spot_img

Latest Posts

କଳିଙ୍ଗ ଷ୍ଟାଡିୟମକୁ ଭୁରିଭୁରି ପ୍ରଶଂସା କଲେ ବିଦେଶୀ ଖେଳାଳି

ଭୁବନେଶ୍ବର: ଜୁନିୟର ହକି ବିଶ୍ବକପକୁ ନେଇ କମ୍ପୁଛି କଳିଙ୍ଗ ଷ୍ଟାଡିୟମ। ଏଭଳି ସମୟରେ ପାକିସ୍ତାନ ଖେଳାଳିଙ୍କ ମୁହଁରୁ ଛୁଟୁଛି ପ୍ରଶଂସାର ସୁଅ। ଭୁବନେଶ୍ବର ଓ କଳିଙ୍ଗ ଷ୍ଟାଡିୟମକୁ ଭୁରିଭୁରି ପ୍ରଶଂସା କରିଛନ୍ତି ପାକିସ୍ତାନ ଓ ଜର୍ମାନୀ ଅଧିନାୟକ । ଯାହାକୁ ଟିଭିରେ ଦେଖୁଥିଲୁ, ସେଠି ଖେଳିବାର ସୁଯୋଗ ମିଳିଛି ବୋଲି କହିଛନ୍ତି ଉଭୟ ଦେଶର ଖେଳାଳି । କଳିଙ୍ଗ ଷ୍ଟାଡିୟମ ଯେତିକି ଉନ୍ନତ ବୋଲି ଶୁଣିଥିଲୁ ତାଠାରୁ ଏହା ଅଧିକ ବିକଶିତ ।

୨୦୧୮ ବିଶ୍ବକପ ଏଠାରେ ଖେଳାଯାଇଥିଲା । ଆମେ ଏହାକୁ ଟିଭିରେ ଦେଖିଥିଲୁ ହେଲେ ଏବେ ଏଠାରେ ଖେଳିବାର ଗୌରବ ଲାଭ କରୁଛୁ ବୋଲି ପାକିସ୍ତାନ ଅଧିନାୟକ ରାଣା ଅବଦୁଲ କହିଛନ୍ତି। ସେପଟେ ଜର୍ମାନୀ ଅଧିନାୟକ ମଲର ହାନିସ କହିଛନ୍ତି ଯେ ଆମେ ଖେଳିଥିବା ଅନେକ ଷ୍ଟାଡିୟମ ମଧ୍ୟରୁ ସର୍ବୋତ୍ତମ ହେଉଛି କଳିଙ୍ଗ ଷ୍ଟାଡିୟମ । ଏଠାକାର ପରିବେଶ ଓ ସୁବିଧା ସୁଯୋଗ ସବୁ ସ୍ଥାନ ଅପେକ୍ଷା ନିଆରା ।

ସୂଚନାଯୋଗ୍ୟ, ଜୁନିୟର ହକି ବିଶ୍ବକପର ପ୍ରଥମ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ୫-୧ ଗୋଲର ଏକ ବଡ଼ ବ୍ୟବଧାନରେ ପରାସ୍ତ କରି ବିଜୟ ଅଭିଯାନ ଆରମ୍ଭ କରିଛି ଶକ୍ତିଶାଳୀ ବେଲଜିୟମ ।

ଅଧିକ ପଢନ୍ତୁ- Junior Hockey World Cup: ଜର୍ମାନୀର ବୃହତ ବିଜୟ, 5-1 ଗୋଲରେ ଜିତିଲା ବେଲଜିୟମ

Latest Posts

Don't Miss