ହାଇଟେକ ହସ୍ପିଟାଲ ବିସ୍ଫୋରଣ ଘଟଣା, ମୃତଦେହ ଚିହ୍ନଟ ପାଇଁ ଆଜି DNA ନମୁନା ସଂଗ୍ରହ

ଭୁବନେଶ୍ବର: ହାଇଟେକ୍ ହସ୍ପିଟାଲ ଟ୍ରାଜେଡି । ଦ୍ଵନ୍ଦକୁ ଦୂର କରିବା ଲାଗି ତୃତୀୟ ମୃତଦେହ ପୋଲିସକୁ ହସ୍ତାନ୍ତର କରିଛି ହାଇଟେକ ହସ୍ପିଟାଲ । ଦିଲ୍ଲୀପ ସାମନ୍ତରାୟଙ୍କ ମୃତଦେହ ନା ଆଉ କାହାର ସେ ନେଇ ହେବ ଡିଏନଏ ଟେଷ୍ଟ । ଦିଲ୍ଲୀପଙ୍କ ମାଆଙ୍କ ସ୍ବାସ୍ଥ୍ୟର ଦାୟିତ୍ବ ନେବ ହସ୍ପିଟାଲ । ମୃତକଙ୍କ ମାଆଙ୍କ ଡିଏନଏ ମିଳାଇବା ପାଇଁ ଏମସକୁ ପଠାଯାଇଛି ମୃତଦେହ । ଆଜି ଡିଏନଏ ସାମ୍ପଲ କଲେକ୍ସନ କରାଯିବ ।

ଦିଲ୍ଲୀପଙ୍କ ପରିବାର ପକ୍ଷରୁ ଗତକାଲି ହସ୍ପିଟାଲ କର୍ତ୍ତୃପକ୍ଷ ଏବଂ ମଞ୍ଚେଶ୍ବର ଥାନା ବିରୋଧରେ ଏତଲା ଦିଆଯାଇଛି । ସେପଟେ ହସ୍ପିଟାଲରେ ସ୍ପେଶାଲ ଟିମର ତଦନ୍ତ ଆରମ୍ଭ ହୋଇଛି । ରିପୋର୍ଟ ଆସିବା ଯାଏଁ ସଂରକ୍ଷିତ ରହିବ ଶବ । ଗତ ୨୯ ତାରିଖରେ ହାଇଟେକ ହସ୍ପିଟାଲରେ ଘଟିଥିବା ଭୟଙ୍କର ବିସ୍ଫୋରଣରେ ଆଉ ଜଣଙ୍କର ମୃତ୍ୟୁ ଘଟିଛି । ଯାହା ଜଟଣୀ ବଅଁଗ ଅଞ୍ଚଳର ଦିଲ୍ଲୀପ ସାମନ୍ତରାୟଙ୍କର ବୋଲି ପରିବାର ଲୋକ ଦାବି କରିଛନ୍ତି । ପୁଅ ସହିତ କଥା ହୋଇ ଫେରିବା ପରେ ଦିଲ୍ଲୀପଙ୍କର କେମିତି ମୃତ୍ୟୁ ହେଲା ବୋଲି ମାଆ ପ୍ରଶ୍ନ କରିଛନ୍ତି । ପୁଅ ମୃତ୍ୟୁର ଉପଯୁକ୍ତ ତଦନ୍ତ କରିବା ସହ ଦୋଷୀକୁ କଠୋର ଦଣ୍ଡ ଦେବା ପାଇଁ ଦାବି କରିଛନ୍ତି ।