ପବନରେ ବ୍ୟାପୁଛି କରୋନା ଭାଇରସ୍ : ସୁରକ୍ଷିତ ରହିବାର ଉପାୟ କହିଲେ ଏକ୍ସପର୍ଟ ଡାକ୍ତର

1 min read

ଓ୍ୱାଶିଂଟନ୍: ପ୍ରତିଷ୍ଠିତ ମେଡିକାଲ ଜର୍ଣ୍ଣାଲ ଦି ଲାନ୍‌ସେଟ୍ ପ୍ରକାଶିତ ରିପୋର୍ଟ ମୁତାବକ ପବନରେ କରୋନା ବ୍ୟାପୀବାର ଆଶଙ୍କା ଅଧିକ ରହିଛି । ଏହା ପରେ ଏହାକୁ ନେଇ ଲୋକଙ୍କ ମଧ୍ୟ ଏକ ପ୍ରକାର କୋକୁଆ ଭୟ ଖେଳିଯାଇଛି । ମେରୀଲେ ସ୍କୁଲ ଅଫ୍ ମେଡିସିନ୍ ର ଡା. ଫହୀମ୍ ୟୁନସଙ୍କ ଲାନସେଟ୍ ରିପୋର୍ଟକୁ ନେଇ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଚିନ୍ତା କରିବାର କୌଣସି କାରଣ ନାହିଁ, ପବନରେ କରୋନା ବ୍ୟାପୁଥିବା ନେଇ ଆମେ ଅବଗତ ଅଛୁ । ଡ. ଫହୀମ୍ କହିଛନ୍ତି ଯେ, କପଡ଼ାର ମାସ୍କ ବ୍ୟବହାର କରିବା ବନ୍ଦ କରିଦିଅନ୍ତୁ । ଏନ୍-୯୫ ମାସ୍କ ଅବା କେଏନ୍ ୯୫ ମାସ୍କ ୨ଟି କିଣି ଆଣି ଏହାକୁ ବ୍ୟବହାର କରନ୍ତୁ । ଗୋଟିଏ ବ୍ୟବହାର କରିବା ପରେ ଏହାକୁ ପେପର ବ୍ୟାଗ୍‌ରେ ରଖିଦିଅନ୍ତୁ ଏବଂ ଅନ୍ୟଟିକୁ ବ୍ୟବହାର କରନ୍ତୁ । ଏହି ଭଳି ଭାବେ ପ୍ରତି ୨୪ ଘଣ୍ଟାରେ ମାସ୍କ ଚେଞ୍ଜ କରି ସପ୍ତାହେ ଯାଏଁ ପିନ୍ଧିପାରିବେ ।

ପବନରେ କରୋନା ବ୍ୟାପୀବାର ମାନେ ଏହା ନୁହେଁ ଯେ, ବାୟୁ ସଂକ୍ରମିତ ହୋଇଯାଇଛି  । ଏହାର ଅର୍ଥ ଏହା ଯେ ଏହା ବାୟୁରେ ଭାଇରାସ୍ ରହିପାରେ । ବିନା ମାସ୍କ ବ୍ୟବହାରରେ କେବଳ ସାମାଜିକ ଦୂରତ୍ୱ ରକ୍ଷା କରିବା ଦ୍ୱାରା ଏବେ ମଧ୍ୟ ପାର୍କ ଏବଂ ସମୁଦ୍ର କୂଳକୁ ଯାଇହେବ ।

ଡା. ଫହୀମ୍ ମହାମାରୀ ଆରମ୍ଭରେ ଟ୍ୱିଟରରେ ଲୋକଙ୍କ ଅସୁବିଧା ଦୂର କରିବା ନେଇ ଚେଷ୍ଟା କରିଆସୁଛନ୍ତି । ଡ. ଫହୀମ୍ କହିଛନ୍ତି ଯେ,ଲୋକେ ଯଦି କିଛି ନିୟମର ପାଳନ କରନ୍ତି ତେବେ ସେମାନେ ଘରେ ହିଁ ସଂକ୍ରମଣକୁ ସୀମିତ ରଖିପାରିବେ । ସେ ଦାବି କରିଛନ୍ତି ଯେ, ଘରେ ହିଁ ଠିକ୍ ଭାବେ ରହିବା ଦ୍ୱାରା ୮୦ରୁ୯୦ ପ୍ରତିଶତ ଲୋକ ଠିକ୍ ହୋଇଯାଅନ୍ତି ।

ଏଥିସହିତ ପଢ଼ନ୍ତୁ: କରୋନାରୁ ବଞ୍ଚିବା ପାଇଁ କ’ଣ ଖାଇବେ, ସାରଣୀ ଜାରି କଲା WHO

Leave a Reply