ନିଜ ମୃତ୍ୟୁ ଖବର ଶୁଣି କ୍ୟାପିଟାଲ ଥାନାରେ ଦ୍ବାରସ୍ଥ ହେଲେ କମେଡିଆନ ଗୁଡ଼ୁ

ଭୁବନେଶ୍ୱର: ନିଜ ମୃତ୍ୟୁ ଖବର ଶୁଣି କ୍ୟାପିଟାଲ ଥାନାରେ ଦ୍ବାରସ୍ଥ ହେଲେ କମେଡିଆନ ଗୁଡ଼ୁ । କେହି ଜଣେ ନିଜ ଫେସବୁକ୍ ପେଜରେ ଭିୟୋର୍ଷ ବଢିବା ପାଇଁ ହାସ୍ୟ ଅଭିନେତା ଗୁଡ଼ୁ ମୃତୁ ଖବର ଭାଇରାଲ କରିଥିବା ଅଭିଯୋଗ । ସୋସିଆଲ ମିଡ଼ିଆରେ ଗୁଡ଼ୁଙ୍କ ମୃତ୍ୟୁ ଖବର ଭାଇରଲ ହେବା ପରେ ଅଭିଯୁକ୍ତ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଥାନାର ଦ୍ୱାରସ୍ଥ ହୋଇଛନ୍ତି । ମାଇଁ ଓଡ଼ିଶା ଫେସବୁକ ପେଜ୍ ଖୋଲି କେହି ଜଣେ ଦୃର୍ବୁତ୍ତ ଏଭଳି କରିଥିବା ଅଭିଯୋଗ ଆଣିଛନ୍ତି । ଏନେଇ ଗୁଡ଼ୁ ନିଜ ମନ୍ତ୍ୟବରେ କହିଛନ୍ତି କି ମୁଁ ସମ୍ପୂର୍ଣ୍ଣ ସୁସ୍ଥ ଅଛି, ମୋ ପ୍ରତି ଦର୍ଶକଙ୍କ ଭଲ ପାଇବା ଅଛି ।

ଏହି ମିଛ ଖବର ଶୁଣି ମୋର ସମ୍ପର୍କୀୟ ମୋତେ ଫୋନ କରୁଛନ୍ତି । ଏହି ଖବର ଶୁଣି ମୋ ଘରେ ମାନସିକ ଭାରାକ୍ରାନ୍ତ ଥିବା ବେଳେ ସ୍ତ୍ରୀ ଭାରସ୍ୟାମ୍ ହରାଇ ଅସୁସ୍ଥ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଏହି ମିଥ୍ୟା ଖବର ଭାଇରଲ କରିଥିବା ଦୁର୍ବୁତ୍ତ ବିରୋଧରେ ମାନହାନି ଏବଂ ମିଥ୍ୟା ଖବର ପ୍ରଚାର କରିଥିବାରୁ କ୍ୟାପିଟାଲ ଥାନାରେ ଏତଲା ଦେଇଛନ୍ତି । ସମାଜରେ ଏଭଳି ମିଥ୍ୟା ଖବର ଭାଇରାଲ କରୁଥିବା ଦୃର୍ବୁତ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ନିବେଦନ କରିଛନ୍ତି ।