କୁମାର ପୂର୍ଣ୍ଣିମାରେ ସ୍ୱାମୀର ଛୁରା ମାଡ଼ରେ ସ୍ତ୍ରୀ ମୃତ

ଗଞ୍ଜାମ: କୁମାର ପୂର୍ଣ୍ଣିମାରେ ସ୍ବାମୀର ଛୁରା ମାଡ଼ରେ ସ୍ତ୍ରୀ ମୃତ । ଗଞ୍ଜାମ ଜିଲ୍ଲା ଆସିକାର ଅଶୋକା ସିନେମା ହଲ ଛକ ନିକଟ ଚୌଧୂରୀ ନିବାସରେ ଘଟିଛି ହତ୍ୟାକାଣ୍ଡ । ମୃତକ ମହିଳା ହେଲେ ଲକ୍ଷ୍ମୀପ୍ରିୟା ମିଶ୍ର । ଗତ କିଛିଦିନ ହେଲା ସେ ତାଙ୍କ ପୁଅ ସହ ଚୌଧୂରୀ ନିବାସରେ ଭଡ଼ାରେ ରହୁଥିଲେ । ସଂଧ୍ୟାରେ ପୁଅ କୌଣସି କାମ ପାଇଁ ବାହାରକୁ ଯାଇଥିଲେ ।

ତେବେ ଘରକୁ ଫେରିବା ପରେ ମା’ଙ୍କ ରକ୍ତ ଜୁଡୁବୁଡୁ ଶରୀର ଘରେ ପଡିଥିବା ଦେଖିବାକୁ ପାଇଥିଲେ । ଏନେଇ ଥାନାକୁ ଖବର ଦେବା ପରେ ଆସିକା ଥାନା ଅଧିକାରୀ ଓ ଏସଡିପିଓ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଛନ୍ତି । ପାରିବାରିକ କଳହକୁ କେନ୍ଦ୍ରକରି ଏହି ହତ୍ୟାକାଣ୍ଡ ଘଟିଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି ।