ଭାରତ-ପାକିସ୍ତାନ ମଧ୍ୟରେ ଯୁଦ୍ଧ ହେଲେ ଦିନକୁ କେତେ ଟଙ୍କା ହେବ ଖର୍ଚ୍ଚ ?

1 min read

ନନ୍ଦିଘୋଷ ବ୍ୟୁରୋ: ପହଲଗାଓଁରେ ଆତଙ୍କବାଦୀଙ୍କ ଆକ୍ରମଣରେ ୨୬ ଜଣ ନିରିହ ପର୍ଯ୍ୟଟକଙ୍କ ଜୀବନ ଯାଇଛି । ପାକିସ୍ତାନକୁ ଦାୟୀ କରାଯାଉଥିବାବେଳେ ଭାରତ ଗୋଟିଏ ଗୋଟିଏ ପରେ ଗୋଟିଏ ବଡ଼ ପଦକ୍ଷେପ ନେଉଛି । ତେବେ ସମସ୍ତ ବୈଦେଶିକ ସମ୍ପର୍କ ଛିନ୍ନ କରିଥିବାବେଳେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଛି । ଉଭୟ ଉଭୟଙ୍କୁ ଆକ୍ଷେପ ପ୍ରତିଆକ୍ଷେପ କରୁଛନ୍ତି । ସେପଟେ ସୀମାରେ ବାରମ୍ବାର ଅସ୍ତ୍ର ବିରତି ଉଲଙ୍ଘନ କରୁଛି ପାକିସ୍ତାନ । ଭାରତ ଯେଭଳି ଗୋଟିଏ ପରେ ଗୋଟିଏ କଡ଼ା ପଦକ୍ଷେପ ନେଉଛି କୁହାଯାଉଛି କି, ଯେକୌଣସି ସମୟରେ ଯୁଦ୍ଧ ଘୋଷଣା ହୋଇପାରେ । ଭାରତ ସରକାର ତିନି ସେନାକୁ ମୁକ୍ତ ଛାଡ଼ି ଦେଇଛନ୍ତି । ତେବେ ଯଦି ଯୁଦ୍ଧ ହୁଏ ତାହେଲେ ବହୁ ଆର୍ଥିକ କ୍ଷତି ମଧ୍ୟ ସହିବାକୁ ପଡ଼ିବ । ତେବେ ଆପଣ ଜାଣନ୍ତି କି, ଯୁଦ୍ଧ ହେଲେ ଦିନକୁ କେତେ ଟଙ୍କା ଖର୍ଚ୍ଚ ହେବ ?

ପୂର୍ବରୁ ଭାରତ-ପାକିସ୍ତାନ ମଧ୍ୟରେ ବଡ଼ ଯୁଦ୍ଧ ଦେଖିବାକୁ ମିଳିଛି । ଭାରତ- ପାକିସ୍ତାନ ମଧ୍ୟରେ କାରଗିଲ ଯୁଦ୍ଧା ହୋଇଥିଲା । ୫୬ ଦିନ ଧରି ଏହି ଯୁଦ୍ଧ ହୋଇଥିଲା । ଯେଉଁଥିରେ ଅନେକ ସେନା ମଧ୍ୟ ପ୍ରାଣ କହରାଇଥିଲେ । ୧୯୯୯ ମସିହାରେ ଏହି ଯୁଦ୍ଧ ହୋଇଥିବାବେଳେ ୫ରୁ ୧୦ ହଜାର କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା । କେବଳ ଲଢ଼ୁଆ ବିମାନରୁ ବୋମା ପକାଇବା ପାଇଁ ୨ ହଜାର କୋଟି ଟଙ୍କା ଖର୍ଚ୍ଚ କରାଯାଇଥିଲା । ମାତ୍ର ପାକିସ୍ତାନ ଏହାଠାରୁ ବହୁତ କମ୍ ଖର୍ଚ୍ଚ କରିଥିଲା । ଏକ ରିପୋର୍ଟରେ ପ୍ରକାଶ ପାଇଛି କି, ଯଦି ଏବେ ଯୁଦ୍ଧ ହୁଏ ତାହେଲେ ଭାରତ ଦୈନିକ ୨୦୦୦ କୋଟି ଟଙ୍କା ଦୈନିକ ଖର୍ଚ୍ଚ କରିପାରିବ । ସେପଟେ ପାକିସ୍ତାନ ଦୈନିକ ୩୦୦ ରୁ ୪୦୦ କୋଟି ପର୍ଯ୍ୟନ୍ତ ଖର୍ଚ୍ଚ କରିବ ।