ଡାଉନ୍ ହେଲା ଦୁନିଆର ବଡ଼ ବଡ଼ ୱେବସାଇଟ୍, ଜାଣନ୍ତୁ କାରଣ…

1 min read
Huge Parts Of The Internet Facing Outages

ନୂଆଦିଲ୍ଲୀ: ବିଶ୍ୱବ୍ୟାପୀ ବଡ଼ ବଡ଼ କମ୍ପାନୀ ଓ ଅନେକ ସରକାରୀ ୱେବସାଇଟ୍ ଡାଉନ୍ ହୋଇ ଯାଇଛି । ଆମେରିକାର ପ୍ରତିଷ୍ଠିତ ଖବର ପ୍ରଦାନକାରୀ ସଂସ୍ଥା ଦ ନ୍ୟୁୟର୍କ ଟାଇମ୍ସ, ଦ ଗାର୍ଡିଆନ୍, ସିଏନ୍ଏନ୍ ଇଣ୍ଟରନ୍ୟାସନାଲ ସମେତ ଭକ୍ସ, ବିବିସି ୱେବସାଇଟ୍ ଡାଉନ୍ ହୋଇଛି । ସେବା ପ୍ରଦାନକାରୀ ସଂସ୍ଥା ଫାଷ୍ଟଲିର କ୍ଲାଉଡ୍ ସର୍ଭିସ୍ କ୍ରାଶ୍ ହେବା ଫଳରେ ଏଭଳି ସ୍ଥିତି ଉପୁଜିଛି । ଆମାଜନ ସବ ୟୁକେ ସରକାରଙ୍କ ବିଭିନ୍ନ ୱେବସାଇଟ୍ ମଧ୍ୟ ଡାଉନ୍ ହୋଇ ପଡ଼ିଛି ।

ଫାଷ୍ଟଲିର ରିପୋର୍ଟ ଅନୁସାରେ, ତ୍ରୁଟିକୁ ଚିହ୍ନଟ କରାଯିବା ସହ ତାହାର ସମାଧାନ କରାଯାଇଛି । ଏବେ ଡାଉନ୍ ହୋଇଥିବା ଏକାଧିକ ୱେବସାଇଟ୍ ଠିକ୍ ଭାବେ କାର୍ଯ୍ୟ କରୁଛି । ମଙ୍ଗଳବାର କ୍ଲାଉଡ୍ ସେବାରେ ତ୍ରୁଟି ଯୋଗୁଁ ୱେବସାଇଟ୍ ଗୁଡ଼ିକ ସ୍ଲୋ ହୋଇ ଯାଇଥିଲା । ଏପରିକି ଏରର୍ ମେସେଜ୍ ଦେଖାଯାଇଥିଲା ।

https://twitter.com/alexhern/status/1402210377237159943

ୟୁକେ ଟେକ୍ନୋଲୋଜିର ସମ୍ପାଦକ ଆଲେକ୍ସ ହର୍ଣ୍ଣ ଟ୍ୱିଟ୍ କରି ଲେଖିଥିଲେ, ‘ୟୁକେ ସରକାରୀ ୱେବସାଇଟ୍ ସହ ଆମାଜନ, ରେଡଡିଟ୍ ୱେବସାଇଟ୍ ଏହିଭଳି ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।’ ୱେବସାଇଟ୍ ଗୁଡ଼ିକରେ ୫୦୩ ଏରର୍ ଦେଖାଯିବା ସହ ସର୍ଭିସ୍ ଅନଆଭେଲେବଲ୍ ମେସେଜ୍ ଲେଖାଥିଲା । ଏବେ ୱେବସାଇଟ୍ ଗୁଡ଼ିକ ଠିକ୍ ଭାବେ କାର୍ଯ୍ୟ କରୁଥିବା ଜଣାପଡ଼ିଛି ।

Leave a Reply