଁ ୧ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା । ମ୍ୟାଚରେ ଭାନୁଆଟୁକୁ ୩-୧ ଗୋଲରେ ହରାଇଛି ଲେବାନନ।