spot_img

Latest Posts

ସାଇଲେଣ୍ଟ କିଲର ଠୁ କମ୍ ନୁହେଁ ଉଚ୍ଚ ରକ୍ତଚାପ, ଚିନ୍ତା ପ୍ରକଟ କଲା ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ

ନୂଆଦିଲ୍ଲୀ: ଉଚ୍ଚ ରକ୍ତଚାପ ସାଜିଛି ଘାତକ। କେବଳ ଭାରତ ନୁହେଁ ସାରା ବିଶ୍ବରେ ସାଇଲେଣ୍ଟ କିଲର ଖେଳାଇଛି ମୃତ୍ୟୁର ଆତଙ୍କ। ଆଜିକାର ସମୟରେ ପ୍ରାୟ ସମସ୍ତଙ୍କ ଶରୀରରେ ରକ୍ତଚାପ ସମସ୍ୟା ଦେଖାଦେଉଛି। କିନ୍ତୁ ଅନେକ ସମୟରେ ଦେଖାଯାଏ ବହୁ ଲୋକ ଏସମ୍ପର୍କରେ ଜାଣିପାରିନଥାନ୍ତି। ଖାସ୍ କରି ଯୁବପିଢି ମାନେ ରକ୍ତଚାପରେ ଆକ୍ରାନ୍ତ ଥିବାନେଇ ଜାଣିପାରିନଥାନ୍ତି। ସାରା ବିଶ୍ୱରେ ପ୍ରାୟ ୮୦ ପ୍ରତିଶତ ଯୁବପିଢି, ଯେଉଁମାନେ ଉଚ୍ଚ ରକ୍ତଚାପରେ ଆକ୍ରାନ୍ତ ସେମାନେ ଅବଗତ ନୁହଁନ୍ତି ଯେ ହାଇ ବ୍ଲଡପ୍ରେସର ଏକ ସାଇଲେଣ୍ଟ କିଲର ବୋଲି । ଏନେଇ ପ୍ରକାଶ କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ।

ଚଳିତ ସପ୍ତାହରେ ଗ୍ଲୋବାଲ୍ ପବ୍ଲିକ୍ ହେଲ୍ଥ ଏଜେନ୍ସି ପକ୍ଷରୁ ଉଚ୍ଚ ରକ୍ତଚାପ ଜନିତ ମୃତ୍ୟୁକୁ ଏନେଇ ଏକ ରିପୋର୍ଟ ପ୍ରକାଶ ପାଇଛି । ଯେଉଁଥିରେ ଏହାକୁ କିଭଳି ଏଡାଇପାରିବେ ସେନେଇ ମଧ୍ୟ ପରାମର୍ଶ ଦିଆଯାଇଛି। ଶରୀରରେ ଉଚ୍ଚ ରାକ୍ତଚାପକୁ ନିୟନ୍ତ୍ରଣ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ନଚେତ୍ ଏଥିଯୋଗୁଁ ଅନ୍ୟ ସ୍ୱାସ୍ଥ୍ୟଗତ ସମସ୍ୟା ମଧ୍ୟ ଦେଖାଯିବାର ଆଶଙ୍କା ରହିଛି ।

ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ କୁହାଯାଇଛି, ସାରା ବିଶ୍ବରେ ଉଚ୍ଚ ରକ୍ତଚାପରେ ପୀଡିତ ପ୍ରତି ୫ ଜଣରେ ୪ ଜଣ ଉପଯୁକ୍ତ ଚିକିତ୍ସା ପାଆନ୍ତି ନାହିଁ। ଯଦି ଉଚ୍ଚ ରକ୍ତଚାପର ସଠିକ୍ ଚିକିତ୍ସା କରାଯାଏ ତେବେ ୨୦୫୦ ସୁଦ୍ଧା ୭୬ ନିୟୁତ ଲୋକଙ୍କ ଜୀବନ ରକ୍ଷା ହୋଇପାରିବ। ଏପରିକି ୨୦୪୦ ସୁଦ୍ଧା ଭାରତରେ ବି ୪୦ ନିୟୁତ ଲୋକଙ୍କ ଜୀବନ ରକ୍ଷା ହୋଇପାରିବ ବୋଲି କହିଛି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ। ସେମାନଙ୍କ ମଧ୍ୟରେ ରହିଛନ୍ତି ୩୦ରୁ ୭୯ ବର୍ଷ ବୟସ୍କ ଲୋକ।

ଡବ୍ଲ୍ୟୁଏଚ୍ଓ ଆହୁରି ମଧ୍ୟ କହିଛି ଯେ, ପୃଥିବୀରେ ଉଚ୍ଚ ରକ୍ତଚାପରେ ପୀଡିତ ଅଛନ୍ତି ୧୮୮ ଦଶମିକ ୩ ନିୟୁତ ଲୋକ। ଭାରତରେ ମାତ୍ର ୩୭ ପ୍ରତିଶତ ଲୋକ ଠିକ୍ ସମୟରେ ଚିକିତ୍ସିତ ହୋଇଥାନ୍ତି। ରକ୍ତଚାପ ୧୪୦/୯୦କୁ ଆଧାର କରି ଏହି ରିପୋର୍ଟ ପ୍ରକାଶ ପାଇଛି। ଉଚ୍ଚ ରକ୍ତଚାପ କାରଣରୁ ଷ୍ଟ୍ରୋକ, ହାର୍ଟ ଆଟାକ, ହାର୍ଟ ଫେଲୁଅର ଓ କିଡନୀ ନଷ୍ଟ ଆଦି ସମସ୍ୟା ଦେଖାଯାଇଥାଏ ।

Latest Posts

Don't Miss