କିଡନୀକୁ ସୁସ୍ଥ ରଖିବା ପାଇଁ କେତେ ପାଣି ପିଇବା ଆବଶ୍ୟକ ?
1 min read
ସାଧାରଣ ଭାବେ, ଜଣେ ସୁସ୍ଥ ବ୍ୟକ୍ତିଙ୍କୁ ୨ରୁ ୨.୫ ଲିଟର ପାଣି ପିଇବାକୁ ପରାମର୍ଶ ଦିଆଯାଇଥାଏ । ଯେଉଁ ଲୋକମାନଙ୍କର ଗୋଟିଏ କିଡନୀ ରହିଥାଏ, ସେମାନେ କେତେ ପାଣି ପିଇବା ଆବଶ୍ୟକ ବୋଲି ମନରେ ପ୍ରଶ୍ନ ଉଠିଥାଏ । ଏମାନଙ୍କ ପାଇଁ ପାଣିର ମାତ୍ରା ସାମାନ୍ୟ ଅଲଗା ହୋଇପାରେ । ଏହି ପ୍ରସଙ୍ଗରେ ତେଲେଙ୍ଗାନାର ଜଣେ ବିଶିଷ୍ଟ ନେଫ୍ରୋଲୋଜିଷ୍ଟ ନିଜର ମତାମତ ଦେଇଛନ୍ତି । ସେ କହିଛନ୍ତି, ଗୋଟିଏ କିଡନୀ ଥିବା ବ୍ୟକ୍ତି ନିଜ ଶରୀରର ଆବଶ୍ୟକତା ଅନୁସାରେ ପାଣି ପିଇବା ଆବଶ୍ୟକ । ମାତ୍ର ଏହା ଦୁଇ ଲିଟରରୁ କମ୍ ନହେବା ଆବଶ୍ୟକ ।
ସେ କହିଛନ୍ତି, କମ୍ ପାଣି ପିଇବା ଫଳରେ କିଡନୀ ଉପରେ ପ୍ରଭାବ ପଡ଼ିଥାଏ । ପାଣିର ଅଭାବ ଫଳରେ ସର୍ବପ୍ରଥମେ ପରିସା ଗାଢ଼ ହୋଇଯାଇଥାଏ । ଫଳରେ କିଡନୀରେ ପଥର ସୃଷ୍ଟି ହେବାର ଆଶଙ୍କା ସୃଷ୍ଟି ହୋଇଥାଏ । ଏହାଛଡ଼ା ପାଣି କମ୍ ହେଲେ ବ୍ୟାକ୍ଟେରିଆ ବଢ଼ିବାର ସୁଯୋଗ ସୃଷ୍ଟି ହୋଇଥାଏ । ଏହାଦ୍ବାରା କିଡନୀ ସଂକ୍ରମଣ ଓ ଗମ୍ଭୀର ମାମଲାରେ କିଡନୀ ଫେଲୁଅର ହୋଇପାରେ ।
କିଡନୀକୁ ବ୍ଲଡ ଫିଲ୍ଟର କରିବାରେ ଅଧିକ ପରିଶ୍ରମ କରିବାକୁ ପଡ଼ିଥାଏ । ଏହାଦ୍ବାରା ତା’ର କାର୍ଯ୍ୟକ୍ଷମତା ପ୍ରଭାବିତ ହୋଇଥାଏ । ପର୍ଯ୍ୟାପ୍ତ ପାଣି ନ ମିଳିଲେ ଶରୀରରୁ ବିଷାକ୍ତ ପଦାର୍ଥ ବାହାରି ପାରେ ନାହିଁ ଓ ତାହା କିଡନୀରେ ଜମା ହୋଇ ରୁହେ । ଯାହାକି କିଡନୀ ସ୍ବାସ୍ଥ୍ୟ ପାଇଁ ବହୁତ କ୍ଷତିକାରକ ହୋଇଥାଏ । କମ୍ ପାଣି ପିଇଲେ ମେଟାବୋଲିଜିମ୍ ଧୀମା ହୋଇପାରେ, ଯାହାଦ୍ବାରା ମୋଟାପା ବଢ଼ିବାର ଆଶଙ୍କା ସୃଷ୍ଟି ହୋଇଥାଏ । ଏଥିପାଇଁ କିଡନୀକୁ ସୁସ୍ଥ ରଖିବା ପାଇଁ ଦୈନିକ ପର୍ଯ୍ୟାପ୍ତ ପାଣି ସେବନ କରିବା ଆବଶ୍ୟକ । ଗୋଟିଏ କିଡନୀ ଥିବା ଲୋକମାନେ ଶରୀରକୁ ହାଇଡ୍ରେଟ ରଖିବା ପାଇଁ ୨.୫ ଲିଟର ପାଣି ପିଇବା ଜରୁରୀ । ଜଣେ ସୁସ୍ଥ ବ୍ୟକ୍ତିଙ୍କୁ ଦିନକୁ ୩-୪ ଲିଟର ପାଣି ବା ୮-୧୦ ଗ୍ଲାସ୍ ପାଣି ପିଇବା ଆବ୍ୟକ । ଏହାଦ୍ବାରା କିଡନୀ ୟୁରିନକୁ ପତଳା କରି ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରିଦେଇଥାଏ ।