spot_img

Latest Posts

ଆସିଲା ପର୍ଯ୍ୟଟନ ଋତୁ, ପିକନିକ ସ୍ପଟରେ ଜମୁଛି ପ୍ରବଳ ଭିଡ଼

ସମ୍ବଲପୁର: ଆସିଛି ପର୍ଯ୍ୟଟନ ଋତୁ। ବଣ ଭୋଜି ପାଇଁ ପିକନିକ ସ୍ପଟରେ ଦେଖିବାକୁ ମିଳିଛି ପ୍ରବଳ ଭିଡ଼। ବିଶେଷ କରି ପଶ୍ଚିମ ଓଡିଶାର ପ୍ରମୁଖ ପର୍ଯ୍ୟଟନ ସ୍ଥଳି ହୀରାକୁଦର ଜିରୋ ପଏଣ୍ଟକୁ ପରିବାର ସହ ବାହାରି ପଡିଛନ୍ତି ଲୋକ।  ଫୁରସତ ସମୟରେ କିଏ ପରିବାର ସହ ଆସୁଛି ତ ଆଉ କିଏ ସାଙ୍ଗ ସାଥିଙ୍କ ସହ ହୀରାକୁଦ ପର୍ଯ୍ୟଟନର ଭରପୁର ମଜା ଉଠାଉଛନ୍ତି।

ହୀରାକୁଦର ଏହି ଜିରୋ ପଏଣ୍ଟରେ ସକାଳ ୫ଟାରୁ ସଂଧ୍ୟା ପଯ୍ୟନ୍ତ ଜମୁଛି ଲୋକଙ୍କ ଭିଡ। ସ୍କୁଲ ପିଲାଙ୍କ ଠାରୁ ଆରମ୍ଭ କରି ଆବାଳ ବୃଦ୍ଧ ବନିତା ବଣ ଭୋଜିର ମଜା ଉଠାଉଛନ୍ତି। ଏହି ପ୍ରାକୃତିକ ପରିବେଶକୁ ଅଧିକ ଆକର୍ଷଣୀୟ କରୁଛି ଦେଶ ବିଦେଶରୁ ଉଡି ଆସିଥିବା ଭଳିକି ଭଳି ପକ୍ଷୀ । ଏଠାରେ  ବଣ ଭୋଜି ସାଙ୍ଗକୁ ବୋଟିଂର ଭରପୁର ମଜା ଉଠାଉଛନ୍ତି ବାହାରୁ ଆସୁଥିବା ପର୍ଯ୍ୟଟକ। ବ୍ୟସ୍ତ ବହୁଳ ଜୀବନରୁ ଟିକିଏ ଫୁରସତ ପାଇଁ ପ୍ରକୃତି କୋଳକୁ ଚାଲିଆସୁଛନ୍ତି ପର୍ଯ୍ୟଟକ।

Latest Posts

Don't Miss