spot_img

Latest Posts

ମେଣ୍ଟ ନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ବଡ଼ ବୟାନ

ନୂଆଦିଲ୍ଲୀ:  ମେଣ୍ଟ ନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆଜି ପୁଣି ଏକ ବଡ଼ ବୟାନ ଦେଇଛନ୍ତି। ଗତକାଲି ନ୍ଯୁଜ୍ ୧୮ର ରାଇଜିଂ ଭାରତ ସମିଟରେ ଫାଇଭ-ଟି ଓ ନବୀନ ଓଡ଼ିଶା ଅଧ୍ଯକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ପ୍ରତିକ୍ରିୟାକୁ ପାଖାପାଖି ସମର୍ଥନ କରିଛନ୍ତି ଅମିତ ଶାହ। ଶାହ କହିଛନ୍ତି, ମେଣ୍ଟ ସବୁବେଳେ ଭୋଟ ହାସଲ ପାଇଁ ହୋଇନଥାଏ।

ଗତକାଲି ପାଣ୍ଡିଆନ କହିଥିଲେ ଯେ, ମେଣ୍ଟ ଯଦି ହୁଏ ତାହେଲେ ତାପଛର କାରଣଟି ହେଉଛି ଉଭୟ ରାଜ୍ଯ ଓ କେନ୍ଦ୍ରର ବୃହତ୍ତର ସ୍ବାର୍ଥ ପାଇଁ ହେବ। ରାଜ୍ଯରେ କ୍ଷମତାକୁ ଆସିବା ପାଇଁ ବିଜେଡିକୁ ବିଜେପିର ଆବଶ୍ଯକତା ନାହିଁ ଏବଂ କେନ୍ଦ୍ରରେ ବିଜେପିକୁ କ୍ଷମତାକୁ ଆସିବା ଲାଗି ବିଜେଡିର ଆବଶ୍ଯକତା ନାହିଁ। ଏହି ବିବୃତି ଉପରେ ପ୍ରତିକ୍ରିୟା ରଖି ଶାହ କହିଛନ୍ତି ଯେ, ଗତ ୫ ବର୍ଷ ମଧ୍ଯରେ ଜାତୀୟ ହିତ ନିମନ୍ତେ କିଛିକିଛି ରାଜନୈତିକ ଦଳ ପ୍ରସଙ୍ଗଭିତ୍ତିକ ସମର୍ଥନ ଦେଇଆସିଛନ୍ତି। ବିଜେଡିକୁ ଇଙ୍ଗିତ କରି ସେ ଏହି ବକ୍ତବ୍ଯ ଦେଇଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଦଳର ରାଷ୍ଟ୍ରୀୟ ଅଧ୍ଯକ୍ଷ ଜେପି ନଡ୍ଡା ଏହି ସମ୍ପର୍କରେ ନିଷ୍ପତ୍ତି ନେବେ ବୋଲି କହିଛନ୍ତି। ସେହିଭଳି ଓଡ଼ିଶାରେ ବିଜେପି ମେଣ୍ଟ କରି ଲଢିବ କି ଏକାକୀ ଲଢିବ ସେନେଇ ନିଷ୍ପତ୍ତି ହେବାପରେ ପରବର୍ତ୍ତୀ ପଦକ୍ଷେପ ଚିନ୍ତା କରାଯିବ ବୋଲି ଶାହ କହିଛନ୍ତି ।

Latest Posts

Don't Miss