ସମ୍ବଲପୁର ହୀରାକୁଦ ଅଞ୍ଚଳରେ ଝାଡାବାନ୍ତି ଆତଙ୍କ

ସମ୍ବଲପୁର: ସମ୍ବଲପୁର ହୀରାକୁଦ ଅଞ୍ଚଳରେ ଝାଡାବାନ୍ତି ଆତଙ୍କ । ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଜଣଙ୍କର ମୃତ୍ୟୁ ହୋଇଛି । ବୁର୍ଲାରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ସ୍ଥିତି ଅନୁଧ୍ୟାନ ପାଇଁ ସମ୍ବଲପୁରରୁ ସ୍ବତନ୍ତ୍ର ଡାକ୍ତରୀ ଦଳ ହୀରାକୁଦରେ ପହଞ୍ଚିଛନ୍ତି । ସମ୍ବଲପୁର ଜିଲ୍ଲାପାଳ ଆକ୍ରାନ୍ତଙ୍କୁ ଭେଟି ସ୍ବାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି । ଏବେ ଝାଡାବାନ୍ତିରେ  ୪୫ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୫ ଜଣ ଗୁରୁତର ହୋଇଥିବା ସୂଚନା ମିଳିଛି।  ଦୂଷିତ ପାଣି ପିଇ ଝାଡାବାନ୍ତି ହୋଇଥିବା ସନ୍ଦେହ କରିଛନ୍ତି ସମ୍ବଲପୁର ସିଡିଏମଓ ସୁଜାତା ରାଣୀ ମିଶ୍ର ।  ହୀରାକୁଦ ହସ୍ପିଟାଲରେ ୨୦ ଜଣଙ୍କର ଚିକିତ୍ସା  ଚାଲିଥିବାବେଳେ ୪ ଜଣଙ୍କୁ ବୁର୍ଲା ଭୀମସାରରେ ଭର୍ତ୍ତି କରାଯାଇଛି । ହୀରାକୁଦ କାଳୁପଡା, ଗଉଡପଡା, ଗୁରୁଦ୍ବାରା ଓ ନ୍ୟୁ ମାର୍କେଟ ପଡାରେ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ଦେଖିବାକୁ ମିଳିଛି ।