ଧ୍ବଂସସ୍ତୂପ ପାଲଟିଛି ହିମାଚଳ ପ୍ରଦେଶ ଓ ଉତ୍ତରାଖଣ୍ଡ, ବଢି ଚାଲିଛି ମୃତ୍ୟୁ ସଂଖ୍ୟା

ଉତ୍ତରଭାରତ : ହିମାଚଳ ପ୍ରଦେଶ ଓ ଉତ୍ତରାଖଣ୍ଡ ଧ୍ବସ୍ତବିଧ୍ବସ୍ତ । ଧ୍ବଂସସ୍ତୂପ ତଳୁ ଜାରି ରହିଛି ଉଦ୍ଧାର କାର୍ଯ୍ୟ । ହିମାଚଳ ପ୍ରଦେଶରେ ମୃତ୍ୟୁ ସଂଖ୍ୟା ୬୦ ହୋଇଥିବା ବେଳେ ଉତ୍ତରାଖଣ୍ଡରେ ମୋଟ ମୃତ୍ୟୁ ସଂଖ୍ୟା ହୋଇଛି ୬ । ସେପଟେ ଆସନ୍ତା ଦୁଇ ଦିନ ହିମାଚଳ ପ୍ରଦେଶର ପ୍ରବଳ ବର୍ଷା ହେବ ବୋଲି ସୂଚନା ମିଳିଛି । ତେଣେ ଆସନ୍ତା ୪ ଦିନ ବି ଉତ୍ତରାଖଣ୍ଡରେ ପ୍ରବଳ ବର୍ଷା ହେବ ବୋଲି ଆଲର୍ଟ ସୂଚନା ଦିଆଯାଇଛି । ସିମଳାର କ୍ରିଷନନଗରରେ ଲ୍ୟାଣ୍ଡସ୍ଲାଇଡ ହେବାରୁ ଏକ କଂସାଇଖାନା ଧସିଯାଇଛି । ୮ଟି ଘର ବି ମାଟିରେ ମିଶିଛି । ସୋମବାର ଧସିଯାଇଥିବା ମନ୍ଦିରରୁ ୧୨ ଜଣଙ୍କ ଶବ ଉଦ୍ଧାର କରାଯାଇଥିବାବେଳେ ଆଉ ୧୦ ଜଣଙ୍କ ଶବ ଭିତରେ ଥିବା ଆଶଙ୍କା କରାଯାଉଛି । ହିମାଚଳ ପ୍ରଦେଶର ବିଭିନ୍ନ ସ୍ଥାନରେ ଏନଡିଆରଏଫ, ଆର୍ମି ଓ ଏସଡିଆରଏଫ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।Floods and landslides claim 50 lives in Himachal Pradesh, India

ହିମାଚଳ ପ୍ରଦେଶ ୟୁନିଭର୍ସିଟିରେ ଶିକ୍ଷାଦାନ କାର୍ଯ୍ୟ ୧୯ ତାରିଖ ଯାଏ ସ୍ଥଗିତ ରଖାଯାଇଛି । କାଙ୍ଗ୍ରାର ତଳିଆ ଅଞ୍ଚଳରୁ ୮ଶହରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଛି ।  ହିମାଚଳ ପ୍ରଦେଶରେ ବାଦଲ ଫଟା ବର୍ଷା ସାଙ୍ଗକୁ ଭୂସ୍ଖଳନ ସ୍ଥିତି ସଂଗୀନ ହୋଇଛି । ଲଗାଣ ବର୍ଷା ଯୋଗୁ ସାରାରାଜ୍ୟରେ ଲ୍ୟାଣ୍ଡସ୍ଲାଇଡ ଜାରି ରହିଛି । ପାହାଡ଼ରୁ ଖସୁଛି ବଡ଼ ବଡ଼ ପଥର । ଅନେକ ରାସ୍ତାରେ ପାହାଡ଼ ଖଣ୍ଡ ପଡ଼ିରହିଥିବାରୁ ଗାଡ଼ିମୋଟର ଚଳାଚଳ ବାଧାପ୍ରାପ୍ତ ହୋଇଛି । ତିନି ଦିନ ଧରି ଲଗାତାର ଜଳ ପ୍ରଳୟ ଜାରି ରହିଥିବା ବେଳେ ଅତି ଭୟଙ୍କର ଦୃଶ୍ୟ ସାମ୍ନାକୁ ଆସୁଛି । । ସେପଟେ ଉତ୍ତରାଖଣ୍ଡରେ ବି ପ୍ରବଳ ବର୍ଷା ସହ ଭୂସ୍ଖଳନ ସ୍ଥିତି ଅତି ଭୟାବହ ହୋଇଛି । ଯୋଶୀମଠ ଭୂସ୍ଖଳନ ଯୋଗୁ ଅନେକ ଘର ଭୁଶୁଡ଼ି ପଡ଼ିଥିବା ବେଳେ ଅନେକ ଲୋକ ଚାପି ହୋଇ ରହିଥିବା ଆଶଙ୍କା କରାଯାଉଛି ।