ଚୀନର ସୈତାନ ଡାକ୍ତର, ଜୀବିତ କଏଦୀଙ୍କ ଦେହରୁ କାଢି ନିଅନ୍ତି ଅଙ୍ଗ

ବେଜିଂ: ହସ୍ପିଟାଲକୁ ମନ୍ଦିର ଏବଂ ଡାକ୍ତରଙ୍କୁ ଭଗବାନଙ୍କ ସହ ତୁଳନା କରାଯାଏ ।  ଏମାନଙ୍କ କାମ ଲୋକଙ୍କ ଜୀବନ ବଞ୍ଚାଇବା । କିନ୍ତୁ ଚୀନରେ ଏଭଳି କିଛି ମାମଲା ସାମ୍ନାକୁ ଆସିଛି, ଯେଉଁଥିରେ ଡାକ୍ତରଙ୍କ ଉପରେ ଲାଗିଛି ହତ୍ୟା ଅଭିଯୋଗ । ଶହ ଶହ ସର୍ଜନ ଏବଂ ଚିକିତ୍ସାକର୍ମୀଙ୍କ ଉପରେ  ମୃତ୍ୟୁ ଦଣ୍ଡ ପାଇଥିବା କଏଦୀଙ୍କ ହୃତପିଣ୍ଡ ବାହାର କରି ନେଇଥିବା ଅଭିଯୋଗ ହୋଇଛି ।  ଯାହାର ଖୁଲାସା ଏକ ନୂଆ ଏକାଡେମିକ୍‌ ପେପରରେ ହୋଇଛି ।

ଅର୍ଗାନ୍‌ ଟ୍ରାନ୍ସପ୍ଲାଣ୍ଟ ଏଥିକ୍ସର ଅନ୍ତଃରାଷ୍ଟ୍ରୀୟ ଦିଗନିର୍ଦ୍ଦେଶ ଅନୁସାରେ ଶରୀରରୁ ଅଙ୍ଗ ବାହାର କରିଦେଲେ କୌଣସି ଡୋନରଙ୍କ ମୃତ୍ୟୁ ହୁଏନାହିଁ ।

ଅଷ୍ଟ୍ରେଲିୟାନ୍‌ ନ୍ୟାସନାଲ ୟୁନିଭର୍ସିଟିର  ଆମେରିକାନ୍‌ ଜର୍ନାଲ ଅଫ୍‌ ଟ୍ରାନ୍ସପ୍ଲାଣ୍ଟେସନରେ ପ୍ରକାଶିତ ଗବେଷଣାରେ ଦାବି କରାଯାଇଛିଯେ, ଚୀନ୍‌ ସର୍ଜନ ଏହି ନିୟମକୁ ଉଲଙ୍ଘନ କରିଛନ୍ତି । ଅଲ୍‌ ଜଜିରାର ଖବର ଅନୁସାରେ, ଚୀନର ବୈଜ୍ଞାନିକ ପତ୍ରିକା ଗୁଡ଼ିକର ୨ ହଜାର ୮୩୮ ରିପୋର୍ଟର ଫରେନସିକ୍‌ ରିଭ୍ୟୁରୁ ଜଣାପଡ଼ିଛିଯେ, ୭୧ଟି ମାମଲାରେ ସର୍ଜନ ସମ୍ଭବତଃ ରୋଗୀର ବ୍ରେନ୍‌ ଡେଡ୍‌ ହେବା ପୂର୍ବରୁ ତା ହୃତପିଣ୍ଡ ଏବଂ ଫୁସଫୁସ୍‌ ବାହାର କରିଦିଆଯାଇଛି ।

ତେବେ ପ୍ରଶ୍ନ ମଧ୍ୟରେ ରହିଥିବା ଏହି ୭୧ ମାମଲା ୧୯୮୦ରୁ ୨୦୧୫ ମଧ୍ୟରେ ଦେଖିବାକୁ ମିଳିଛି । ୨୦୧୫ରେ ଚୀନ୍‌ କଏଦୀ ମାନଙ୍କ ଠାରୁ ଅଙ୍ଗ ନେବା ଉପରେ ଆନୁଷ୍ଠାନିକ ଭାବରେ ପ୍ରତିବନ୍ଧକ ଲଗାଇଥିଲା । ସୂଚନା ଅନୁସାରେ କଏଦୀଙ୍କୁ ମାରିବା ପଛରେ ଚୀନ୍‌ ସର୍ଜନଙ୍କର ଏକ ପ୍ରମୁଖ ଭୂମିକା ରହିଛି । ଯାହା ଘାତକ ଇଞ୍ଜେକ୍ସନ ଦ୍ୱାରା ପୂର୍ବରୁ ସମ୍ଭବ ହେଉଥିଲା । ଯଦି କଏଦୀ ଏହାଦ୍ୱାରା ବଞ୍ଚି ଯାଉଥିଲେ, ତେବେ ସର୍ଜନ ସେମାନଙ୍କ ଅଙ୍ଗ ବାହାର କରି ମାରି ଦେଉଥିଲେ ।

 ଗବେଷଣାର ସହ ଲେଖକ ଏବଂ ପିଏଚଡି ଗବେଷକ ମାଥ୍ୟୁ ରବର୍ଟସନଙ୍କ କହିବା ହେଉଛି ଡାକ୍ତର ସରକାରଙ୍କ ଅସ୍ତ୍ର ହୋଇ ସାରିଥିଲେ ଏବଂ ହତ୍ୟାର ଯୋଜନା ଥିଲା ହୃତପିଣ୍ଡ ବାହାର କରିବା । ତେବେ ସନ୍ଦିଗ୍ଧ ମାମଲାରେ ୩୪୮ ସର୍ଜନ, ନର୍ସ ଏବଂ ଏନେସ୍ଥେସିଓଲୋଜିଷ୍ଟ ଏବଂ ଅନ୍ୟ ଚିକିତ୍ସା କର୍ମଚାରୀ କିମ୍ବା ଗବେଷକ ମଧ୍ୟ ସାମିଲ ଥିଲେ, ଯେଉଁମାନଙ୍କୁ ପତ୍ରିକାରେ ସାମିଲ କରାଯାଇଛି ।