ହାଇଦର ଆଉଟ: କେନ୍ଦ୍ରାପଡ଼ାରେ ହାଇ ଆର୍ଲଟ, 4 ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ

ଭୁବନେଶ୍ୱର: ହାଇଦରର ମୃତ୍ୟୁ ପରେ କେନ୍ଦ୍ରାପଡ଼ାରେ ହାଇ ଆର୍ଲଟ  । ହାଇଦର ଅଲ୍ଲୀର ଜନ୍ମମାଟି କେନ୍ଦ୍ରାପଡ଼ା ଜିଲ୍ଲାରେ ଆଇନଶୃଙ୍ଖଳା ଦୃଷ୍ଟିରୁ ନିଆଯାଇଛି ବଡ଼ ପଦକ୍ଷେପ । ସହରର ପୁରୁଣା ବସଷ୍ଟାଣ୍ଡ,ନୂଆ ବସଷ୍ଟାଣ୍ଡ,ବଡହାଟ,ତିନିମୁହାଣୀ, ଗରାପୁର,ରଣପଡ଼ା,ପେଟ୍ରୋଲ ପମ୍ପ ଛକ ଆଦି ସ୍ଥାନରେ ଚାରି ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି । ପ୍ରତ୍ୟେକ ସ୍ଥାନରେ ଚେକିଂ କୁ କଡାକଡି କରାଯାଇଛି । ସହରର ପରିସ୍ଥିତି ଉପରେ କଡା ନଜର ରଖିଛି ପୋଲିସ।

ଆଜି ବାରିପଦା ଜେଲକୁ ସ୍ଥାନାନ୍ତର ବେଳେ ଖସିଯିବାକୁ ଚେଷ୍ଟା କରୁଥିଲା ହାଇଦର  । ପରିସ୍ରା କରୁଥିବା ସମୟରେ ଦୌଡ଼ିବାକୁ ଆରମ୍ଭ କରିଥିଲା ସେକ ହାଇଦର  । ଫଳରେ ପୋଲିସ ହାଇଦରକୁ କାବୁ କରିବାକୁ ଯାଇ ଆପଣାଇଥିଲା ଶେଷ ଉପାୟ  । ଏବଂ ସିମୁଳିଆ ନିକଟରେ ହିଁ କରିଥିଲା ଏନକାଉଣ୍ଚଟର  । ପୋଲିସର ଗୁଳି ମାଡରେ ହାଇଦର ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି  । ଏହାପରେ ପୋଲିସ ହାଇଦରକୁ ବାଲେଶ୍ୱର ହସ୍ପିଟାଲରେ ଭର୍ତ୍ତି କରିଥିଲା  । କିନ୍ତୁ ଡାକ୍ତର ସେଠି ହାଇଦରଙ୍କୁ ମୃତ୍ୟୁ ଘୋଷଣା କରିଥିଲେ  ।

Leave a Reply