ରାଜ୍ୟର ନୂତନ ୭ କରୋନା ସଂକ୍ରମିତଙ୍କ ସବିଶେଷ ସୂଚନା ଦେଲେ ସୂଚନା ଓ ଲୋକ ସମ୍ପର୍କ ବିଭାଗ

1 min read

ଭୁବନେଶ୍ୱର: ରାଜ୍ୟରେ ନୂତନ ୭ କରୋନା ସଂକ୍ରମିତଙ୍କ ସବିଶେଷ ସୂଚନା  ପ୍ରଦାନ କରିଛନ୍ତି ସୂଚନା ଓ ଲୋକ ସମ୍ପର୍କ ବିଭାଗ  ।  ପୂର୍ବ ତଥ୍ୟ ଅନୁଯାୟୀ ଭଦ୍ରକରୁ ୫ ଜଣ ଏବଂ ବାଲେଶ୍ୱରରୁ ୨ ଜଣ କରୋନା ସଂକ୍ରମିତ ହୋଇଛନ୍ତି । ତେବେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ହୋଇ ୬୮ ରେ ପହଞ୍ଚିଛି ।

ଭଦ୍ରକର ସଂକ୍ରମିତ ସମସ୍ତ ୫ ଜଣ ପୁରୁଷ ।  ୬୨ ନମ୍ବର ଆକ୍ରାନ୍ତଙ୍କ ବୟସ ୪୮ ବର୍ଷ ହୋଇଥିବା ବେଳେ ଅନ୍ୟ ମାନଙ୍କ ବୟସ ୫୦ ବର୍ଷରୁ ଅଧିକ । ତେବେ ୬୩, ୬୪, ୬୫ ଏବଂ ୬୬ ନମ୍ବର ଆକ୍ରାନ୍ତଙ୍କ ବୟସ ଯ଼ଥାକ୍ରମେ ୫୫ ବର୍ଷ, ୫୭ ବର୍ଷ, ୫୮ ବର୍ଷ ଏବଂ ୬୬ ବର୍ଷ ବୋଲି ସୂଚନା ଓ ଲୋକସଂପର୍କ ବିଭାଗ ସୂଚନା ଦେଇଛି ।

ଭଦ୍ରକର ୫ ଜଣ ନୂତନ ଆକ୍ରାନ୍ତଙ୍କ ସବିଶେଷ ସୂଚନା –

ଅନ୍ୟପଟେ ବାଲେଶ୍ୱରରେ ଚିହ୍ନଟ ୬୭ ଓ ୬୮ ନମ୍ବର ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ୨ ବର୍ଷିୟା ଶିଶୁକନ୍ୟା ଅଛନ୍ତି । ଅନ୍ୟଜଣଙ୍କ ପୁରୁଷ ହୋଇଥିବା ବେଳେ ତାଙ୍କ ବୟସ ୩୨ ବର୍ଷ ବୟସ ହୋଇଥିବା ସୂଚନା ମିଳିଛି ।

Leave a Reply