ଚିନ୍ତା ବଢାଇଲା ରେଭେନ୍ସା ଝାଡ଼ାବାନ୍ତି: କେଉଁ ପରିସ୍ଥିତିରେ ଆକ୍ରାନ୍ତ ହେଲେ ଛାତ୍ର ?

ଚିନ୍ତା ବଢାଇଲା ରେଭେନ୍ସା ଝାଡ଼ାବାନ୍ତି । କେଉଁ ପରିସ୍ଥିତିରେ ଆକ୍ରାନ୍ତ ହେଲେ ଛାତ୍ର ? ଖାଦ୍ୟ ନା ପାଣିରେ ଥିଲା ସମସ୍ୟା ? ସଂକ୍ରମଣ ପରେ ଚେତିଲା ସ୍ବାସ୍ଥ୍ୟ ବିଭାଗ । ହଷ୍ଟେଲରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କଲେ ଜନସ୍ବାସ୍ଥ୍ୟ ଅଧିକାରୀ । ନ୍ୟୁ ପିଜି ଓ ଧର୍ମପଦ ହଷ୍ଟେଲର ୮୫ ଜଣ ଛାତ୍ର ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିଲେ । ୪୪ ଜଣଙ୍କୁ ଏସସିବି ମେଡିକାଲରେ ଭର୍ତ୍ତି କରାଯାଇଥିବାବେଳେ ୧୯ ଜଣ ସୁସ୍ଥ ହୋଇ ଫେରିଛନ୍ତି । ଉଭୟ ହଷ୍ଟେଲରେ ସ୍ବାସ୍ଥ୍ୟ ବିଭାଗ ଓ ଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । ପାଣିର ରିପୋର୍ଟ ଆସି ନଥିବାବେଳେ ରୋଷେଇ ଘର, ହଷ୍ଟେଲ ବାରଣ୍ଡା ବିଶୋଧନ କରାଯାଇଛି । ନୂଆ ଭେଣ୍ଡରକୁ ଏସଓପି ମାନି ଖାଦ୍ୟ ଯୋଗାଇ ଦେବାକୁ ତାଗିଦ କରାଯାଇଛି ।

ବାସି ଓ ଖରାପ ମାଛ ତରକାରୀ ଖାଇ ଛାତ୍ର ଆକ୍ରାନ୍ତ ହୋଇଥିବା ପ୍ରାଥମିକ ସମୀକ୍ଷାରୁ ଜଣା ପଡ଼ିଛି । ଛାତ୍ରଙ୍କ ସ୍ବାସ୍ଥ୍ୟ ଉପରେ ନଜର ରଖିବାକୁ ଜଣେ ଡାକ୍ତର ଓ ଜଣେ ଫାର୍ମାସିଷ୍ଟଙ୍କୁ ଦାୟିତ୍ବ ଦିଆଯାଇଛି । ଗତ ଶନିବାର ଖାଇବା ପରେ ହଠାତ ଛାତ୍ରମାନଙ୍କୁ ଝାଡ଼ାବାନ୍ତି ହୋଇଥିଲା । ତୁରନ୍ତ ସେମାନଙ୍କୁ ଆମ୍ବୁଲାନ୍ସ ଯୋଗେ ଏସସିବି ପଠାଯାଇଥିଲା । ସେପଟେ ରାଜ୍ୟର ପ୍ରମୁଖ ବିଶ୍ବବିଦ୍ୟାଳୟରେ ଏପରି ଅବହେଳା ଏବେ ଅଭିଭାବକଙ୍କୁ ଚିନ୍ତାରେ ପକାଇଛି ।