ସ୍ତ୍ରୀର ଜୁଇରେ ଡ଼େଇଁ ଆତ୍ମହତ୍ୟା ଉଦ୍ୟମ କଲା ସ୍ୱାମୀ, ବିଫଳ ହେବା ପରେ କୂଅକୁ ଡ଼େଇଁ କଲା ଆତ୍ମହତ୍ୟା

ମହାରାଷ୍ଟ୍ର: ସ୍ତ୍ରୀ ଆରପାରିକୁ ଚାଲିଗଲା ବୋଲି ସ୍ୱାମୀ ମଧ୍ୟ ସ୍ତ୍ରୀ ପଛେ ପଛେ ଚାଲିଗଲା । ବିବାହ ବେଦୀରେ ଅଗ୍ନିକୁ ୭ ଜନ୍ମର ସାକ୍ଷୀ ରଖି ବାହା ହୋଇଥିଲେ । କେମିତିବା ଏକା ଛାଡ଼ି ଦେଇଥାନ୍ତେ । ସେଥିପାଇଁ ବୋଧେ ସ୍ତ୍ରୀ ପଛରେ ସ୍ୱାମୀ ଚାଲିଗଲା ଆରପାରିକୁ । କେବଳ ସ୍ୱାମୀ ସ୍ତ୍ରୀ ନୁହେଁ, ପେଟରେ ଜିଁ ଉଠୁଥିବା କଅଁଳ ଜୀବନ ମଧ୍ୟ ସାଥି ସାଜିଲା । ସମ୍ପର୍କର ମରଣ ଡ଼ୋରିରେ ଛନ୍ଦି ହେଲା ଫୁଟି ଆସୁଥିବା କଅଁଳ କଢ଼ି । ବାହାଘରର ମାତ୍ର ୩ ମାସ ଭିତରେ ଲିଭିଗଲା ୩ଟି ଜିବନ । ପ୍ରଥମେ ତିନି ମାସର ଗର୍ଭବତୀ ପତ୍ନୀ କୂଅ ଭିତରକୁ ଡେଇଁପଡ଼ି ଆତ୍ମହତ୍ୟା କଲା । ଆଉ ତାପରେ ମଶାଣିରେ ସ୍ତ୍ରୀର ଶବ ଦାହ ବେଳେ ସେହି ନିଆଁକୁ ଡେଇଁ ସ୍ୱାମୀ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲା । ସେଥିରେ ବିଫଳ ହେବା ପରେ କୂଅରେ ଡ଼େଇଁ ଆତ୍ମହତ୍ୟା କଲା । ଏହି ହୃଦୟ ବିଦାରକ ଘଟଣା ମହାରାଷ୍ଟ୍ରର ଚନ୍ଦ୍ରପୁରର ଭଙ୍ଗରାମ ତୋଡି ଗାଁରେ ଦେଖିବାକୁ ମିଳିଛି । ବିବାହର ମାତ୍ର ୩ ମାସ ଭିତରେ ଏଭଳି ଘଟଣା ଦେଖିବାକୁ ମିଳିଛି ।

ସୂଚନା ଅନୁଯାୟୀ, ବିହାର ଚିଦାୱାରର ୨୦ ବର୍ଷୀୟ ରୁଚିତା ୧୯ ମାର୍ଚ୍ଚରେ ଚନ୍ଦ୍ରପୁରର ୨୫ ବର୍ଷିୟ କିଶୋର ଖଟିକଙ୍କୁ ବିବାହ କରିଥିଲେ। କିଶୋର ଚନ୍ଦ୍ରପୁରର ଆରଟିଓ କାର୍ଯ୍ୟାଳୟରେ ଡ୍ରାଇଭର ତାଲିମ କେନ୍ଦ୍ରରେ ଅସ୍ଥାୟୀ ଭାବରେ କାର୍ଯ୍ୟ କରୁଥିଲେ। ବିବାହ ପରେ ରୁଚିତା ତିନିମାସ ଗର୍ଭବତୀ ହୋଇଥିଲେ ଏବଂ ସେ ଚାରି ଦିନ ପୂର୍ବରୁ ତାଙ୍କ ମାଆଙ୍କ ଘର ‘ଭଙ୍ଗରାମ ତଟୋଡି କୁ ବୁଲିବା ପାଇଁ ଆସିଥିଲେ ।

ତିନି ମାସର ଗର୍ଭବତୀ ଥିବା ରୁଚିତା ରବିବାର ଦିନ ଗାଁ ବାହାରକୁ ଯାଇଥିଲେ । କିନ୍ତୁ ଯେତେବେଳେ ସେ ଘରକୁ ଫେରିନଥିଲେ ସେତେବେଳେ ରୁଚିତାଙ୍କୁ ଖୋଜିବା ଆରମ୍ଭ କରିଥିଲେ ପରିବାର ଲୋକେ । ପରେ ଗାଁ ପାଖରେ ଥିବା ଏକ କୂଅ ପାଖରେ ରୁଚିତାଙ୍କ ଚପଲ ଏବଂ କିଛି ସାମଗ୍ରୀ ଥୁଆ ହୋଇଥିବା ଦେଖିଥିଲେ । କୂଅ ଭିତରକୁ ଦେଖିଲା ବେଳକୁ ରଚିତାଙ୍କ କୂଅରେ ପଡ଼ି ମୃତ୍ୟୁ ହୋଇଛି । ଖବର ପାଇବା ପରେ ପୋଲିଲ ଶବକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି । ମୃତ୍ୟୁ କେମିତିଳ ହୋଇଛି ଏନେଇ ତଦନ୍ତ ଚଳାଇଛି ।

ଶବ ବ୍ୟବଛେଦପରେ ୨୨ ଜୁନ୍ ସୋମବାର ଦିନ, ଯେତେବେଳେ ସମସ୍ତେ ଭଙ୍ଗରାମ ତଟୋଡି ଗାଁରେ ଶବଦାହ ସ୍ଥାନରେ ରୁଚିତାଙ୍କ ଅନ୍ତିମ ସଂସ୍କାର କରୁଥିଲେ ହଠାତ୍ ରୁଚିତାଙ୍କ ସ୍ୱାମୀ କିଶୋର ସେହି ଜୁଇକୁ ଡ଼େଇଁ ପଡ଼ିଥିଲେ । ଲୋକେ କିଶୋରଙ୍କୁ ଉଦ୍ଧାର କରିବା ପରେ ପୁଣି କିଶୋର ସେହିଠାରେ ଥିବା ଏକ କୂଅକୁ ଡ଼େଇଁ ଆତ୍ମହତ୍ୟା କରିଛନ୍ତି ।

Leave a Reply