କରୋନା ପାଇଁ ଆସନ୍ତାକାଲିଠାରୁ ୨୭ ତାରିଖ ଯାଏଁ ବନ୍ଦ ରହିବ ହାଇକୋର୍ଟ

1 min read
High Court & its offices completely shut down Till 27th May

କଟକ: ରାଜ୍ୟ ସହ କଟକ ସହରରେ ବଢ଼ୁଥିବା ସଂକ୍ରମଣକୁ ଦେଖି ହାଇକୋର୍ଟ ବନ୍ଦ ରଖିବାକୁ ନିଷ୍ପତ୍ତି ହୋଇଛି । ହାଇକୋର୍ଟର ଏକାଧିକ କର୍ମଚାରୀ ମଧ୍ୟ କରୋନା ସଂକ୍ରମିତ ହୋଇଛନ୍ତି । ଏହାକୁ ଦୃଷ୍ଟିରେ ରଖି ଆସନ୍ତାକାଲି ମେ ୧୯ ତାରିଖରୁ ଓଡ଼ିଶା ହାଇକୋର୍ଟ ମେ ୨୭ ତାରିଖ ଯାଏ ବନ୍ଦ ସଟଡାଉନ୍ ରହିବ । ୨୮ ତାରିଖରେ ଖୋଲିବ ହାଇକୋର୍ଟ । ଏନେଇ ହାଇକୋର୍ଟ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି ।

ଏହି ସମୟରେ ଜରୁରୀ ମାମଲା ଶୁଣାଣି ହେବ । ରେଜିଷ୍ଟ୍ରାର (ଜୁଡିସିଆଲ୍)ଙ୍କ ନିକଟରେ ପୂର୍ବରୁ ଧାର୍ଯ୍ୟ ମାମଲା ମୁଖ୍ୟ ବିଚାରପତିଙ୍କ ନିର୍ଦ୍ଦେଶ ଅନୁସାରେ ଶୁଣାଣି ହେବ । ଏହି ସମୟରେ ଅଭ୍ୟାସ କରୁଥିବା ଆଇନଜୀବୀଙ୍କୁ ବିରତ ରହିବା ପାଇଁ କୋର୍ଟ ଅନୁରୋଧ କରିଛନ୍ତି । ୨୮ ତାରିଖ ପରେ କୋର୍ଟ ଖୋଲିଲେ ସରକାରଙ୍କ ଲକଡାଉନ୍ ଅନୁଯାୟୀ କୋଭିଡ କଟକଣାରେ କୋର୍ଟ କାର୍ଯ୍ୟ ଚାଲିବ ।

Leave a Reply