ଭାସି ଯାଉଥିବା ଭଣଜାଙ୍କୁ ଉଦ୍ଧାର କରିବାକୁ ଯାଇ ମାମୁ ମୃତ

Holi Accident, Uncle And Nephew Drowned Death In Mahanadi

ଆଠଗଡ଼: ହୋଲିରେ ଅଘଟଣ । ନରସିଂହପୁର ଥାନା ଘୋରାଡ଼ିଆ ଗାଁରେ ଭଣଜାଙ୍କୁ ବଞ୍ଚାଇବାକୁ ଯାଇ ମାମୁର ମୃତ୍ୟୁ ହୋଇଛି । ଗାଧୋଇବା ବେଳେ ମହାନଦୀରେ ପ୍ରଥମେ ଭଣଜା ଭାସି ଯାଇଥିଲା । ଭଣଜାକୁ ଉଦ୍ଧାର କରିବାକୁ ଯାଇଥିବା ମାମୁ ବି ବୁଡ଼ି ଯାଇଥିଲେ । ଗ୍ରାମବାସୀ ଖୋଜାଖୋଜି କରିବା ପରେ ମାମୁ ପ୍ରକାଶକୁ ଉଦ୍ଧାର କରାଯାଇ ମେଡିକାଲ ନିଆଯାଇଥିଲା । ଡାକ୍ତର ମୃତ ଘୋଷଣା କରିଛନ୍ତି ।

Holi Accident, Uncle And Nephew Drowned Death In Mahanadi

ନୟାଗଡ଼ ଜିଲ୍ଲା ଭାପୁର ଥାନା ଭାପୁର ଗାଁର ୨୪ ପ୍ରକାଶ କୁମାର ବେହେରା ଭଉଣୀ ଘର ନରସିଂହପୁର ଥାନା ଘୋରାଡ଼ିଆକୁ ବୁଲିବାକୁ ଆସିଥିଲେ । ହୋଲି ଖେଳି ସାରିବା ପରେ ମାମୁ ପ୍ରକାଶ ସହ ୧୦ ବର୍ଷର ଭଣଜା ଶାନ୍ତନୁ ଗାଧୋଇବାକୁ ମହାନଦୀର ମାଙ୍କଡ଼ଭୂଇଁଆଁ ଘାଟକୁ ଯାଇଥିଲେ । ନଦୀରେ ଗାଧୋଇବା ସମୟରେ ଭଣଜା ଶାନ୍ତନୁ ଭାସି ଯାଇଥିଲା ।

Holi Accident, Uncle And Nephew Drowned Death In Mahanadi

ଭଣଜାଙ୍କୁ ଉଦ୍ଧାର ଲାଗି ପ୍ରକାଶ ଉଦ୍ୟମ କରିବା ବେଳେ ଭାସି ଯାଇଥିଲେ । ନରସିଂହପୁର ଦମକଳ ବାହିନୀ ଓ ଗ୍ରାମବାସୀ ଦୀର୍ଘ ଦୁଇ ଘଣ୍ଟା ଖୋଜାଖୋଜି କରିବା ପରେ ପ୍ରକାଶଙ୍କୁ ଉଦ୍ଧାର କରି ନରସିଂହପୁର ଡାକ୍ତରଖାନା ନେଇଥିଲେ । ସେଠାରେ ଡାକ୍ତର ନଥିବାରୁ ପ୍ରକାଶଙ୍କୁ ବଡ଼ମ୍ବା ଡାକ୍ତରଖାନା ନିଆଯାଇଥିଲା ବେଳେ ଡାକ୍ତର ମୃତ ଘୋଷଣା କରିଛନ୍ତି । ଗାଁରେ ଶୋକାକୂଳ ପରିବେଶ ଲାଗି ରହିଛି । ଭଣଜା ଶାନ୍ତନୁଙ୍କୁ ଉଦ୍ଧାର କରାଯାଇଥିବା ବେଳେ ସେ ସୁସ୍ଥ ଅଛି ।

Leave a Reply