ବିବାହ ପୂର୍ବରୁ ଆକର୍ଷଣୀୟ ହସ ଚାହୁଁଥିଲେ, ଭୁଲ ଅସ୍ତ୍ରୋପଚାର ନେଲା ଜୀବନ

1 min read

ହାଇଦ୍ରାବାଦ: ନିଜ ବିବାହରେ ଭିନ୍ନ ଦେଖାଯିବା ପାଇଁ ବରକନ୍ୟା ଅନେକ କସରତ କରିଥାନ୍ତି  । କିନ୍ତୁ ହାଇଦ୍ରାବାଦର ଜଣେ ଯୁବକଙ୍କୁ ବିବାହ ପ୍ରସ୍ତୁତି ମହଙ୍ଗା ପଡିଛି  । ବିବାହର ମାତ୍ର ସପ୍ତାହକ ପୂର୍ବରୁ ଆଖି ବୁଜିୁଛନ୍ତି ଯୁବକ  । ବିବାହ ପୂର୍ବରୁ ସ୍ମାଇଲ ଡିଜାଇନିଂ(ଦାନ୍ତ ଅସ୍ତ୍ରୋପଚାର) କରିବାକୁ ଯାଇଥିଲେ ଯୁବକ  । କିନ୍ତୁ ଭୁଲ ଅସ୍ତ୍ରୋପଚାର ଯୋଗୁଁ ତାଙ୍କର ମୃତ୍ୟୁ ହୋଇଛି  ।

ଗତ ଫେବୃଆରୀରେ ହାଇଦ୍ରାବାଦସ୍ଥିତ ଜୁବଲୀ ହିଲ୍ସରେ FMS ଇଣ୍ଟରନ୍ୟାସନାଲ ଡେଣ୍ଟାଲ କ୍ଲିନିକରେ ସ୍ମାଇଲ ଡିଜାଇନିଂ ପ୍ରକିୟାରେ ୨୮ ବର୍ଷୀୟ ଲକ୍ଷ୍ମୀ ନାରାୟଣଙ୍କ ମୃତ୍ୟୁ ହୋଇଛି  । ଆନାସ୍ଥିସିଆ ଓଭରଡୋଜ ଯୋଗୁଁ ତାଙ୍କ ମୃତ୍ୟୁ ହୋଇଥିବା ବାପା ଅଭିଯୋଗ କରିଛନ୍ତି  ।

ସର୍ଜରୀ ଚାଲିଥିବା ସମୟରେ ଅଚାନକ ଲକ୍ଷ୍ମୀ ଚେତାଶୂନ୍ୟ ହୋଇଯାଇଥିଲେ  । ଏହି ସମୟରେ କ୍ଲିନିକ ପକ୍ଷରୁ ଫୋନ କରାଯାଇ ତାଙ୍କ ବାପାଙ୍କୁ ଆସିବାକୁ କୁହାଯାଇଥିଲା  । କ୍ଲିନିକରୁ ତାଙ୍କୁ ଅନ୍ୟତ୍ର ଭର୍ତ୍ତି କରାଯାଇଥିଲା  । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିତିଲେ  ।