ଜନସଂଖ୍ୟା ଓଡ଼ିଶାଠୁ କମ୍, କରୋନା ସ୍ଥିତି ଭାରତଠାରୁ ସାଂଘାତିକ

How Nepal Fighting With Covid And Situations

କାଠମାଣ୍ଡୁ: ଭାରତର ପଡ଼ୋଶୀ ଦେଶ ନେପାଳ ମଧ୍ୟ କରୋନାର ଦ୍ୱିତୀୟ ପ୍ରବାହ ସହ ଲଢ଼ୁଛି । ପ୍ରାୟ ୩ କୋଟି ଲୋକଥିବା ଏହି ଛୋଟ ଦେଶରେ ଗତ ମାସ ଯାଏ ଦିନକୁ ଶହେ ଜଣ ସଂକ୍ରମିତ ଚିହ୍ନଟ ହେଉଥିଲେ । ଏବେ ସେଠାରେ ଦିନକୁ ପ୍ରାୟ ୧୦ ହଜାର ସଂକ୍ରମିତ ଚିହ୍ନଟ ହେଉଛନ୍ତି । ନେପାଳର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁସାରେ, ସୋମବାର ଗୋଟିଏ ଦିନରେ ୯ ହଜାର ୧୨୭ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୧୩୯ ଜଣଙ୍କ ମୃତ୍ୟୁ ହୋଇଛି ।

ମହାମାରୀ କରୋନା ଆରମ୍ଭ ପର ଠାରୁ ନେପାଳରେ ଏଯାବତ୍ ୪ ହଜାର ଜଣଙ୍କ ମୃତ୍ୟୁ ହେଲାଣି । ଚଳିତ ସପ୍ତାହରେ ମୃତ୍ୟୁସଂଖ୍ୟା ଦ୍ରୁତ ଭାବେ ବଢ଼ିଛି । ନେପାଳରେ ଏବେ ଯାଏ ୪ ଲକ୍ଷ ୩୭ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଭାରତ ଭଳି ନେପାଳରେ କରୋନାର ଦ୍ୱିତୀୟ ଲହରରେ ଯୁବବର୍ଗ ଅଧିକ ସଂକ୍ରମିତ ହେଉଛନ୍ତି । ସଂକ୍ରମିତ ଲୋକଙ୍କ ମଧ୍ୟରେ ଅଧିକାଂଶଙ୍କ ବୟସ ୨୦ରୁ ୪୦ ବର୍ଷ ।

How Nepal Fighting With Covid And Situations

ସୂଚନାଅନୁସାରେ, ନେପାଳର ଅଧିକାଂଶ ଅଞ୍ଚଳରେ ଏବେ ଲକଡାଉନ୍ ଭିତରେ ରହିଛି । ତଥାପି ସଂକ୍ରମଣ ମାମଲା ଥମୁ ନଥିବାରୁ ଚିନ୍ତା ବଢ଼ୁଛି । କୁହାଯାଉଛି ପ୍ରାୟ ପ୍ରତି ଘରେ ଜଣେ ଜଣେ କରୋନା ରୋଗୀ ଅଛନ୍ତି । ସଂକ୍ରମିତଙ୍କ ସଂଖ୍ୟା ଅନୁସାରେ ହସ୍ପିଟାଲରେ ବେଡ୍ ଅଭାବ ହେଉଥିବା ବେଳେ ଅକ୍ସିଜେନ୍ ନିଅଣ୍ଟ ହେଉଛି । ଏପରିକି ପଶୁପତିନାଥ ଆର୍ଯ୍ୟଘାଟରେ ମୃତଦେହ ଦାହ ପାଇଁ ଲମ୍ବା ଲାଇନ୍ ଦେଖିବାକୁ ମିଳୁଛି । କାଠମାଣ୍ଡୁର ବାଗମତି ନଦୂ କୂଳରେ ବି ସମାନ ସ୍ଥିତି । ପୂର୍ବରୁ ଦୈନିକ ମୃତ୍ୟୁ ୨ ଅଙ୍କରେ ଥିବା ବେଳେ ଏବେ ୩ ଅଙ୍କ ରହୁଛି ।

ନେପାଳ ଠାରୁ ଭାରତର ସ୍ୱାସ୍ଥ୍ୟ ବ୍ୟବସ୍ଥା ଉନ୍ନତ ଥିବାବେଳେ ଏବେ ସ୍ଥିତି ଅଣାୟତ୍ତ ହୋଇ ପଡ଼ିଛି । କରୋନର ଦ୍ୱିତୀୟ ଲହରରେ ସ୍ୱାସ୍ଥ୍ୟସେବାର ଦୟନୀୟ ଚିତ୍ର ସାମ୍ନାକୁ ଆସୁଛି । ଏମିତିରେ ନେପାଳର ସ୍ୱାସ୍ଥ୍ୟ ବ୍ୟବସ୍ଥା ଆହୁରି ଖରାପ । ତଥ୍ୟ ଅନୁସାରେ, ନେପାଳର ୩ କୋଟି ଲୋକଙ୍କ ପାଇଁ ସେଠାରେ କେବଳ ୧୫୯୫ଟି ଇଣ୍ଟେସିଭ୍ କେୟାର୍ ବେଡ୍ ଓ ୪୮୦ଟି ଭେଣ୍ଟିଲେଟର ରହିଛି । ତା’ଛଡ଼ା ଡକ୍ଟରର୍ସଙ୍କ ଘୋର୍ ଅଭାବ ରହିଛି । ବିଶ୍ୱ ବ୍ୟାଙ୍କ ଅନୁସାରେ, ୧ ଲକ୍ଷ ଲୋକଙ୍କ ପାଇଁ ସେଠି ୦.୭ ଫିଜିସିୟାନ୍ ଅଛନ୍ତି । ଯାହାକି ଭାରତରେ ୦.୯ ପ୍ରତିଶତରୁ କମ୍ ।

How Nepal Fighting With Covid And Situations

ମେ ୧୦ରେ ସରକାରୀ ସୂଚନା ଅନୁଯାୟୀ, ନେପାଳରେ ୬ ହଜାର ୭୧୫ ଲୋକଙ୍କ ପାଇଁ ଗୋଷ୍ଠୀ ସଂଗରୋଧ ବ୍ୟବସ୍ଥା ରହିଛି । ୯୧୦ ଜଣ ଆଇସିୟୁରେ ରହିଥିବା ବେଳେ ୨୯୫ ଜଣ ଭେଣ୍ଟିଲେଟରରେ ଅଛନ୍ତି । କେବଳ କାଠମାଣ୍ଡୁ ଘାଟିରେ ୧୬୧୮ ଜଣ ଆଇସୋଲେସନରେ ଥିବାବେଳେ ୧୭୬ ଜଣ ଆଇସିୟୁ ଏବଂ ୯୫ ଜଣ ଭେଣ୍ଟିଲେଟରରେ ଅଛନ୍ତି । ଏହାଛଡ଼ା ଘରେ ରହି ଚିକିତ୍ସିତ ହେଉଥିବା ଅଧିକାଂଶ ଲୋକଙ୍କୁ ଚିକିତ୍ସା ମିଳିପାରୁନାହିଁ । ଏହା ପୂର୍ବରୁ ମେ ୮ରେ ନେପାଳ ସ୍ୱାସ୍ଥ୍ୟ ବିଭାଗ ଅନୁସାରେ, ୭୭ ଜିଲ୍ଲା ମଧ୍ୟରୁ ୨୨ ଜିଲ୍ଲାରେ ହସ୍ପିଟାଲ୍ ବେଡ୍ ଅଭାବ ରହିଛି । ଏଥିସହ ନେପାଳରେ ଟିକାକରଣ ହାର୍ ବହୁତ କମ୍ ରହିଛି । ଗତ ମାସ ସୁଦ୍ଧା ନେପାଳ ଜନସଂଖ୍ୟାର ମାତ୍ର ୭.୨ ପ୍ରତିଶତ ଲୋକଙ୍କୁ ଗୋଟିଏ ଡୋଜ୍ ଟିକା ଦିଆଯାଇ ପାରିଛି ।

ତେବେ ନେପାଳରେ ବିଗିଡ଼ିଥିବା କରୋନା ସ୍ଥିତି ଭାରତ ପରି । ଭାରତରେ ଯେମିତି ଧାର୍ମିକ ଉତ୍ସବ ଓ ନିର୍ବାଚନ ସଭା ଯୋଗୁଁ ମହାମାରୀ ବ୍ୟାପିଲା, ଠିକ୍ ସେହିଭଳି ନେପାଳରେ କରୋନାରେ ବ୍ୟାପିଛି । ଏପ୍ରିଲ୍ ମାସରୁ ସ୍ଥିତି ବିଗିଡ଼ିବାରେ ଲାଗିଛି ।

Leave a Reply