ଭାରତରେ ହ୍ରାସ ପାଉଛି ହିନ୍ଦୁଙ୍କ ସଂଖ୍ୟା, ବୃଦ୍ଧି ପାଉଛି ମୁସଲମାନଙ୍କ ସଂଖ୍ୟା

ନନ୍ଦିଘୋଷ ବ୍ୟୁରୋ: ଭାରତ ଏକ ହିନ୍ଦୁ ବହୁଳ ରାଷ୍ଟ୍ର । ତେବେ ଏକ ରିପୋର୍ଟରେ ପ୍ରକାଶ ପାଇଛି କି, ଭାରତରେ ହ୍ରାସ ପାଉଛି ହିନ୍ଦୁଙ୍କ ସଂଖ୍ୟା । ହିନ୍ଦୁଙ୍କ ସଂଖ୍ୟା ୭.୮୨ ପ୍ରତିଶତ ହ୍ରାସ ପାଇଛି । ତେବେ ମୁସଲମାନଙ୍କ ସଂଖ୍ୟା ବୃଦ୍ଧି ପାଉଛି । କେବଳ ଭାରତ ନୁହେଁ ନେପାଳ ଏବଂ ମିଆଁମାରରେ ମଧ୍ୟ ହିନ୍ଦୁଙ୍କ ସଂଖ୍ୟା କମିବାରେ ଲାଗିଛି । ସେପଟେ ପାକିସ୍ତାନ ଏବଂ ବାଲାଂଦେଶରେ ମୁସଲମାନଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ବାଲାଂଦେଶରେ ୧୮ ପ୍ରତିଶତ ଏବଂ ପାକିସ୍ତାନରେ ୧୦ ପ୍ରତିଶତ ବୃଦ୍ଧି ପାଇଛି । ତେବେ ଅଧ୍ୟୟନରୁ ଜଣାପଡ଼ିଛି କି, ଏହି ଅଧ୍ୟୟନ ୧୯୫୦ରୁ ୨୦୧୫ ପର୍ଯ୍ୟନ୍ତ ରହିଛି । ଭାରତରେ ସଂଖ୍ୟାଲଘୁ ମୁସଲମାନ, ଖ୍ରୀଷ୍ଟିଆନ , ଏବଂ ଶିଖଙ୍କ ସଂଖ୍ୟା ବୃଦ୍ଧି ପାଇଛି । ମୁସଲମାନଙ୍କ ସଂଖ୍ୟା ୪୩.୧୫ ପ୍ରତିଶତ ବୃଦ୍ଧି ପାଇଛି । ସେହିପରି ଖ୍ରୀଷ୍ଟିଆନଙ୍କ ସଂଖ୍ୟା ୫.୩୮ ପ୍ରତିଶତ ଏବଂ ଶିଖଙ୍କ ସଂଖ୍ୟା ୬. ୫୮ ପ୍ରତିଶତ ବୃଦ୍ଧି ହୋଇଛି ।

ତେବେ ଏହି ଅଧ୍ୟୟନ ଅନୁଯାୟୀ, ୧୯୫୦ ମସିହାରେ ଭାରତରେ ୮୪.୬୮ ପ୍ରତିଶତ ହିନ୍ଦୁ ରହିଥିଲେ । ମାତ୍ର ୨୦୧୫ ମସିହାରେ ୭୮.୦୬ ପ୍ରତିଶତକୁ ହ୍ରାସ ପାଇଛି । ୧୯୭୧ ମସିହାରେ ବାଲାଂଦେଶରେ ମୁସଲମାନଙ୍କ ସଂଖ୍ୟା ୧୮ ପ୍ରତିଶତ ବୃଦ୍ଧି ପାଇଛି ।