spot_img

Latest Posts

ମଣିଷର ହଜିଗଲା ମାନବିକତା ! ଘୋଡ଼ାକୁ ରାସ୍ତାରେ ଛାଡ଼ିଗଲା ମାଲିକ

ଭୁଲିଗଲା ମାନବିକତା। ରୋଜଗାର ଦେବା ପର୍ଯ୍ୟନ୍ତ ଆଦର କଲା। ବୁଢା ରୋଗୀଣା ହେବାରୁ ରାସ୍ତା କଡରେ ଫିଙ୍ଗି ଚାଲିଗଲା ମାଲିକ। ରାସ୍ତା କଡରେ ପଡି ଛଟପଟ ହେଉଛି ଏକ ବୁଢ଼ା ରୋଗଗ୍ରସ୍ତ ଘୋଡା। ଏପରି ଏକ ହୃଦୟ ବିଦାରାକ ଦୃଶ୍ୟ ଦେଖିବାକୁ ମିଳିଛି ଭଦ୍ରକ ପୁରୁଣାବଜାର ଥାନା ଅନ୍ତର୍ଗତ ବାଙ୍କାବଜାର ହଳଦୀଡିହ ରାସ୍ତାରେ।ଘଡେଇ ସାହି ନିକଟରେ ଗୋଟିଏ ଘୋଡା ପଡି ଛଟପଟ ହେଉଛି। ନା ଉଠି ପାରୁଛି ନା ଚାଲି ପାରୁଛି। ସ୍ଥାନୀୟ ଲୋକଙ୍କ ନଜରରେ ଆସିବା ପରେ ଲୋକେ ପଶୁ ବିଭାଗକୁ ଡାକି ଚିକିତ୍ସା କରାଇଥିଲେ ମଧ୍ୟ ଘୋଡାଟି ଉଠିବାକୁ ବଳ ପାଉନାହିଁ। ଅନ୍ୟପଟେ ସ୍ଥାନୀୟ ଲୋକେ ପଶୁ ବିଭାଗ, ଅଗ୍ନିଶମବାହିନୀଠାରୁ ପୋଲିସକୁ ଅବଗତ କରାଇବା ପରେ ମଧ୍ୟ କେହି ଘୋଡାଟିକୁ ଉଦ୍ଧାର କରିନାହାନ୍ତି। ରୋଜଗାର ଦେଉଥିବା ବେଳେ ଘୋଡାକୁ ଶ୍ରଦ୍ଧାରେ ଲାଳନ ପାଳନ କରିବା ଓ ରୋଗଗ୍ରସ୍ତ ପରେ ତାକୁ ଏମିତି ଫୋପାଡ଼ି ଦେବାକୁ ସ୍ଥାନୀୟ ଲୋକେ ନିନ୍ଦା କରିଛନ୍ତି। ଘୋଡ଼ାର ମାଲିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି।

Latest Posts

Don't Miss