କୋଭିଡ-୧୯ କ’ଣ, ତେଜରାତି ପଦାର୍ଥ କିପରି ନିରାପଦ ଭାବେ କିଣିବେ? ପଢ଼ନ୍ତୁ ଏଭଳି କିଛି ପ୍ରଶ୍ନର ଉତ୍ତର

1 min read

ଭୁବନେଶ୍ୱର: ଭୟଙ୍କର ଭୂତାଣୁ କରୋନାକୁ ନେଇ ପ୍ରାୟ ସମସ୍ତେ ଭୟଭୀତ । କେବଳ ସତର୍କ ରହି ନିଜକୁ ଏହି ଭୂତାଣୁ କବଳରୁ ରକ୍ଷା କରିହୁଏ । ଏହାର ପ୍ରତିକାର ନେଇ କୌଣସି ଔଷଧ ବାହାରିନଥିବା ବେଳେ ଏହାକୁ ନେଇ ଲୋକଙ୍କ ମନରେ ଅନେକ ପ୍ରଶ୍ନ । ଏଭଳି କିଛି ପ୍ରଶ୍ନର ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରାୟ ୩୧ଟି ସମ୍ଭାବ୍ୟ ପ୍ରଶ୍ନର ଉତ୍ତର ରଖିଛନ୍ତି ନବୀନ ପଟ୍ଟନାୟକ ।

ପ୍ରଶ୍ନ:- କରୋନା ଭାଇରସ୍‌ କ’ଣ?

ମଣିଷଙ୍କ ମଧ୍ୟରେ ରୋଗ ସୃଷ୍ଟି କରୁଥିବା ଏକ ବୃହତ୍ତର ଭାଇରସ ପରିବାର ଏହା ହେଉଛି ଅଂଶ ବିଶେଷ। ନିକଟରେ ଆବିଷ୍କୃତ କରୋନା ଭାଇରସ୍‌ କୋଭିଡ୍‌-୧୯ ରୋଗ ସୃଷ୍ଟି କରିଥାଏ

ପ୍ରଶ୍ନ:- କୋଭିଡ୍‌-୧୯ କ’ଣ?

ନିକଟରେ ଆବିଷ୍କୃତ କରୋନା ଭାଇରସ୍‌ ସଂକ୍ରମଣରୁ ସୃଷ୍ଟି ହେଉଥିବା ସଂକ୍ରାମକ ରୋଗ ହେଉଛି କୋଭିଡ୍‌-୧୯ । କୋଭିଡ-୧୯ ବର୍ତ୍ତମାନ ମହାମାରୀର ରୂପ ନେଇଛି ଏବଂ ସାରା ବିଶ୍ୱର ଅଧିକାଂଶ ଦେଶ ଏଥିରେ ସଂକ୍ରମିତ ହୋଇଛି ।

ପ୍ରଶ୍ନ:- କୋଭିଡ-19ର ଲକ୍ଷଣ କ’ଣ?

କୋଭିଡ-୧୯ ସାଧାରଣ ଲକ୍ଷଣ ହେଉଛି ଜ୍ୱର, ଶୁଖିଲା କାଶ ଏବଂ ଥକାପଣ। କେତେକ ରୋଗୀଙ୍କ କ୍ଷେତ୍ରରେ ଦେହହାତ, ବିନ୍ଧା, ଦରଜ, ନାକ ରୁନ୍ଧି ହୋଇଯିବା, ଗଳାକୁଣ୍ଡାଇବା ତଥା ତରଳ ଝାଡା ଆଦି ଲକ୍ଷଣ ପ୍ରକାଶ ପାଇଥାଏ

ପ୍ରଶ୍ନ:- ସଙ୍ଗରୋଧ ଅର୍ଥ କ’ଣ?

(କ)- କୋଭିଡ-୧୯ ରୋଗୀ ସଂଙ୍ଗରୋଧରେ ରହିବା ଦ୍ଵାରା ତାର ପରିବାର ସଦସ୍ୟ ସାହି ପଡ଼ିଶା, ସାଙ୍ଗସାଥୀ ତଥା ବନ୍ଧୁ ବାନ୍ଧବଙ୍କ ସଂକ୍ରମଣ ଭୟ ରହିବ ନାହିଁ।

(ଖ) ଜ୍ୱର କାଶ ଓ କୋଭିଡ-୧୯ର ଲକ୍ଷଣ ଦେଖାଯାଉଥିବା ବ୍ୟକ୍ତି ଘରେ ଅନ୍ୟମାନଙ୍କଠାରୁ ଅଲଗା ରହିବା, ଅଫିସ, ସ୍କୁଲ ତଥା ସର୍ବସାଧାରଣ ସ୍ଥାନକୁ ନଯିବା ହେଉଛି ସଂଘରୋଧ

(ଗ) ଏହା ଜଣେ ସ୍ୱେଚ୍ଛାକୃତ ଭାବେ ଗ୍ରହଣ କରିପାରିବ ବା ନିଜର ଚିକିତ୍ସକଙ୍କ ପରାମର୍ଶ ଅନୁଯାୟୀ ରହିପାରିବେ।

(ଘ) ନିଜର ଲକ୍ଷଣ ଉପରେ ନଜର ରଖିବା ଜରୁରୀ

ପ୍ରଶ୍ନ:- ନିଜେ ଅଲଗା ରହିବାର ଅର୍ଥ କ’ଣ?

ଅଲଗା ରହିବାର ଅର୍ଥ ହେଉଛି କୋଭିଡ-୧୯ର ଲକ୍ଷଣ ଥାଇ ଅସୁସ୍ଥ ଥିବା ବ୍ୟକ୍ତିଙ୍କୁ ଅଲଗା ରଖିବା । ଯାହାଦ୍ଵାରାକି ରୋଗ ବ୍ୟାପିବାକୁ ରୋକାଯାଇ ପାରିବ

ପ୍ରଶ୍ନ:- ସଙ୍ଗରୋଧ ଏବଂ ଶାରିରୀକ ଦୂରତ୍ୱ ମଧ୍ୟରେ ତଫାତ କ’ଣ ?

ଉ- ସଙ୍ଗରୋଧ ହେଉଛି ଅସୁସ୍ଥ ନଥିଲେ ମଧ୍ୟ କୋଭିଡ୍‌-୧୯ ରୋଗୀ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କୁ ଅଲଗା ରଖିବା ଏବଂ ସେମାନଙ୍କ କାର୍ଯ୍ୟାକଳପକୁ ନିୟନ୍ତ୍ରିତ କରିବା। ଏହାର ମୂଳ ଲକ୍ଷ୍ୟ ହେଉଛି ଲକ୍ଷଣ ପ୍ରକାଶ ପାଉଥିବା ସମୟରେ ଯେପରି ରୋଗ ନବ୍ୟାପିବ, ସେଥିପାଇଁ ତାଙ୍କୁ ଅନ୍ୟ ମାନଙ୍କଠାରୁ ଅଲଗା ରଖିବା ।

ଶାରିରୀକ ଦୂରତ୍ୱକୁ ଅର୍ଥ ଅନ୍ୟମାନଙ୍କଠାରୁ ନିରାପଦ ଦୂରତ୍ୱରେ ଚଳପ୍ରଚଳ କରିବା। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସୁପାରିସ ଅନୁଯାୟୀ ଜଣେ ବ୍ୟକ୍ତି ଅନ୍ୟ ଜଣଙ୍କଠାରୁ ଏକ ମିଟର ବା ତିନି ଫୁଟ ଦୂରରେ ଚଳପ୍ରଚଳ ହେଲେ ରୋଗ ବ୍ୟାପି ପାରିବ ନାହିଁ ।

ପ୍ରଶ୍ନ:- ପ୍ରତ୍ୟେକ ସଂକ୍ରମିତ ଲୋକଙ୍କଠାରେ ଲକ୍ଷଣ ଦେଖାଯାଏ କି?

ଉ- କେତେକ ଲୋକ ସଂକ୍ରମିତ ହୋଇଥିଲେ ମଧ୍ୟ ସେମାନଙ୍କଠାରେ ବହୁତ୍‌ କମ୍‌ ଲକ୍ଷଣ ଥାଏ

ପ୍ରଶ୍ନ:- ଯଦି ମୋର କୋଭିଡ୍‌-୧୯ ଲକ୍ଷଣ ପ୍ରକାଶ ପାଏ ତେବେ ମୁଁ କ’ଣ କରିବି ଏବଂ ମୁଁ କେତେବେଳେ ଡାକ୍ତରୀ ପରାମର୍ଶ ନେବି?

ଉ- ଯଦି ଆପଣଙ୍କର ଅଳ୍ପ କାଶ ବା ଅଳ୍ପ ଜ୍ୱର ଆଦି ଛୋଟ ଛୋଟ ଲକ୍ଷଣ ଦେଖା ଦେଉଥାଏ, ଆପଣ ଘରେ ରୁହନ୍ତୁ , ଅଲଗା ରୁହନ୍ତୁ ଏବଂ ପ୍ରକାଶିତ ଲକ୍ଷଣଗୁଡିକ ଉପରେ ନଜର ରଖନ୍ତୁ। ସରକାରଙ୍କର ସଙ୍ଗରୋଧ ନିୟମାବଳୀକୁ ପାଳନ କରନ୍ତୁ।

ପ୍ରଶ୍ନ:- ଶ୍ୱାସ କିମ୍ବା ଛାତିରେ ଯନ୍ତ୍ରଣା ଅନୁଭବ କରିଲେ କ’ଣ କରିବେ ?

ଉ- ଯିଦ ଆପଣ ଶ୍ୱାସ କଷ୍ଟ ଅନୁଭବ କରୁଥାନ୍ତି ବା ଛାତିରେ ଯନ୍ତ୍ରଣା ଅନୁଭବ କରୁଥାନ୍ତି। ତେବେ ତୁରନ୍ତ ଡାକ୍ତରୀ ପରାମର୍ଶ କରନ୍ତୁ। ଯଦି ସମ୍ଭବ ତେବେ ଆପଣ ଆପଣଙ୍କର ଚିକିତ୍ସକଙ୍କ ସହିତ ଆଗୁଆ କଥା ହୁଅନ୍ତୁ। ସେ ଆପଣଙ୍କୁ ଉପଯ଼ୁକ୍ତ ସ୍ୱାସ୍ଥ୍ୟ ସେବା ସମ୍ପର୍କରେ ମାର୍ଗଦର୍ଶନ ଦେଇପାରିବେ ।

ପ୍ରଶ୍ନ:- କୈାଣସି ଲକ୍ଷଣ ନଥିବା ଜଣେ ବ୍ୟକ୍ତିଙ୍କଠାରୁ କୋଭିଡ-19 ବ୍ୟାପିପାରିବ କି?

ହଁ । ସାଧାରଣତଃ ଜ୍ୱର ତଥା ଥକାପଣ ଆଦି ଲକ୍ଷଣ ଥିବା ବ୍ୟକ୍ତିର କାଶ, ଛିଙ୍କ ସମୟରେ ବାହାରୁଥିବା କଣିକାରୁ କୋଭିଡ-୧୯ ବ୍ୟାପିଥାଏ । ଅଳ୍ପ କାଶ ହେଉଥିବା ଏବଂ ଅସୁସ୍ଥ ଅନୁଭବ କରୁଥିବା ବ୍ୟକ୍ତିଠାରୁ ମଧ୍ୟ କୋଭିଡ-୧୯ ବ୍ୟାପିବାର ସମ୍ଭାବନା ଥାଏ ।

ପ୍ରଶ୍ନ:-ଆଦୌ ଲକ୍ଷଣ ନଥିବା ଲୋକଙ୍କଠାରୁ ଏହି ରୋଗ ବ୍ୟାପିବାର ଲକ୍ଷଣ ଥାଏ କି ?

କେତେକ ରିପୋର୍ଟ କହୁଛି , ଯେ ଆଦୌ ଲକ୍ଷଣ ନଥିବା ରୋଗୀଟାରୁ ମଧ୍ୟ ଏହି ଭାଇରସ୍‌ ବ୍ୟାପିଥାଏ

ପ୍ରଶ୍ନ:- ଯଦି ଅସୁସ୍ଥାତର ସାମାନ୍ୟ ଲକ୍ଷଣ ଦେଖା ଦିଏ ତେବେ ଆପଣ କ’ଣ କରିବେ ?

ଯ଼ଦି ଆପଣ ଅସୁସ୍ଥ ହୋଇଥାନ୍ତି ଏବଂ ଆପଣଙ୍କ ଠାରେ ସାମାନ୍ୟ ଲକ୍ଷଣ ଦେଖା ଦେଇଥାଏ, ତେବେ ଆପଣ ନିଶ୍ଚିତ ଭାବରେ ସଙ୍ଗରୋଧରେ ରହିବେ ।

ପ୍ରଶ୍ନ:- ଯଦିବା ଆପଣ ଭାବୁଥାନ୍ତି ଯେ ଆପଣ କୈାଣସି କୋଭିଡ-19 ରୋଗୀ ସଂସ୍ପର୍ଶରେ ଆସିନାହାନ୍ତି, କିନ୍ତୁ ଆପଣଙ୍କଠାରେ କିଛି ଲକ୍ଷଣ ଦେଖାଦେଇଛି, ତେବେ ଆପଣ କ’ଣ କରିବେ ?

ଉ- ଆପଣ ନିଜେ ନିଜକୁ ସଙ୍ଗରୋଧ ଅବସ୍ଥାରେ ରଖନ୍ତୁ ଏବଂ ନିଜ ସ୍ୱାସ୍ଥ୍ୟ ଉପରେ ସତର୍କ ଦ୍ରୁଷ୍ଟି ଦେବେ । ରୋଗର ପ୍ରାଥମିକ ଅବସ୍ଥାରେ, ସାମାନ୍ୟ ଲକ୍ଷଣ ଥିବା ଅବସ୍ଥାରେ ଅନ୍ୟମାନଙ୍କୁ ସଂକ୍ରମିତ କରିବାର ଆଶଙ୍କା ଅଧିକ। ତେଣୁ ଖୁବ୍‌ଶୀଘ୍ର ସଙ୍ଗରୋଧ ସବୁଠାରୁ ନିରାପଦ।

ପ୍ରଶ୍ନ:- ଯଦି ଆପଣଙ୍କ ପାଖରେ କୈାଣସି କୋଭିଡ-19 ଲକ୍ଷଣ ନାହିଁ, କିନ୍ତୁ ଆପଣ ଜଣେ ସଂକ୍ରମିତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିବାର ଆଶଙ୍କା କରୁଛନ୍ତି, ତେବେ ଏ କ୍ଷେତ୍ରରେ ଆପଣ କ’ଣ କରିବେ ?

ଉ- ଏ କ୍ଷେତ୍ରରେ ଆପଣ 14 ଦିନ ସଙ୍ଗରୋଧରେ ରହିବେ ।

ପ୍ରଶ୍ନ:- ଗୁରୁତର ଅସୁସ୍ଥ ନଥିବା ଲୋକଙ୍କ ପାଇଁ ସଙ୍ଗରୋଧ ବ୍ୟବସ୍ଥା କିପରି କରାଯିବ ?

ଉ- ଉତ୍ତମ ଭାବରେ ବାୟୁ ଚଳାଚଳ କରୁଥିବା ପ୍ରଶସ୍ତ କକ୍ଷ ସଙ୍ଗରୋଧ ପାଇଁ ଉପଯ଼ୁକ୍ତ । ଏଥିରେ ଅଲଗା ଶୌଚାଳୟ ରହୁଥିବା ଆବଶ୍ୟକ। ହାତ ଧୋଇବାର ଅସୁବିଧା ମଧ୍ୟ ରହିଥିବା ଆବଶ୍ୟକ।

ପ୍ରଶ୍ନ:- ମୋତେ ଅସୁସ୍ଥ ଲାଗିଲେ କ’ଣ କରିବି?

ଉ-  ଅଳ୍ପ ଜ୍ୱର, କାଶ, ମୁଣ୍ଡବିନ୍ଧା ଲକ୍ଷଣ ଥିଲେ ଭଲ ହେବା ପର୍ଯ୍ୟନ୍ତ ଘରେ ରୁହନ୍ତୁ, ଅଲଗା ରୁହନ୍ତୁ। ମୁହଁରେ ମାସ୍କ ପିନ୍ଧନ୍ତୁ।

ଯଦି ଜ୍ୱର, କାଶ ସହିତ ଶ୍ୱାସକଷ୍ଟ ହେଉଥାଏ, ତେବେ ଫୋନ୍‌ ଯ଼ୋଗେ ଡାକ୍ତରଙ୍କୁ ପରାମର୍ଶ କରନ୍ତୁ ଏବଂ ତାଙ୍କ ପରାମର୍ଶ ଅନୁସାରେ କାର୍ଯ୍ୟ କରନ୍ତୁ।

ପ୍ରଶ୍ନ:- ସଂକ୍ରମଣରୁ ରକ୍ଷା ପାଇବା ନିମନ୍ତେ କିଭଳି ସତର୍କତା ଅବଲମ୍ବନ କରିବା ଦରକାର ?

ଉ- ଯେତେବେଳେ ଆପଣ ଡାକ୍ତରୀ ପରାମର୍ଶ ପାଇଁ ଯାଉଛନ୍ତି, ଯଥା ସମ୍ଭବ ମାସ୍କ ବ୍ୟବହାର କରିବା। ଅନ୍ୟ ମାନଙ୍କଠାରୁ ଏକ ମିଟର ରହିବା। କୈାଣସି ଜିନିଷ ହାତରେ ଛୁଇଁଲା ପରେ ପରିସ୍କାର କରି ହାତ ଧୋଇବେ।

ପ୍ରଶ୍ନ:- କୋଭିଡ୍‌-19 କିପରି ବ୍ୟାପେ ?

ଉ- ସଂକ୍ରମଣ ଦ୍ଵାରା ହିଁ କୋଭିଡ୍‌-୧୯ ବ୍ୟାପିଥାଏ। ମୁଖ୍ୟତଃ କଥା କହିବା, କାଶିବା, ଛିଙ୍କବା ସମୟରେ ରୋଗୀର ନାକ, ପାଟିରୁ ବାହାରୁଥିବା ଛୋଟ ଛୋଟ କଣିକା ଦ୍ଵାରା ହିଁ ଏହା ଅନ୍ୟମାନଙ୍କୁ ବ୍ୟାପିଥାଏ

ପ୍ରଶ୍ନ:- ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଆମେ କାହିଁକି ୧ ମିଟର ବା ୩ ଫୁଟ୍‌ ଦୂରତା ରଖିବା ?

ଉ- ଏହି କଣିକା ଗୁଡିକ ତୁଳନାତ୍ମକଭାବେ ଓଜନିଆ ଥିବାରୁ ଏହା ବେଶୀଦୂର ଯାଇ ନପାରିବାରୁ ତଳେ ପଡିଯାଇଥାଏ । ଯଦି ଜଣେ ନିଶ୍ୱାସ ନେବା ସମୟରେ ଏହି କଣିକା ସଂସ୍ପର୍ଶରେ ଆସେ, ତେବେ ସେ ସଂକ୍ରମିତ ହୋଇଥାଏ । ତେଣୁ ଅନ୍ୟମାନଙ୍କଠାରୁ ଆମେ ସବୁବେଳେ ଅନ୍ତତଃପକ୍ଷେ ଏକ ମିଟର ବା ୩ ଫୁଟ ଦୂରତା ରହିବା ଆବଶ୍ୟକ।

ଏହି ଭୂତାଣୁ କିଭଳି ଭାବେ ଟବୁଲ, କବାଟ ହ୍ୟାଣ୍ଡେଲ, ଡୋର୍‌ ନବ୍‌, ମୋବାଇଲ ତଥା ଅନ୍ୟ ଯେ କୌଣସି ଜାଗାରୁ କିପରି ସଂକ୍ରମିତ ହୋଇଥାଏ?

ଯେତେବେଳେ ଜଣେ ଲୋକ ଏଗୁଡ଼ିକୁ ଛୁଇଁବା ପରେ ତାର ଆଖି, ନାକ ବା ପାଟିରେ ହାତ ମାରିଥାଏ, ସେତେବେଳେ ସେ ସଂକ୍ରମତ ହୋଇଥାଏ ।

ଏହି ସଂକ୍ରମଣରୁ ରକ୍ଷାପାଇବା ନିମନ୍ତେ କ’ଣ ପଦକ୍ଷେପ ନିଆ ଯାଇପାରେ?

ସଂକ୍ରମଣ ଠାରୁ ରକ୍ଷା ପାଇବା ନିମନ୍ତେ ବାରମ୍ୱାର ପାଣି ଓ ସାବୁନ ତଥା ଆଲ୍‌କୋହଲ ଭିତ୍ତିକ ସାନିଟାଇଜର ନିୟମିତ ବ୍ୟବଧାନରେ ହାତ ସଫା କରିବା ଅତ୍ୟନ୍ତ ଜରୁରୀ  ।

କିଏ ସଂକ୍ରମିତ ଆମେ ଜାଣି ନାହୁଁ, ତେଣୁ ଆମେ କିପରି ଅନ୍ୟମାନଙ୍କୁ ଓ ନିଜକୁ ସଂକ୍ରମଣରୁ ରୋକିପାରିବୁ?

କ) ନିୟମିତ ବାରମ୍ୱାର ହାତ ଧୋଇବା ଏବଂ କାଶିବା, ଛିଙ୍କିବା ସମୟରେ ମୁହଁ ଓ ନାକରେ ଟିସୁ ପେପର ବ୍ୟବହାର କରିବା, ତାକୁ ଢ଼ାଙ୍କୁଣି ଥିବା ବାକ୍ସରେ ପକାଇବା ସବୁଠାରୁ ବଡ଼ ସୁରକ୍ଷା ।

ଖ) କାଶିବା ଓ ଛିଙ୍କିବା ସମୟରେ ହାତର କହୁଣୀ ବ୍ୟବହାର କରିବା ଦ୍ୱାରା ସଂକ୍ରମଣକୁ ମଧ୍ୟ ରୋକାଯାଇ ପାରିବ । ଅନ୍ୟ ଜଣଙ୍କ ଠାରୁ ସବୁବେଳେ ଏକ ମିଟର ବା ତିନି ଫୁଟ ଦୂରରେ ରୁହନ୍ତୁ ।

ଗ) ଯେହେତୁ ଆମେ ଜାଣି ନାହୁଁ କିଏ ସଂକ୍ରମିତ ହୋଇଛି, ତେଣୁ ଆମେ ସବୁବେଳେ ଅନ୍ୟମାନଙ୍କ ଠାରୁ ସାମାଜିକ ଦୂରତ୍ୱ ରକ୍ଷା କରିବା ଜରୁରୀ ।

ପ୍ରଶ୍ନ: ଯଦି କୋଭିଡ-୧୯ ଦ୍ୱାରା ସଂକ୍ରମିତ ଜଣେ ବ୍ୟକ୍ତିଙ୍କର ଘନିଷ୍ଠ ସମ୍ପର୍କରେ ଆସେ ତେବେ ମୁଁ କ’ଣ କରିବି?

କୋଭିଡ ୧୯ ରୋଗୀର ଘନିଷ୍ଠ ସମ୍ପର୍କରେ ଆସିଥିବା ବ୍ୟକ୍ତି ସଂକ୍ରମିତ ହେବାର ବହୁତ ସମ୍ଭାବନା ରହିଛି । ତେଣୁ ଏ କ୍ଷେତ୍ରରେ ଆପଣ ନିଜ ଘରେ ସଙ୍ଗରୋଧ ଅବସ୍ଥାରେ ରହିବା ଆବଶ୍ୟକ ।

ପ୍ରଶ୍ନ: ଛୋଟ ପିଲା ଏବଂ କିଶୋରମାନେ ଏହି ରୋଗ ଦ୍ୱାରା ସଂକ୍ରମିତ ହେବାର ଭୟ ଅଛି କି?

ହଁ । ଛୋଟ ପିଲା ଓ କିଶୋରମାନେ ମଧ୍ୟ ଅନ୍ୟମାନଙ୍କ ପରି ଏହି ରୋଗରେ ସଂକ୍ରମିତ ହେଉଛନ୍ତି ଏବଂ ଗୁରୁତର ଅବସ୍ଥାକୁ ଯିବାର ମଧ୍ୟ ଉଦାହରଣ ରହିଛି । ତେଣୁ ଛୋଟ ପିଲା ଓ କିଶୋର ସମସ୍ତେ ସରକାରଙ୍କର ନିୟମାବଳୀ ମାନି ଚଳିବା ଉଚିତ୍ ।

ପ୍ରଶ୍ନ: ମୁଁ ହାତକୁ କାହିଁକି ଧୋଇବି?

ନିୟମିତ ଭଲ ଭାବେର ବାରମ୍ୱାର ହାତକୁ ସାବୁନ ଅଥବା ଆଲ୍‌କୋହଲିଭିତ୍ତିକ ସାନିଟାଇଜର ଦ୍ୱାରା ସଫା କରିଲେ, ଏହା ହାତରେ ଥିବା ଭାଇରସ୍‌କୁ ମାରି ଦେବ ।

ପ୍ରଶ୍ନ: ମୁଁ ଅନ୍ୟମାନଙ୍କ ସାଙ୍ଗରେ ମିଳାମିଶା କରିପାରିବି  କି?

ନା ଅନ୍ୟମାନଙ୍କ ଠାରୁ ୩ ଫୁଟ ଦୂରତା ରକ୍ଷା କରନ୍ତୁ । ଏହାଦ୍ୱାରା ଅନ୍ୟର କାଶ ବା ଛିଙ୍କର ଆପଣଙ୍କର ପାଖରେ ପହଞ୍ଚି ପାରିବନାହିଁ ।  ଏବଂ ଗହଳି ସ୍ଥାନକୁ ଯାଆନ୍ତୁ ନାହିଁ

ପ୍ରଶ୍ନ:- ତେଜରାତି ପଦାର୍ଥ କିପରି ନିରାପଦ ଭାବେ କିଣିବେ?

ଯେତେବେଳେ ତେଜରାତି ଦ୍ରବ୍ୟ କିଣିବେ, ସେତେବଳେ ଅନ୍ୟମାନଙ୍କଠାରୁ ୧ ମିଟର ଦୂରତ୍ୱ ରଖିବା ସହିତ ନିଜର ଆଖି, ନାଖ ଓ ପାଟିକୁ ଛୁଇଁବାରୁ ବିରତ ରୁହନ୍ତୁ ।

ପ୍ରଶ୍ନ:- ତେଜରାତି ପଦାର୍ଥ କିଣି ଘରେ ପହଞ୍ଚିବା ପରେ କ’ଣ କରିବେ?

ତେଜରାତି ପଦାର୍ଥ କିଣି ଘରେ ପହଞ୍ଚିବା ପରେ ନିଜ ହାତକୁ ଭଲଭାବରେ ଧୁଅନ୍ତୁ ଏବଂ ଜିନିଷ ପତ୍ର ବ୍ୟବହାର କଲାବେଳେ ବା ତାକୁ ସାଇତି ରଖିବା ସମୟରେ ମଧ୍ୟ ହାତକୁ ବିଶୋଧଡ଼ କରନ୍ତୁ ।

Leave a Reply