ଏସି ବିଲ୍‌ କମ୍‌ କରିବା ପାଇଁ ଆପଣାନ୍ତୁ ଏହି ଟିପ୍ସ

ଖରା ପ୍ରବଳ ବଢ଼ିବା ସହିତ ତାତି ଅସହ୍ୟ ହେଲାଣି । ଝାଞ୍ଜି ପବନ ମଧ୍ୟ କଲାବଲ କଲାଣି । ଏଭଳି ସ୍ଥିତିରେ ଫ୍ୟାନ୍‌, ଏସି ଓ କୁଲରର ଯଥେଷ୍ଟ ଆବଶ୍ୟକତା ପଡ଼ିଲାଣି । କିନ୍ତୁ ଏସି ଯେତେ ସମୟ ଲାଗିବ ବିଦ୍ୟୁତ୍‌ ବିଲ୍‌ ମଧ୍ୟ ସେତିକି ଆସିବ । ଯାହା ମୁଣ୍ଡବ୍ୟଥାର କାରଣ । କିନ୍ତୁ କ’ଣ କଲେ ବିଲ୍‌ କମ୍‌ ଆସିବ, ଆସନ୍ତୁ ଆଲୋଚନା କରିବା ।

ଏକାଧିକ ଲୋକ ଏସି ଅନ୍‌ କରିବା ମାତ୍ରେ ୧୬ କିମ୍ବା ୧୭ ଡିଗ୍ରୀ ସେଲସିୟସରେ ରଖନ୍ତି । ଭାବନ୍ତି ଥଣ୍ଡା ଅଧିକ ଲାଗିବ । କିନ୍ତୁ ଏହା କରିବା ଅନୁଚିତ୍‌ । ବ୍ୟୁରୋ ଅଫ୍‌ ଏନର୍ଜି ଏଫିସିଏନ୍ସି ଅନୁସାରେ ତାପମାତ୍ରା ସର୍ବଦା ୨୪ରେ ରଖିବା ଉଚିତ୍‌ । ଏହାଦ୍ୱାରା ଏସି କମ୍‌ ଲୋଡ୍‌ ନେଇଥାଏ । ଯଦି ବିଦ୍ୟୁତ୍‌ ବିଲଣ କମ୍‌ କରିବାକୁ ଚାହୁଁଛନ୍ତି ତେବେ ଏହି ନିୟମ ଆପଣାନ୍ତୁ ।

ଯେତେବେଳେ ଏସି ବ୍ୟବହାର କରୁନାହାଁନ୍ତି, ସେହି ସମୟରେ ଏସି ସ୍ୱିଚ୍‌ ଅଫ୍‌ କରି ଦିଅନ୍ତୁ । ଏଭଳି କରିବା ଦ୍ୱାରା ବିଦ୍ୟୁତ୍‌ ବିଲ୍‌ କମ୍‌ ଆସିବ ।

ଏସି ବ୍ୟବହାର କରିବା ବେଳେ ଟାଇମର ସେଟ୍‌ କରି ଦିଅନ୍ତୁ ।ଯାହା ୨ରୁ ୩ ଘଣ୍ଟା ରହିବା ଉଚିତ୍‌ । ଏହା ବିଦ୍ୟୁତ୍‌ ବିଲ କମ୍‌ କରିବାର ଏକ ଉତ୍ତମ ଉପାୟ ।

ଏସିକୁ ମାସିକ ସର୍ଭିସିଂ କରନ୍ତୁ । ତେବେ ଆପଣ ବିଦ୍ୟୁତ୍‌ ବିଲ କମ୍‌ କରିପାରିବେ ।