ବଲିଉଡ ଅଭିନେତା ସୋନୁ ସୁଦଙ୍କ ଅଫିସରେ ଆୟକର ବିଭାଗ

ମୁମ୍ବାଇ: ବଲିଉଡ ଅଭିନେତା ସୋନୁ ସୁଦଙ୍କ ଘର ତଥା ମୁମ୍ବାଇର ବାସଭବନରେ ଇନକମ୍ ଟ୍ୟାକ୍ସ ବିଭାଗର ଟିମ୍ ପହଞ୍ଚିଛନ୍ତି । ଲକ୍‌ଡାଉନ୍‌ ବେଳେ ଲୋକଙ୍କୁ ସାହାଯ୍ୟ କରି ଖୁବ୍ ଚର୍ଚ୍ଚାକୁ ଆସିଥିଲେ ସୋନୁ ।

ଏହି ଟିମ୍ ସୋନୁଙ୍କ ଘରେ ସର୍ଭେ କରିଛି । ଆଇଟି ବିଭାଗ ପକ୍ଷରୁ ଅଭିନେତାଙ୍କ ୬ଟି ସ୍ଥାନରେ ଏକ ସର୍ଭେ ଅଭିଯାନ ଚଲାଇଛନ୍ତି ।
ତେବେ ଏହା ପଛରେ ପ୍ରକୃତ କାରଣ କ’ଣ ଅଛି ସେନେଇ କିଛି ସ୍ପଷ୍ଟ ହୋଇନାହିଁ

ସୂଚନା ମୁତାବକ, ସ୍କୁଲ୍ ଛାତ୍ରଛାତ୍ରୀଙ୍କ ପାଇଁ ଦିଲ୍ଲୀ ସରକାରଙ୍କ ମେଣ୍ଟରସିପ୍ ପ୍ରୋଗ୍ରାମ୍ ର ବ୍ରାଣ୍ଡ ଆମ୍ବାସଡର ହେବାର ଗୋଟିଏ ଦିନ ପରେ ଆୟକର ବିଭାଗ ପକ୍ଷରୁ ଏହି ସର୍ଭେ କରାଯାଇଛି।

ତେବେ ଏବେ ବି ସୋସିଆଲ ମିଡିଆ ଜରିଆରେ ସେ ଲୋକମାନଙ୍କୁ ସହଯୋଗ କରୁଛନ୍ତି । ସୋନୁଙ୍କ ଘରେ ଆୟକର ବିଭାଗ ପହଞ୍ଚିବା ଘଟଣାରେ ଟ୍ବିଟରରେ ଫ୍ୟାନଙ୍କ ପ୍ରତିକ୍ରିୟା ପ୍ରକାଶ ପାଇଛି । ବହୁ ପ୍ରଶଂସକ କହିଛନ୍ତି, ସୋନୁଙ୍କ ପ୍ରତି ଅସହିଷ୍ଣୁତା ବଢୁଛି । ଲକଡାଉନ ବେଳେ ସରକାର ଲୋକମାନଙ୍କ ପାଇଁ ଯାହା କରିବା କଥା, ତାହା ସୋନୁ କରିଥିଲେ । ଏହା ସରକାରଙ୍କୁ ହଜମ ହେଲାନି ବୋଲି ପ୍ରତିକ୍ରିୟା ରଖିଛନ୍ତି ସୋନୁଙ୍କ ଫ୍ୟାନ୍ ।

Leave a Reply