spot_img

Latest Posts

ହିନ୍ଦୁଜା ଗ୍ରୁପ ଅଧ୍ୟକ୍ଷ ଗୋପୀଚାନ୍ଦ ପୀ. ହିନ୍ଦୁଜାଙ୍କ ପରଲୋକ

ହିନ୍ଦୁଜା ଗ୍ରୁପର ଅଧ୍ୟକ୍ଷ ଗୋପୀଚାନ୍ଦ ପୀ. ହିନ୍ଦୁଜାଙ୍କ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୮୫ ବର୍ଷ ହୋଇଥିଲା । ଲଣ୍ଡନର ଏକ ହସ୍ପିଟାଲରେ ଗୋପୀଚାନ୍ଦ ଶେଷ ନିଃଶ୍ବାସ ତ୍ୟାଗ କରିଥିବା ତାଙ୍କର ପରିବାର ସୂତ୍ରରୁ ଜଣାପଡ଼ିଛି । ବ୍ୟବସାୟିକ ମହଲରେ ’ଜୀପୀ’ ନାମରେ ପରିଚିତ ଗୋପୀଚାନ୍ଦ ଗତ କିଛି ସପ୍ତାହ ଧରି ଅସୁସ୍ଥ ଥିଲେ । ଗୋପୀଚାନ୍ଦ, ହିନ୍ଦୁଜା ପରିବାରର ଦ୍ବିତୀୟ ପୀଢ଼ୀର ଥିଲେ । ସେ ୨୦୨୩ ମସିହା ମେ ମାସରେ ବଡ଼ ଭାଇଙ୍କ ଦେହାନ୍ତ ପରେ ଅଧ୍ୟକ୍ଷ ପଦ ସମ୍ଭାଳିଥିଲେ । ତାଙ୍କ ପରିବାରରେ ପତ୍ନୀ ସୁନୀତା, ପୁଅ ସଞ୍ଜୟ ଓ ଧୀରଜ, ଝିଅ ରୀତା ଅଛନ୍ତି ।

Latest Posts

Don't Miss