ହକିକୁ ନେଇ ନିର୍ମାଣ ଡକ୍ୟୁମେଣ୍ଟ୍ରି ଫିଲ୍ମ ଇଣ୍ଡିଆଜ ଗେମର ସ୍ବତନ୍ତ୍ର ସ୍କ୍ରିନିଂ

1 min read

ଭୁବନେଶ୍ବର:  ଭାରତୀୟ ହକିକୁ ନେଇ ନିର୍ମାଣ ହୋଇଥିବା ଡକ୍ୟୁମେଣ୍ଟ୍ରି ଫିଲ୍ମ  INDIA’S GAME ର ସ୍ବତନ୍ତ୍ର ସ୍କ୍ରିନିଂ ଲୋକସେବା ଭବନରେ ଅନୁଷ୍ଠିତ ହୋଇଯାଇଛି । ଦେଶକୁ ଏକାଠି କରିଥିବା ଏକ ଦଳର କାହାଣୀ ଏହି  ଡକ୍ୟୁମେଣ୍ଟ୍ରିରେ ସ୍ଥାନ ପାଇଛି । ଏହି  ଡକ୍ୟୁମେଣ୍ଟ୍ରି ଫିଲ୍ମକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକାର୍ପଣ କରିଛନ୍ତି। ଲେଭେଲ ଫିଲ୍ମ ଦ୍ୱାରା ଡକ୍ୟୁମେଣ୍ଟ୍ରି ଫିଲ୍ମଟି ନିର୍ମାଣ ହୋଇଛି । ସ୍ଵତନ୍ତ୍ର ସ୍କ୍ରିନିଂ ଉତ୍ସବ ରେ ମୁଖ୍ୟ ଶାସନ ସଚିବଙ୍କ ସହ ବିଭିନ୍ନ ବିଭାଗର ସଚିବ, ହକି ଇଣ୍ଡିଆର କର୍ମକର୍ତ୍ତା, ଭାରତୀୟ ହକି ଦଳର ଓଡ଼ିଆ ଲିଜେଣ୍ଡ ଖେଳାଳି, ବିଶିଷ୍ଟ ବ୍ୟକ୍ତିତ୍ୱ ମାନେ ଉପସ୍ଥିତ ଥିଲେ । ୧୯୨୮ ମସିହା ଆମଷ୍ଟରଡ଼ାମ ଅଲିମ୍ପିକ ସ୍ବର୍ଣ୍ଣ ପଦକ ଠାରୁ ଆରମ୍ଭ କରି ୧୯୮୦ ମସ୍କୋ ଅଲିମ୍ପିକର ସ୍ବର୍ଣ୍ଣ ପଦକ  ଜିତିବାର କାହାଣୀ ସ୍ଥାନ ପାଇଛି । ୧୯୭୫ରେ ଉଭୟ ଭାରତୀୟ ହକି ଏବଂ କ୍ରିକେଟ ଦଳ ବିଶ୍ଵ ଚମ୍ପିୟାନ ହେବା ପରେ ପରେ କେମିତି ଭାରତୀୟ ହକି ରସାତଳଗାମୀ ହେଲା ଓ କ୍ରିକେଟର ଉତଥାନ ହେଲା ସେ ବିଷୟ ସ୍ଥାନ ପାଇଛି । ୧୯୮୦ ପରେ ପଦକ ଶୂନ୍ୟ ଭାରତୀୟ ହକି ଦଳକୁ ଓଡିଶା ସରକାର ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସହାୟତାର ହାତ ବଢାଇଲେ । ଏହା ପରେ ଟୋକିଓ ଅଲିମ୍ପିକରେ ବ୍ରୋଞ୍ଚ ପଦକ ଜିତିଲା ଭାରତ । ସେ ସମ୍ପର୍କରେ ଡକ୍ୟୁମେଣ୍ଟ୍ରି ଫିଲ୍ମରେ ସ୍ଥାନ ପାଇଛି । ଏହି ଡକ୍ୟୁମେଣ୍ଟ୍ରି ଫିଲ୍ମଟି ସମସ୍ତ ପଦକ ବିଜେତା ହକି ଖେଳାଳି ଏବଂ ସ୍ଵାଧୀନତା ସଂଗ୍ରାମୀ ମାନଙ୍କ ଉଦେଶ୍ୟରେ ସ୍ୱାଧୀନତା ଦିବସରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ l ଏହି ଡକ୍ୟୁମେଣ୍ଟ୍ରି ଫିଲ୍ମ ଫାଇଭ-ଟି ସଚିବ ଭିକେ ପାଣ୍ଡିଆନଙ୍କ ପରିକଳ୍ପନାରେ ପ୍ରସ୍ତୁତ ହୋଇଛି l ଆଗକୁ ଏହି ଡକ୍ୟୁମେଣ୍ଟ୍ରି ଫିଲ୍ମ ଓଡ଼ିଆ ଭାଷାରେ ଆସିବ ।