spot_img

Latest Posts

ବିରୋଧୀ ଶିବିର ଛାଡ଼ି ବିଜେଡି କ୍ୟାମ୍ପରେ ଶତାଧିକ ନେତା ଓ କର୍ମୀ

ଗଜପତି: ପଞ୍ଚାୟତ ନିର୍ବାଚନ ପୂର୍ବରୁ ଗଜପତି ଜିଲ୍ଲା ରାଜନିତିରେ ବଡ ପରିବର୍ତ୍ତନ। ବିଜେଡ଼ିରେ ସାମିଲ ହେଉଛନ୍ତି ପଞ୍ଚାୟତ ସ୍ତରର ବହୁ ନେତୃବୃନ୍ଦ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ବିରୋଧୀ ବିଜେପି ଓ କଂଗ୍ରେସ ଦଳ ଛାଡି ବିଜେଡିରେ ମିଶୁଛନ୍ତି ବହୁ ନେତା ଓ କର୍ମୀ ।

ଆଜି ରାୟଗଡ଼ ବ୍ଲକ ଜିରାଙ୍ଗ ପଞ୍ଚାୟତରେ ଆୟୋଜିତ ବିଜେଡ଼ିର କର୍ମୀ ସମ୍ମିଳନୀ ଓ ମିଶ୍ରଣ ପର୍ବରେ ବହୁ ନେତା, ସରପଞ୍ଚ, ପୂର୍ବତନ ସରପଞ୍ଚ, ସମିତି ସଭ୍ୟ ଜିଲ୍ଲା, ପରିଷଦ ସଭ୍ୟ ଦଳରେ ସାମିଲ ହୋଇଛନ୍ତି ।

ଦିନ କଂଗ୍ରେସର ଗଡ଼ ଥିବା ଏହି ଅଞ୍ଚଳର ଲୋକଙ୍କ ଆସ୍ଥା ଦଳ ଉପରୁ ଉଠିବାରେ ଲାଗିଛି । ଦଳ ଛାଡ଼ି ବିଜେଡିରେ ମିଶୁଛନ୍ତି ନେତା ଓ କର୍ମୀ । ଫଳରେ କଂଗ୍ରେସ ଗଡ଼ରେ ବିଜେଡି ଶକ୍ତି ବଢ଼ିବା ସହ ଦଳ ତୃଣମୂଳ ସ୍ଥଳରୁ ସୁଦୃଢ଼ ହେବାରେ ଲାଗିଛି ।

ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁଙ୍କ ସମେତ ଜିଲ୍ଲା ବିଜେଡ଼ି ସଭାପତି ପ୍ରଦୀପ ନାୟକ, ପୂର୍ବତନ ଉନ୍ନୟନ ପରିଷଦ ଅଧ୍ୟକ୍ଷ ଅନ୍ତର୍ଯ୍ୟାମୀ ଗମାଙ୍ଗ, ସଂଖ୍ୟା ଲଘୁ ରାଜ୍ୟ ସମ୍ପାଦକ ପଲ୍ଲବ ଲିମ୍ମା, ରାଜ୍ୟ ସମ୍ପାଦକ ମରୁତ ପାଳ, ସମେତ ବହୁ ବରିଷ୍ଠ ନେତା କାର୍ଯ୍ୟକ୍ରମରେ ଯୋଗଦେଇ ଶାସକ ଦଳର ଜନହିତକର ଯୋଜନା ଓ ମୁଖ୍ୟମନ୍ତ୍ରୀଙ୍କ ଲୋକପ୍ରିୟ ନେତୃତ୍ବ ସମ୍ପର୍କରେ ଜଣଶଇବା ସହ ସ୍ଥାନୀୟ ଅଞ୍ଚଳବାସୀଙ୍କ ସମର୍ଥନ କାମନା କରିଛନ୍ତି ।

ଆଗାମୀ ଦିନରେ ବିଜେଡି ଅଧିକ ସଂଘଠିତ ହେବା ସହ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଅଧିକ ସୁଦୃଢ ହୋଇପାରିବ ବୋଲି ସାଂସଦ ସାହୁ କହିଛନ୍ତି ।

Latest Posts

Don't Miss