କେମିତି ଶିବରାତ୍ରୀରେ ଘରେ କରିବେ ରୁଦ୍ରାଭିଷେକ ?

1 min read
How To Do Rudrabhishek At Home On Mahashivratri

ରୁଦ୍ରାଭିଷେକ ସବୁବେଳେ ଶୁଭ ଫଳ ଦେଇଥାଏ । ତେବେ, ମହାଶିବରାତ୍ରୀ ଅବସରରେ ରୁଦ୍ରାଭିଷେକର ମହତ୍ତ୍ୱ ଅନେକ ଗୁଣରେ ବଢ଼ିଯାଏ । ଶିବ ପୂରାଣର ରୁଦ୍ରସଂହିତାରେ କୁହାଯାଇଛି- ମହାଶିବରାତ୍ରୀ, ଶ୍ରାବଣ ସୋମବାର, ଶିବରାତ୍ରୀରେ ରୁଦ୍ରାଭିଷେକ ବିଶେଷ ଫଳ ଦେଇଥାଏ । ରୁଦ୍ରାଭିଷେକରେ ଶିବ ଲିଙ୍ଗର ପବିତ୍ର ସ୍ନାନ କରାଯାଏ ଏବଂ ଏହାକୁ ସନାତନ ଧର୍ମରେ ସବୁଠୁ ପ୍ରଭାବଶାଳୀ କୁହାଯାଏ । ରୁଦ୍ରାଭିଷେକ ଦ୍ୱାରା ଭଗବାନ ଶିବ ଶୀଘ୍ର ପ୍ରସନ୍ନ ହେବା ସହ ଭକ୍ତଙ୍କ ସକଳ ଦୁଃଖକୁ ଦୂର କରିଥାନ୍ତି । ତେବେ, ଚଳିତ ବର୍ଷ ମହାମାରୀ କରୋନା ଭିତରେ ମହାଶିବରାତ୍ରୀ ପାଳିତ ହେବ । ଆପଣ ଏହି ପ୍ରଭାବଶାଳୀ ପୂଜାକୁ ଆପଣଙ୍କ ଘରେ ମଧ୍ୟ କରିପାରିବେ ।

How To Do Rudrabhishek At Home On Mahashivratri

ରୁଦ୍ରାଭିଷେକର ମହତ୍ତ୍ୱ

ଘରେ ରୁଦ୍ରାଭିଷେକ ନେଇ ଯର୍ଜୁବେଦରେ ଉଲ୍ଲେଖ ରହିଛି । ଯର୍ଜୁବେଦ ଅନୁସାରେ ଶିବଭକ୍ତଙ୍କ ଲାଗିଙ୍କ ରୁଦ୍ରାଭିଷେକ ଅତ୍ୟନ୍ତ ଲାଭଦାୟକ । ‘ସର୍ବଦେୱତ୍ମକୋ ରୁଦ୍ରଃ ସର୍ବେ ଦେବାଃ ଶିବାତ୍ମକାଃ’ ଅର୍ଥାତ୍ ସମସ୍ତ ଦେବତାମାନଙ୍କ ଆତ୍ମାରେ ରୁଦ୍ର ଉପସ୍ଥିତ ଏବଂ ସମସ୍ତ ଦେବତା ରୁଦ୍ରଙ୍କ ସହ ସମ୍ବଦ୍ଧିତ । ମନ୍ତ୍ରରୁ ସଫା ଜଣାପଡ଼ୁଛି ରୁଦ୍ର ହିଁ ସର୍ବଶକ୍ତିମାନ । ଏହା ଭଗବାନ ଶିବଙ୍କ ପ୍ରଚଣ୍ଡ ରୂପ ଅଟେ । ଏହି ରୂପର ବିଧି ବିଧାନ ଅନୁସାରେ ପୂଦା କଲେ ଗ୍ରହ-ନକ୍ଷତ୍ରର ବାଧା ଦୂର ହେବା ସହ ଶୁଭ ଫଳ ମିଳିଥାଏ । ଏଥିସହ ରୋଗ ଓ ଚିନ୍ତାରୁ ମୁକ୍ତି ମିଳେ । ମହାଶିବରାତ୍ରୀ ଦିନକୁ ଶିବଙ୍କ ସବୁଠୁ ପ୍ରିୟ କୁହାଯାଏ । କାରଣ ଏହି ଦିନ ଶିବ ଓ ଶକ୍ତିଙ୍କର ମିଳନ ହୋଇଥିଲା ।

How To Do Rudrabhishek At Home On Mahashivratri

ରୁଦ୍ରାଭିଷେକରେ କ’ଣ ବ୍ୟବହାର ହୁଏ ?

ଶିବଲିଙ୍ଗ ଅଭିଷେକରେ ଗାଈ ଘିଅ, ଚନ୍ଦନ, ପାନ ପତ୍ର, ଧୂପ, ଫୁଲ, ଗନ୍ଧ କର୍ପୂର, ମିଠାଇ, ଫଳ, ମହୁ, ଦହି, ଅଁଳା, ପଞ୍ଚାମୃତ, ଆଖୁ ରସ, ନଡ଼ିଆ ପାଣି, ଗଙ୍ଗାଜଳ, ଗୁଆ, ପାଣି ଓ ନଡ଼ିଆ ଆଦି ଆବଶ୍ୟକ । ଯଦି ଆପଣ ସୁଗନ୍ଧିତ ପଦାର୍ଥ ଶିବଲିଙ୍ଗରେ ଅର୍ପଣ କରିବାକୁ ଚାହାଁନ୍ତି ତ ପୂର୍ବରୁ ଯୋଗାଡ଼ କରି ନିଅନ୍ତୁ । ଏଥିସହ ଗାଈ ସିଂଘରେ ତିଆରି ଅଭିଷେକ ପାତ୍ର ପିତ୍ତଳ କିମ୍ବା ଅନ୍ୟ ଧାତୁରେ ତିଆରି ହୋଇଥିବା ତାକୁ ଆଣନ୍ତୁ । ରୁଦ୍ରାଷ୍ଠାଧ୍ୟାୟୀର ଏକାଦଶୀନି ଋଦ୍ରୀକୁ ୧୧ଥର ପାଠ କରନ୍ତୁ । ଏହାକୁ ହିଁ ଲଘୁ ରୁଦ୍ର କୁହନ୍ତି । ଶିବଲିଙ୍ଗରେ ଅର୍ପଣ ହୋଇ ବୋହି ଯାଉଥିବା ପାଣିକୁ ଏକତ୍ରିତ କରି ବେଦୀରେ ରଖନ୍ତୁ ।

How To Do Rudrabhishek At Home On Mahashivratri

ପ୍ରଥମେ କାହାକୁ କରିବେ ଆବାହନ ?

ଘରେ ରୁଦ୍ରାଭିଷେକ କରୁଥିଲେ ସର୍ବପ୍ରଥମେ ମାଟିର ଶିବଲିଙ୍ଗ ତିଆରି କରନ୍ତୁ । ଯଦି ଘରେ ଆଗରୁ ପାରଦର ଶିବଲିଙ୍ଗ ରହିଛି ତ ଆହୁରି ଭଲ । ଏହି ପୂଜା ପୂର୍ବରୁ ପ୍ରଥମେ ଭଗବାନ ଗଣେଶଙ୍କ ଆବାହନ କରନ୍ତୁ । ତା’ପରେ ମାତା ପାର୍ବତୀ, ନବଗ୍ରହ, ମାତା ଲକ୍ଷ୍ମୀ, ପୃଥିବୀ ମାତା, ବ୍ରହ୍ମଦେବ, ସୂର୍ଯ୍ୟ ଦେବ, ଓ ଗଙ୍ଗାମାତାଙ୍କୁ ଆବାହନ କରିବା ସହ ଆସନ (ସ୍ଥାନ) ରଖନ୍ତୁ । ଏହି ସମସ୍ତ ଦେବାଦେବୀଙ୍କୁ ଅରୁଆ ଚାଉଳ ଓ ଫୁଲ ଚଢ଼ାଇ ପୂଜା କରିବା ପରେ ପ୍ରସାଦ ଅର୍ପଣ କରନ୍ତୁ । ତା’ପରେ ଶିବଲିଙ୍କ ପୂଜା କରାଯାଏ ।

How To Do Rudrabhishek At Home On Mahashivratri

ଏମିତି ଘରେ କରିବେ ରୁଦ୍ରାଭିଷେକ

  • ଘରେ ଶିବଲିଙ୍ଗଙ୍କୁ ଉତ୍ତରଦିଗକୁ ରଖନ୍ତୁ । ଯେମିତିକି ଆରଧନାକାରୀଙ୍କ ମୁହଁ ପୂର୍ବ ଦିଗକୁ ରହିବ । ଅଭିଷେକ ପାଇଁ ପ୍ରଥମେ ପିତ୍ତଳ ପାତ୍ରରେ ଗଙ୍ଗାଜଳ ଢ଼ାଳି ଅଭିଷେକ ଆରମ୍ଭ କରନ୍ତୁ । ଉକ୍ତ ପାତ୍ରରେ ଆଖୁ ରସ, ମହୁ, ଦହି, ଦୁଗ୍ଧରେ ପଞ୍ଚାମୃତ ସମେତ ସମସ୍ତ ତରଳ ପଦାର୍ଥରେ ଶିବଲିଙ୍ଗର ଅଭିଷେକ କରନ୍ତୁ ।

How To Do Rudrabhishek At Home On Mahashivratri

  • ଭଗବାନ ଶିବଙ୍କ ଅଭିଷେକ ସମୟରେ ଧ୍ୟାନର ସହ ମହାମୃତ୍ୟୁଞ୍ଜୟ ମନ୍ତ୍ର, ଶିବ ତାଣ୍ଡବ ସ୍ରୋତ, ଓଁ ନମଃ ଶିବାୟ ଅଥବା ରୁଦ୍ରାମନ୍ତ୍ର ଜପ କରନ୍ତୁ ।
  • ଏହା ପରେ ଶିବଲିଙ୍ଗରେ ଚନ୍ଦନର ପ୍ରଲେପ ଲଗାନ୍ତୁ । ତା’ପରେ ପାନ ପତ୍ର, ବେଲପତ୍ର, ଗୁଆ ଆଦି ସମସ୍ତ ସାମଗ୍ରୀକୁ ଭଗବାନ ଶିବଙ୍କୁ ଅର୍ପଣ କରନ୍ତୁ ।
  • ଏହାପରେ ଶିବଙ୍କ ଲାଗି ପ୍ରସ୍ତୁତ କରି ରଖିଥିବା ଭୋଗକୁ ଶିବଲିଙ୍ଗରେ ଅର୍ପଣ କରନ୍ତୁ । ଏହା ପରେ ଭଗବାନ ଶିବଙ୍କ ମନ୍ତ୍ରକୁ ୧୦୮ ଥର ଜପ କରନ୍ତୁ ଏବଂ ପୂରା ପରିବାର ସହିତ ଶିବଲିଙ୍ଗର ଆରତୀ କରନ୍ତୁ ।

How To Do Rudrabhishek At Home On Mahashivratri

  • ଅଭିଷେକ ଜଳକୁ ଏକତ୍ର କରି ପୂରା ଘରେ ଛିଞ୍ଚନ୍ତୁ ଏବଂ ସେହି ଜଳକୁ ସମସ୍ତଙ୍କୁ ପିଇବାକୁ ଦିଅନ୍ତୁ । ବିଶ୍ୱାସ ରହିଛି ଏଭଳି କରିବା ଦ୍ୱାରା ସମସ୍ତ ରୋଗ ଦୂର ହୋଇ ଯାଇଥାଏ । ମହାଶିବରାତ୍ରିରେ ରୁଦ୍ରାଭିଷେକର ପ୍ରକ୍ରିୟା ବେଳେ ଶିବ ମନ୍ତ୍ର ଜପି ଚାଲିଥାନ୍ତୁ ।

Leave a Reply