ସ୍ତ୍ରୀ ରକ୍ତରେ ହୋଲି ଖେଳିଲା ସ୍ୱାମୀ

ନିଆଳି: ସ୍ତ୍ରୀ ଚରିତ୍ରକୁ ସନ୍ଦେହ କରି ମାରିଦେଲା ସ୍ୱାମୀ । ସ୍ତ୍ରୀ ରକ୍ତରେ ସ୍ୱାମୀ ଖେଳିଲା ହୋଲି । ସ୍ୱାମୀର ଛୁରାମାଡ଼ରେ ଗଲା ସ୍ତ୍ରୀର ଜୀବନ । କଟକ ସଦର ଥାନା ମହୁରା ଗାଁରେ ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ମହୁରା ଗାଁର ଅଙ୍ଗନବାଡି କେନ୍ଦ୍ରକୁ ଡ୍ୟୁଟିରେ ଆସିଥିବା ଏ ଏନ୍ ଏମ୍ ପ୍ରିତୀ ପ୍ରଧାନଙ୍କୁ ହତ୍ୟା କରିଛନ୍ତି ତାଙ୍କ ସ୍ୱାମୀ ଅକ୍ଷୟ । ଆଉ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ସ୍ତ୍ରୀ ପାଖରେ ଜଗି ବସିଥିଲା ନୃଂସଶ ସ୍ୱାମୀ ।

ସୂଚନା ଅନୁସାରେ ସବୁଦିନ ପରି ଆଜି ମହୁର ଗାଁକୁ ଟିକାକରଣ ପାଇଁ ଆସିଥିଲେ ଏ ଏନ୍ ଏମ୍ ପ୍ରିତୀ । କିଛି ସମୟପରେ ତାଙ୍କ ସ୍ୱାମୀ ସେଠାରେ ଆସି ତାଙ୍କ ସହ କଥା ହୋଇଥିଲେ । ତେବେ କଥା ହେବାର କିଛି ସମୟ ପରେ କୌଣସି କାରଣରୁ ହଠାତ୍ ଦୁଇ ଜଣଙ୍କ ମଧ୍ୟରେ ବଚସା ଆରମ୍ଭ ହୋଇଯାଇଥିଲେ ଏବଂ  ଏଥିରେ ରାଗିଯାଇ ସ୍ୱାମୀ ଅକ୍ଷୟ ପ୍ରିତୀଙ୍କ ପେଟକୁ ଛୁରାମାଡ଼ କରିଥିଲେ । ଏବଂ ଘଟଣା ସ୍ଥଳରେ ହିଁ ପ୍ରିତୀଙ୍କ ଜୀବନ ଚାଲିଯାଇଥିଲା ।

ତେବେ ପ୍ରୀତିଙ୍କ ସ୍ୱାମୀ ପୂର୍ବରୁ ସେନାରେ ଥିଲେ ଏବଂ ତାଙ୍କର କାର୍ଯ୍ୟକଳାପରେ ଅସନ୍ତୁଷ୍ଟ ହୋଇ ତାଙ୍କୁ ବହିଷ୍କାର କରାଯାଇଥିଲା । ଘଟଣାକୁ ନେଇ ଅକ୍ଷୟ କହିଥିଲେ ଯେ, ପ୍ରୀତି ତାଙ୍କ ସହ ଗତ ୩ବର୍ଷ ହେବ ଖେଳୁଥିଲେ ତେଣୁ ସେ ତାଙ୍କୁ ହତ୍ୟା କରି କିଛି ଭୁଲ କରିନାହାଁନ୍ତି । ତେବେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଅଭିଯୁକ୍ତଙ୍କୁ ଗିରଫ କରିବା ସହ ପ୍ରୀତିଙ୍କ ମୃତ ଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି ।

(ନିଆଳିରୁ ରଘୁ ଆଚାର୍ଯ୍ୟ)

Leave a Reply